Posted inଫୁରସତ

ମା’ର ପଣତକାନିରେ ପ୍ରଥମ ରୋଜଗାରର ଖୁସି ଖୋଜୁଥିଲି

ମାଲକାନଗିରି ଜିଲା ଖଇରପୁଟ ପୋଷ୍ଟ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗାଁରେ ମୋର ଜନ୍ମ। ଅଭାବି ପରିବାର ଭିତରେ ମୁଁ ବଡ଼ ହୋଇଛି। ବାପା ଇନ୍ଦ୍ରମଣି ପୂଜାରୀ ଗାଁଆରାଧ୍ୟ ଠାକୁର ଶ୍ରୀଶ୍ରୀ ଝାଡ଼େଶ୍ୱର ଶିବ ମନ୍ଦିରର ପୂଜକ ଭାବେ କାମ କରି ଯାହା ସ୍ବଳ୍ପ ରୋଜଗାର କରୁଥିଲେ, ସେଥିରେ ଦୁଃଖେକଷ୍ଟେ ପରିବାର ଚଳୁଥିଲା। ମା’ ଅନ୍ନପୂର୍ଣ୍ଣା ପୂଜାରୀ ଗୃହିଣୀ ହେଲେ ବି ମନ୍ଦିର ପୂଜାର୍ଚ୍ଚନାରେ ବାପାଙ୍କୁ ପୂର୍ଣ୍ଣ ସହଯୋଗ କରୁଥିଲା। ପ୍ରତିଦିନ ମଧ୍ୟାହ୍ନ ଭୋଗ ପାଇଁ ମନ୍ଦିରର ରୋଷଶାଳାରେ ସେ ଅନ୍ନ, ଡାଲମା, ଖଟା, ଖିରି ରାନ୍ଧୁଥିଲା। ଆଉ ମୋର କାମ ଥିଲା ପ୍ରତ୍ୟହ ଦୁଇଟି ଜରି ବ୍ୟାଗ ଧରି ଘରକୁ ଘର ବୁଲି ଭୋଗ ମାଗିବା। ସବୁ ଘର ଆଗରେ ‘ଭୋଗ ଦିଅ’ ବୋଲି ନମ୍ର ନିବେଦନ କରିବା। ଘରର ମା’ମାଉସୀମାନେ ଚାଉଳ, ଡାଲି, ଘିଅ, ପନିପରିବା ଆଦି ଦେଉଥିଲେ। ସୋମବାର, ସଂକ୍ରାନ୍ତି ଓ ଅନ୍ୟ ପର୍ବପର୍ବାଣି ଦିନମାନଙ୍କରେ ମିଳୁଥିବା ଭୋଗ ଚାଉଳରେ ଆମ ସଂସାର ରଥ କଷ୍ଟେମଷ୍ଟେ ଗଡ଼ୁଥିଲା। ମୋତେ ଏଭଳି କାମ କରୁଥିବାର ଦେଖି କେବେ କେମିତି ମା’ ଖୁବ୍‌ ମନଦୁଃଖ କରୁଥିଲା। ଲୁଚାଇ ଲୁଚାଇ ଲୁହ ଝରାଉଥିଲେ ବି ଉପର ମନରେ ମୋତେ ସାହସ ଓ ଧୈର୍ଯ୍ୟ ଦେଉଥିଲା। ପିଠି ଆଉଁଶି ଦେଇ କହୁଥିଲା, ‘ତୋ ଦ୍ୱାରା ଆମର ଦୁଃଖ ଦୂର ହେବ ବାବୁ। ମନ ଦେଇ ପାଠ ପଢ଼େ।’ ସେତେବେଳେ କୁଡୁମୁଲୁଗୁମ୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୁଁ ପଢ଼ୁଥାଏ। ଭଲ ପଢ଼ୁଥିବା ଯୋଗୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୋତେ ଆଦର କରିବା ସହ କେବେକେବେ ଖାତା ପେନ୍‌ ସାହାଯ୍ୟ କରୁଥିଲେ। ମୁଁ ବି ଖୁବ୍‌ ମନ ଲଗାଇ ପଢ଼ୁଥିଲି, ଯେଉଁଥିପାଇଁ ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ପାଇଁ ମୋ ନାଁ ମନୋନୀତ ହୋଇଥିଲା। ମୋ ସମେତ ଆମ ବିଦ୍ୟାଳୟର ଆଉ ତିନି ଜଣ ଝିଅ ବି ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ଦେବାକୁ ବଛା ଯାଇଥିଲେ। ଘରକାମ, ବାପାଙ୍କୁ ସହଯୋଗ, ବିଦ୍ୟାଳୟର ନିତିଦିନିଆ ଟାସ୍କ ସହ ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି; ବହୁତ କଷ୍ଟ ହେଉଥିଲେ ବି ମନରେ ମୋର ଥିଲା ଅଦମ୍ୟ ସାହସ। ନିର୍ଦ୍ଧାରିତ ଦିନ ପରୀକ୍ଷାରେ ଯୋଗଦେବାକୁ ଆମକୁ ଆମ ତରେଇ ସାର୍‌ ଗାଇଡ୍‌ ଶିକ୍ଷକ ଭାବରେ ମାଲକାନଗିରି ନେଇକି ଗଲେ। ମାଲକାନଗିରି ବୁଟିଗୁଡ଼ା ବିଦ୍ୟାଳୟରେ ଜିଲା ଶିକ୍ଷାଧୀଶ ମାଲକାନଗିରି କାର୍ଯ୍ୟାଳୟରେ ପରୀକ୍ଷା ଦେଇ ଆମେ ଫେରିଆସିଲୁ। ଏବେ କେବଳ ଅପେକ୍ଷା ଥିଲା ଫଳାଫଳକୁ। ଦିନେ ଶନିବାର ଉପରଓଳି ସ୍କୁଲ୍‌ ପ୍ରଧାନଶିକ୍ଷକ ପିଲାଙ୍କ ହାତରେ
