Posted inଜାତୀୟ

ଅଯୋଧ୍ୟାରେ ପରାଜୟ ପରେ ଭାଜପାର ପଶିଲା ବୁଦ୍ଧି, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୬: ଅଯୋଧ୍ୟାରେ ଲୋକ ସଭା ନିର୍ବାଚନ ହାରିବା ପରେ ଭାଜପାର ବୁଦ୍ଧି ପଶିଛି। ୟୁପିର ଯୋଗୀ ଆଦିତ୍ୟନାଥ ସରକାର ବିସ୍ଥାପିତଙ୍କ ପାଇଁ ପୁଣି ନିଜର ନୀତି ପରିବର୍ତ୍ତନ କରିଛନ୍ତି। କହିରଖୁଛୁ କି, ଅଯୋଧ୍ୟା ମନ୍ଦିର ନିର୍ମାଣବେଳେ ଅଯୋଧ୍ୟାରେ ବସବାସ କରୁଥିବା ଅନେକ ଲୋକଙ୍କ ଘର ଭଙ୍ଗା ଯାଇଥିଲା। ଏୟାରପୋର୍ଟ, ରାମପଥ ଓ ମନ୍ଦିର ନିର୍ମାଣବେଳେ ବହୁଜଣଙ୍କ ଘର ଦୋକାନ ଭାଙ୍ଗି ଦିଆଯାଇଥିଲେ ହେଁ ସେମାନଙ୍କୁ କ୍ଷତିପୂରଣ ମିଳି ନ ଥିଲା। ଯାହାର ଫଳସ୍ବରପ ଭାଜପାକୁ ଚଳିତ ନିର୍ବାଚନରେ ପରିଣିତ ଭୋଗିବାକୁ ପଡିଥିଲା। ଭାଜପା ୟୁପିରେ ବଡ଼ ପରାଜୟର ସମ୍ମୁଖୀନ ହୋଇଥିଲା। ଯାହାକୁ ଭାଜପାର ଗଡ଼ କୁହାଯାଉଥିଲା ସେଠାରେ ଦଳ ମୂଳପୋଛ ହୋଇଯାଇଛି।

ଏବେ ସେହି ଭୂଲକୁ ସୁଧାରିବା ପାଇଁ ଆକ୍ସନ ମୋଡକୁ ଆସିଛନ୍ତି ଯୋଗୀ ଆଦିତ୍ୟନାଥ। ଶହ ଶହ ପରିବାର ଯେଉଁମାନେ ଘର ଓ ଦୋକାନ ଭାଙ୍ଗିବା ଯୋଗୁ କ୍ଷୟକ୍ଷତିର ସାମ୍ନା କରିଥିଲେ ସେମାନଙ୍କ ସାହାଯ୍ୟ କରିଛନ୍ତି ସରକାର। କ୍ଷତି ସହିଥିବା ଲୋକଙ୍କୁ ସରକାର ଦୋକାନ ଆବଣ୍ଟିତ କରିଛନ୍ତି। ଯେତେବେଳେ ସହଦତଗଞ୍ଜରୁ ନୂଆ ଘାଟ ଯାଏଁ ପ୍ରାୟ ୧୩ କିମି ସଡକ ଚଉଡା କରାଯାଇଥିଲା ଏହି ଶହ ଶହ ଲୋକଙ୍କ ଘର ଭଙ୍ଗା ଯାଇଥିଲା। ଏହି ସଡକକୁ ନୂଆ କରି ରାମ ପଥ ତିଆରି କରାଯାଇଥିଲା।

ତେବେ ଏହି ରାମପଥରେ ବିସ୍ଥାପିତ ହୋଇଥିବା ଦୋକାନୀଙ୍କୁ ସରକାର କ୍ଷତିପୂରଣ ଦେବା ବଦଳରେ ସେମାନଙ୍କୁ ଦୋକାନ କରିବା ପାଇଁ ଯାଗା ବିକ୍ରି କରିବାରେ ଲାଗିଲେ। ୧୦୦ବର୍ଗ ଫୁଟରୁ ୧୫୦ବର୍ଗ ଫୁଟ ଯାଏଁ ଦୋକାନ ପିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ନିର୍ଦ୍ଧାରଣ କରାଯାଇଥିଲା। ଗୋଟିଏ ଦୋକାନ କରିବା ପାଇଁ ୮ଲକ୍ଷରୁ ୧୮ଲକ୍ଷ ଦେବାକୁ ପଡୁଥିଲା। ସେଥିରେ ପୁଣି ସୁଧ ମଧ୍ୟ ପ୍ରତି ମାସକୁ ମାସ ଭରିବାକୁ ପଡୁଥିଲା। ଯାହାକୁ ନେଇ ସେଠାରେ କେବଳ ଦୋକାନ କରି ଚଳୁଥିବା ଲୋକଙ୍କ ପାଇଁ ଦୁର୍ବିସହ ହୋଇ ପଡିଲା। ଯାହାର ଉଚିତ ଜବାବ ଲୋକେ ନିର୍ବାଚନରେ ହିଁ ଦେଇଥିଲେ।

ଏଥିରୁ ଶିକ୍ଷା ଲାଭ କରି ଭାଜପା ତା’ର ନୀତି ପରିବର୍ତ୍ତନ କରିଛି। ଯାହାକୁ ନେଇ ସେଠାରେ ଥିବା ବିସ୍ଥାପିତଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଗକୁ ୟୁପିରେ ବିଧାନସଭାରେ ଉପ ନିର୍ବାଚନ ଥିବାରୁ ଭାଜପା ତା’ର ଭୂଲ ସୁଧାରିବାକୁ ଚେଷ୍ଟା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri