ମୌସୁମୀ ବର୍ଷା ବିଳମ୍ବ ସତ୍ତ୍ୱେ ଚାଷକାର୍ଯ୍ୟ ଆରମ୍ଭ

ପଟ୍ଟାମୁଣ୍ଡାଇ,୫ା୭ (କଳ୍ପତରୁ ନାୟକ): ଚାଷ ଓ ଚାଷୀଙ୍କ ପାଇଁ ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନକରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଚାଷୀଙ୍କ ପାଇଁ ଯୋଜନାରେ ବିହନ, ସାର ଯୋଗାଇଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଚାଷୀଙ୍କୁ ଚଳିତବର୍ଷ ରିହାତି ଦରରେ ସାର ଓ ବିହନ ମିଳୁନାହିଁ। ପଟ୍ଟାମୁଣ୍ଡାଇରେ ଥିବା ସମବାୟ ସମିତି ଏ ପର୍ଯ୍ୟନ୍ତ ବିହନ ସାର ଚାଷୀଙ୍କୁ ଯୋଗାଉନାହାନ୍ତି। ଫଳରେ ଚାଷ ପାଇଁ ତରବର ହେଉଥିବା ଚାଷୀ ଗାଁ  ଗହଳିରେ ଥିବା ଦୋକାନରେ ବିକ୍ରି ହେଉଥିବା ସରକାରୀ ବିହନ ଅଧିକ ମୂଲ୍ୟରେ କିଣୁଛି ବୋଲି କୃଷକମାନେ ଅଭିଯୋଗ କରୁଛନ୍ତି। ଚାଷ ଆରମ୍ଭରୁ କଳାବଜାର ଚାଷୀଙ୍କୁ ଅଡ଼ୁଆ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
କୃଷକ ନେତା ବିଜୟ ଦାସ କହିଛନ୍ତି, ବିଶେଷକରି ପଟ୍ଟାମୁଣ୍ଡାଇରେ ଧାନଚାଷ ଉପରେ ସର୍ବାଧିକ ଚାଷୀ ନିର୍ଭର କରୁଥିବାବେଳେ ମୌସୁମୀ ବର୍ଷା ବିଳମ୍ବ ହେବାରୁ ଏଥର ଚାଷ କାର୍ଯ୍ୟ ଡେରିରେ ଆରମ୍ଭ ହୋଇଛି। ୨ରୁ ୪ ଦିନ ହେବ ପାଗ ଅନୁକୂଳ ହୋଇ ବର୍ଷା ହେଉଛି। ଚାଷୀ ତରବର ହୋଇ ତଳି ପକାଇବାକୁ ଚେଷ୍ଟା କରୁଥିବା ବେଳେ ବିହନ ପାଉନାହାନ୍ତି। ବିହନ କଳାବଜାରକାରୀଙ୍କ କବ୍‌ଜାରେ ରହିଛି। ପାରମ୍ପରିକ ବିହନରେ କେତେଜଣ ଚାଷୀ ଧାନ ବୁଣାବୁଣି କରିଛନ୍ତି। ଧାନଚାଷ ନିମନ୍ତେ ଏଥର ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ୨ ହଜାର କୁଇଣ୍ଟାଲରୁ ଅଧିକ ବିହନ ଆବଶ୍ୟକ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ସମବାୟ ସମିତି ବିହନ ଯୋଗାଉ ନ ଥିବାବେଳେ ଡିଲର ୧୨୦ କୁଇଣ୍ଟାଲ ବିହନ ଉଠାଇଛନ୍ତି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ସରକାର ବିଭିନ୍ନ ପ୍ରାଥମିକ ସେବା ସମବାୟ ସମିତି ମାଧ୍ୟମରେ ବିହନ ଯୋଗାଇବାକୁ ଯୋଜନା କରିଛନ୍ତି। ବିହନ ନିଗମ ପାଖରେ ଯଥେଷ୍ଟ ବିହନ ମହଜୁଦ ଅଛି। କିନ୍ତୁ ସମବାୟ ସମିତି ବିହନ ଉଠାଉ ନ ଥିବାରୁ କଳାବଜାରକାରୀଙ୍କ କବ୍‌ଜାରେ ବିହନ ବିକ୍ରି ହେଉଛି। କଳାବଜାରକାରୀମାନେ ଚାଷ ପାଇଁ ବିହନ ଦରକାର କହି ସରକାରୀ ଦାମରେ ଅଧିକରୁ ଅଧିକ ବିହନ କିଣି କ୍ଷୁଦ୍ରଚାଷୀଙ୍କୁ ଉଚ୍ଚା ଦରରେ ବିକ୍ରି କରୁଛନ୍ତି। ଚାଷୀ ସୁରେନ୍ଦ୍ର ପରିଡ଼ା କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷ ପ୍ରାୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ଏଠାରେ ଜଳସେଚିତ ଜମି ଥାଇ ମଧ୍ୟ ନ ଥିବା ସାଙ୍ଗରେ ସମାନ। ଆବଶ୍ୟକ ବେଳେ କେନାଲ ପାଣି ଛଡ଼ା ଯାଏ ନାହିଁ। ସେଥିପାଇଁ ରବିରେ ଚାଷବାସ ପ୍ରାୟ ହୁଏନାହିଁ । ଖରିଫ ଚାଷକୁ ଚାଷୀ ଗୁରୁତ୍ୱ ଦେଉଥିଲା ବେଳେ ଏଥର ସେପରି ବର୍ଷା ଜୁନ୍‌ ଶେଷ ପର୍ଯ୍ୟନ୍ତ ହୋଇନାହିଁ । ଆଗକୁ ଭଲ ବର୍ଷା ହେବ ବୋଲି ପାଣିପାଗ ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଚାଷ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ମାତ୍ର କେନାଲ ପାଣି ନ ଆସିବା ବର୍ଷାର ଅନିୟମିତତା ଯୋଗୁ ଧାନ ବୁଣା ହୋଇପାରି ନ ଥିଲା। ୨ରୁ ୪ ଦିନ ଝିପିଝିପି ବର୍ଷା ହେବାରୁ ଧାନ ଫସଲ ପାଇଁ ବିହନ ବୁଣିବା ଆରମ୍ଭ ହୋଇଛି। ଅଜୟ ନାୟକ, ନରେଶ ଜେନା, ଅଭୟ ବଳ, ନରେନ୍ଦ୍ର ଧଳ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତ ଖରିଫରେ ପ୍ରାୟ ୧୦,୩୦୦ ହେକ୍ଟର ଜମିରେ ଧାନଚାଷ କରାଯିବ ବୋଲି ଆକଳନ କରାଯାଇଛି। ପ୍ରାୟ ଦେଢ଼ ହଜାର ହେକ୍ଟର ଜମିରେ ଡାଲି ଜାତୀୟ ଓ ୫ ଶହ ହେକ୍ଟର ଜମିରେ ତୈଳବୀଜ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଚାଷୀ ପ୍ରସ୍ତୁତ ହୋଇସାରିଥିଲେ ମଧ୍ୟ ଚାଷୀଙ୍କ ପାଖରେ ବିହନ ପହଞ୍ଚି ନାହିଁ । ମୌସୁମୀ ବର୍ଷା ଯଦି ଏଭଳି ଲାଗି ରୁହେ, ତେବେ ଧାନତଳି ପକାଇବା ପାଇଁ ଚାଷୀ ବାହାର ବିହନ ଉପରେ ନିର୍ଭର କରିବେ। ଚଳିତ ବର୍ଷ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧୪ଟି ସମବାୟ ସମିତି ସରକାରୀ ଧାନ ବିହନ ଚାଷୀଙ୍କୁ ଯୋଗାଇଦେବାକୁ କେନ୍ଦ୍ରାପଡ଼ା ଏଆର୍‌ସିଏସ୍‌ ସନ୍ତୋଷ ଦାଶ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି। ମାତ୍ର ଚଳିତବର୍ଷ ସମବାୟ ସମିତିର ସମ୍ପାଦକମାନେ ଚାଷୀଙ୍କୁ କୃଷି ଋଣ ଓ ବିହନ ଯୋଗାଇବା ଉପରେ ଅଣଦେଖା କରିଛନ୍ତି। ବିଶେଷକରି କୃଷି ଋଣ ଫର୍ମ ଏବେ ସୁଦ୍ଧା ଚାଷୀଙ୍କଠାରୁ ସମବାୟ ସମିତି ସମ୍ପାଦକମାନେ ରଖି ନ ଥିବା ବେଳେ ଏବେ ବିହନ ଯୋଗାଣ କରିବା ଦିଗରେ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି। ସିସିବି ପଟ୍ଟାମୁଣ୍ଡାଇ ଶାଖରେ ଜଣେ ସମବାୟ ସମ୍ପାଦକ ତପନ ସ୍ବାଇଁଙ୍କୁ ବିହନ, ସାର ଓ କୃଷି ଋଣ ବିଷୟରେ ପଚାରିବାରେ ନିର୍ବାଚନ ଡ୍ୟୁଟିରେ ବ୍ୟସ୍ତ ରହୁଥିବା ହେତୁ ଚାଷୀଙ୍କ କଥା ବୁଝିହେଲା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri