Posted inଜାତୀୟ

ସିଦ୍ଦାରାମାୟା ନା ଶିବକୁମାର କିଏ ଅଧିକ ଧନୀ? ଜାଣନ୍ତୁ ନେଟଓ଼୍ବର୍ଥ ରେସ୍‌ରେ କିଏ ଆଗରେ…

ବେଙ୍ଗାଲୁରୁ,୨୮।୫: କର୍ନାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ସସପେନ୍ସ ଶେଷରେ ଶେଷ ହୋଇଛି। ସୂତ୍ର ଅନୁଯାୟୀ, ସିଦ୍ଦାରାମାୟା ଆଜି ମେ 28 ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ସେ ଅପରାହ୍ନ 3:00 ଟାରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଯାଇ ଇସ୍ତଫା ଦେବାର କାର୍ଯ୍ୟକ୍ରମ ରହିଛି। ରିପୋର୍ଟ ଅନୁସାରେ ସିଦ୍ଦାରାମାୟା ତାଙ୍କ ମନ୍ତ୍ରୀମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ଏବଂ ତାଙ୍କ ବର୍ତ୍ତମାନର ପଦବୀରୁ ଇସ୍ତଫା ଦେବାକୁ କହିଛନ୍ତି; ଫଳସ୍ୱରୂପ, ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସିଦ୍ଦାରାମାୟାଙ୍କ ଇସ୍ତଫା ପରେ ଡି କେ ଶିବକୁମାର କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତେବେ ଜାତୀୟ ରାଜନୀତିରେ ହଟଚମଟ ଭିତରେ ଆସନ୍ତୁ ଜାଣିବା ଏହି ଦୁଇଜଣଙ୍କ ମଧ୍ୟରୁ କିଏ ଅଧିକ ଧନୀ?

ସିଦ୍ଦାରାମାୟା କୁରୁବା ଜାତିରୁ ଆସନ୍ତି; ଏହି ଦକ୍ଷିଣ ରାଜ୍ୟରେ କୁରୁବା ଲୋକଙ୍କ ଜନସଂଖ୍ୟା ୪୩ ଲକ୍ଷ ବା ୭.୧ ପ୍ରତିଶତ। ଡିକେ ଶିବକୁମାର ଓବିସି (OBC) ବୋକ୍କାଲିଗା ସମୁଦାୟରୁ ଆସନ୍ତି, ଏବଂ କର୍ନାଟକ ଜନସଂଖ୍ୟାରେ ସେମାନଙ୍କର ଅଂଶ ୮.୨୯ ପ୍ରତିଶତ, ଯାହାକି ବେଶ ପ୍ରଭାବଶାଳୀ।

ଶିବକୁମାରଙ୍କ ବିରୋଧରେ ଯେଉଁ କଥାଗୁଡ଼ିକ ଯାଉଛି, ତାହା ହେଉଛି ଆୟକର (Income Tax) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ର ମାମଲା; ଏହି ମାମଲାଗୁଡ଼ିକ ତାଙ୍କର ଜ୍ଞାତ ଆୟର ଉତ୍ସଠାରୁ ବହୁ ଅଧିକ ସମ୍ପତ୍ତି ରଖିବା ସହ ଜଡ଼ିତ। ଏହି ମାମଲାଗୁଡ଼ିକ ଯୋଗୁଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଦ୍ୱାରା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ସବୁବେଳେ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଶିବକୁମାର ମନି ଲଣ୍ଡରିଂ ମାମଲାରେ ପୂର୍ୱରୁ ତିହାର ଜେଲରେ ୫୦ ଦିନ କଟାଇ ସାରିଛନ୍ତି।

ସିଦ୍ଦାରାମାୟା କର୍ନାଟକର ସବୁଠାରୁ ଧନୀ କଂଗ୍ରେସ ନେତାମାନଙ୍କ ମଧ୍ୟରୁ ଜଣେ; ତାଙ୍କ ପାଖରେ ୯.୫୮ କୋଟି ଟଙ୍କାର ଚଳନ୍ତି ସମ୍ପତ୍ତି ଏବଂ ୯.୪୩ କୋଟି ଟଙ୍କାର ଅଚଳ ସମ୍ପତ୍ତି ରହିଛି। ଡିକେ ଶିବକୁମାର ୨୦୨୩ ସୁଦ୍ଧା ସମୁଦାୟ ସମ୍ପତ୍ତି ୧,୪୧୪ କୋଟି ଟଙ୍କା ଅଟେ। ୨୦୧୮ ବିଧାନସଭା ନିର୍ୱାଚନ ପୂର୍ୱରୁ ର୍ନିବାଚନ କମିଶନଙ୍କୁ ଦେଇଥିବା ତାଙ୍କର ସରକାରୀ ସତ୍ୟପାଠ ଅନୁଯାୟୀ, ଏହି ରାଶି ୮୭୩ କୋଟି ଟଙ୍କାରୁ ବୃଦ୍ଧି ପାଇ ଏତିକି ହୋଇଛି।

ସିଦ୍ଧାରାମାୟ ସାଇନ୍ସ ଗ୍ରାଜୁଏଟ ଏବଂ ପରେ ମୈସୁର ବିଶ୍ୱବିଦ୍ୟାଳୟରୁ ଆଇନ (Law) ପଢ଼ିଛନ୍ତି। ତାଙ୍କ ବିରୋଧରେ ୧୩ଟି କୋର୍ଟ କେସ ବିଚାରାଧୀନ ଅଛି। ଡିକେ ଶିବକୁମାର କର୍ନାଟକ ଷ୍ଟେଟ ଓପନ ୟୁନିଭର୍ସିଟିରୁ ପଲିଟିକାଲ ସାଇନ୍ସରେ ପୋଷ୍ଟ-ଗ୍ରାଜୁଏଟ ଡିଗ୍ରୀ ହାସଲ କରିଛନ୍ତି। ସେ ନିଜ କଲେଜ ଦିନରେ ଷ୍ଟୁଡେଣ୍ଟସ ୟୁନିୟନର ସେକ୍ରେଟାରୀ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?