ଖବର ପଠାଇଲେ ମୋ ବାପାଙ୍କୁ ବିଦ୍ୟାଳୟକୁ ଯିବାକୁ। ବାପା ସ୍କୁଲ୍‌ରେ ପହଞ୍ଚତ୍ବା କ୍ଷଣି ପ୍ରଧାନଶିକ୍ଷକ ଚେୟାରରୁ ଉଠିପଡ଼ି ବାପାଙ୍କୁ ସ୍ବାଗତ ମୁଦ୍ରାରେ କୁଣ୍ଢେଇ ଧରି କହିଲେ, ”ଆପଣଙ୍କ ପୁଅ ଏନ୍‌ଆର୍‌ଟିଏସ୍‌ ପରୀକ୍ଷାରେ ସମସ୍ତଙ୍କଠାରୁ ଅଧିକ ନମ୍ବର ରଖି ପାଶ୍‌ କରିବା ସହ ମାଲକାନଗିରି ସବ୍‌ଡିଭିଜନରେ ଭଲ ପିଲାଙ୍କ ତାଲିକାରେ ନାଁ ରଖିଛି। ଆପଣ ତୁରନ୍ତ କାଲି ଯାଇ ଆର୍‌ଆଇ ଅଫିସରୁ ଲିଗାଲ ହେୟାର ଓ ବାସିନ୍ଦା ପ୍ରମାଣପତ୍ର ଆଣନ୍ତୁ।“ ସାର୍‌ଙ୍କୁ ଧନ୍ୟବାଦ ଦେଇ ବାପା ସେଠାରୁ ଆସି ଖୁସିରେ ଗଦଗଦ ହୋଇ ମା’କୁ ସବୁକଥା ଏକାନିଃଶ୍ୱାସରେ କହି ପକାଇଲେ। ଦୁଇଦିନ ଭିତରେ ଆନୁଷଙ୍ଗିକ କାଗଜପତ୍ର ପ୍ରସ୍ତୁତ ହୋଇଯିବା ପରେ ସାର୍‌ ମାଲକାନଗିରି ଯାଇ ସ୍କଲାରଶିପ୍‌ ଟଙ୍କା ନେଇଆସିଲେ। ଆମ ବିଦ୍ୟାଳୟରୁ ଚାରିଜଣ ପରୀକ୍ଷା ଦେଇଥିଲୁ, କିନ୍ତୁ ତିନି ଜଣଙ୍କ ନାଁରେ ଟଙ୍କା ଆସିଥାଏ। ଦସ୍ତଖତ କଲାପରେ ମୋତେ ସାର୍‌ ୭୫୦ ଟଙ୍କା ଦେଲେ। ସାର୍‌ଙ୍କୁ ମୁଣ୍ଡିଆ ମାରି ସିଧା ଧାଇଁଲି ଘରକୁ ଆଉ ମା’ ହାତକୁ ବଢ଼ାଇଦେଲି ସେଇ ବହୁ ପ୍ରତୀକ୍ଷିତ ଟଙ୍କାକୁ। ଲୁହ ଜକେଇ ଆସିଥିଲା ତା’ ଆଖିରେ। ଖୁସିରେ ମୋତେ କୋଳେଇ ନେଇଥିଲା। ଆଉ ମୁଁ ତା’ର ସେଇ ଲୋଚାକୋଚା ବାର ସିଉଁନ୍ତା ଶାଢ଼ି ପଣତକାନି ଭିତରୁ ଅଣ୍ଡାଳୁଥିଲି ସେତେବେଳର ସେଇ ଆକାଶଭର୍ତ୍ତି ଖୁସିରେ ମୋର ପରିବାରକୁ ମିଳିଥିବା ମୁଠାମୁଠା ଖୁସିର ତଥାସ୍ତୁ।
ସତରେ ସମୟ ବଡ଼ ବଳବାନ୍‌। ଏବେ ମୁଁ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକ ଭାବରେ ସରକାରଙ୍କଠାରୁ ପାଉଥିବା ମୋଟା ଅଙ୍କର ଦରମା ଆଗରେ କିନ୍ତୁ ସେଦିନର ସେହି ସ୍ବଳ୍ପ ରୋଜଗାରଟି ବେଶ୍‌ ଅମୂଲ ମୂଲ ଲାଗେ। ତା’ଛଡ଼ା ପିଲାଟି ଦିନରୁ ମାଲକାନଗିରି ମାଟିର କଥା, ବ୍ୟଥା, ଆଦିବାସୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଲୋକକଳା, ଲୋକନୃତ୍ୟ, ଲୋକ ସଂସ୍କୃତି ଓ ଲୋକବାଦ୍ୟ ଭିତରେ ବଢ଼ି କ୍ରମେ କବିତା, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ, ଖବରକାଗଜରେ ସ୍ତମ୍ଭଲେଖା, ଆଦିବାସୀ ନାଟକ ଲେଖିବାକୁ ବି ପ୍ରେରଣା ପାଇଛି। ୟା’ ଭିତରେ ୬ଟି କବିତା ସଂକଳନ ବି ମୋର ପ୍ରକାଶିତ ହୋଇସାରିଛି। ତଥାପି ଆଗକୁ ଆହୁରି ଯିବାକୁ ଅନେକ ରାସ୍ତା ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri