ଭାରତର ରାଗ ଲଙ୍କାରେ ତିଆରି ଚିପ୍ସ ଖାଇ ଜାପାନର ୧୪ ଛାତ୍ର ଅସୁସ୍ଥ

ଟୋକିଓ,୧୯।୭: ଜାପାନର ୧୪ ଜଣ ଛାତ୍ର ଭାରତର ରାଗ ଲଙ୍କା (ଭୋତ ଜୋଲାକିଆ) ରୁ ପ୍ରସ୍ତୁତ ଆଳୁ ଚିପ୍ସ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ କଡିଛି। ଜାପାନର ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଏହି ଚିପ୍ସ ବହୁତ ମସଲାଯୁକ୍ତ ଥିଲା, ଯାହାକୁ ପ୍ରାୟ ୩୦ ଜଣ ଛାତ୍ର ଖାଇଥିଲେ।
ରିପୋର୍ଟ ଅନୁଯାୟୀ, ଜୁଲାଇ ୧୬ରେ ଜଣେ ଛାତ୍ର ଭୋତ ଜୋଲାକିଆ ଚିଲିରୁ ପ୍ରସ୍ତୁତ ଚିପ୍ସ ଟୋକିଓରେ ଥିବା ତାଙ୍କ ସ୍କୁଲରେ ଖାଇବା ପାଇଁ ଆଣିଥିଲେ। ଚିପ୍ସ ୩୦ଜଣ ଛାତ୍ର ଖାଇଥିଲେ। ତଥାପି, ଚିପ୍ସ ମଧ୍ୟ ଏକ ଚେତାବନୀ ଦେଇଥିଲା ଯେ ୧୮ବର୍ଷରୁ କମ ବୟସର ଲୋକମାନେ ଏହି ଉତ୍ପାଦ ଖାଇବା ଉଚିତ୍‌ ନୁହେଁ। ଏହାସତ୍ତ୍ୱେ ଛାତ୍ରମାନେ ଏହାକୁ ଖାଇଥିଲେ ଏବଂ ଅସୁସ୍ଥ ହୋଇ ପଡିଥିଲେ।

ଚିପ୍ସ ଖାଇବା ପରେ ଅନେକ ଛାତ୍ର ପାଟିରେ ପୋଡାଜଳା ଏବଂ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କଲେ। ଏମାନଙ୍କ ଅଭିଯୋଗ ପାଇବା ପରେ ସ୍କୁଲ ପ୍ରଶାସନ ପୋଲିସକୁ ସୂଚନା ଦେଇଥିଲା। ଏହା ପରେ ୧୪ଜଣ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏଥି ସହିତ, ଚିପ୍ସ ଉତ୍ପାଦନକାରୀ କମ୍ପାନୀ ଇସୋୟାମା କର୍ପ ଏହି ଘଟଣା ପରେ ଏକ ବିବୃତ୍ତିରେ ୧୮ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଚେତାବନୀକୁ ଦୋହରାଇଛି।
ଚିପ୍ସ ଉତ୍ପାଦନକାରୀ କମ୍ପାନୀ କହିଛି, ‘୧୮ ବର୍ଷରୁ କମ ବୟସର ଲୋକମାନେ ଏହି ଉତ୍ପାଦକୁ ଖାଇବା ଠାରୁ ଦୂରେଇ ରହିବା ଉଚିତ କାରଣ ଏହା ଅତ୍ୟନ୍ତ ମସଲାଯୁକ୍ତ । କେବଳ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି ନାହିଁ, ଯେଉଁମାନେ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି ସେମାନେ ମଧ୍ୟ ଏହି ଉତ୍ପାଦରୁ ଦୂରେଇ ରହିବା ଉଚିତ୍‌। ଖାଇବା ସମୟରେ ସତର୍କ ରୁହନ୍ତୁ।
ଏହି ଘଟଣାରେ ଜଣେ କମ୍ପାନୀ ଅଧିକାରୀ କ୍ଷମା ମାଗି ଛାତ୍ରଛାତ୍ରୀଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ସୂଚନାଯୋଗ୍ୟ, ଭୋତ ଜୋଲାୟକିଆ ବିଶ୍ୱର ସବୁଠୁ ରାଗ ଲଙ୍କା ମଧ୍ୟରୁ ଅନ୍ୟତମ । ଏହା ଉତ୍ତର-ପୂର୍ବ ଭାରତୀୟ ରାଜ୍ୟ ଆସାମ, ନାଗାଲାଣ୍ଡ ଏବଂ ମଣିପୁରର ଆଖପାଖ ଅଞ୍ଚଳରେ ଚାଷ କରାଯାଏ । ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ଭୋତ ଜୋଲକିଆ ବିଶ୍ୱର ସବୁଠାରୁ ରାଗ ଲଙ୍କା ପାଇଁ ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ଓମାନରେ ମୋଦିଙ୍କୁ ଭବ୍ୟ ସ୍ବାଗତରେ ଥରି ଉଠିଲା ମୁସଲମାନ ଦେଶ, ପାକିସ୍ତାନୀ ବିଶେଷଜ୍ଞ କହିଲେ…

ମସ୍କାଟ୍‌/ନୂଆଦିଲ୍ଲୀ,୧୯ା୧୨: ଜୋର୍ଡାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମାନରେ ମିଳିଥିବା ଭବ୍ୟ ସ୍ବାଗତରେ ପାକିସ୍ତାନ ରାଗରେ ଖପ୍ପା ହୋଇଉଠିଛି। ମୁସଲମାନ ଦେଶଗୁଡ଼ିକରେ ତାଙ୍କୁ ମିଳିଥିବା ସ୍ବାଗତ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri