ମୁଖ୍ୟମନ୍ତ୍ରୀଙ୍କ ବ୍ଲାଙ୍କ୍‌ ଚେକ୍‌ କଟକର ବିକାଶ ପାଇଁ ବିନିଯୋଗ କରିବି

୨୦ ବର୍ଷରୁ ଅଧିକ ହେବ ରାଜନୀତି, କଟକର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସହ ଜଡିତ ରହିଛନ୍ତି ପ୍ରକାଶ ବେହେରା। ପୂର୍ବରୁ ସେ ସାଲେପୁରର ବିଧାୟକ ଥିଲେ। ୧୮ବର୍ଷ ବୟସରେ ଟ୍ରେଡ୍‌ ୟୁନିୟନରେ ସାମିଲ ହୋଇ ନିଜର ସାମାଜିକ ଯାତ୍ରା ଆରମ୍ଭ କରିଥିଲେ। ଚଳିତ ନିର୍ବାଚନରେ ସେ ବାରବାଟୀ-କଟକ ବିଧାନସଭାମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନ ପ୍ରସଙ୍ଗ ଓ ସ୍ବପ୍ନ ସମ୍ପର୍କରେ ପ୍ରକାଶଙ୍କ ମୁହଁରୁ କିଛି କଥା…

ବିକାଶକୁ ନେଇ ଆପଣଙ୍କ ଯୋଜନା କ’ଣ ରହିଛି?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ବହୁ ବିକାଶ କରିଛନ୍ତି। କଟକ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ଏବଂ କଟକ ପାଇଁ ତାଙ୍କର ବହୁତ ଭଲ ପାଇବା ରହିଛି। କଟକ ଯାହା ଆଜି ଚିନ୍ତା କରେ ଓଡ଼ିଶା ତାହା କାଲି ଚିନ୍ତା କରେ। ସେଥିପାଇଁ ନିଆରା ସହର ରହିଛି କଟକ ସହର। କଟକରେ ଏବେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି। ଆହୁରି ଅନେକ କିଛି କରିବାର ଅଛି କଟକ ମାଟି ପାଇଁ। ନିର୍ବାଚନ ଜିତିଲେ ସିଡିଏରେ ଫ୍ରି ହୋଲ୍ଡ ସମସ୍ୟାକୁ ଶହେ ଦିନ ଭିତରେ ସମାଧାନ କରିବି। ଏହାସହ ସିଡିଏ ଅଞ୍ଚଳରେ ଡ୍ରେନେଜ୍‌ ଓ ସ୍ବେରେଜ୍‌ ବ୍ୟବସ୍ଥାର ଆଧୁନିକୀକରଣ କରାଯିବ। ଜୁଡିସିଆଲ ଏକାଡେମୀ ଭଳି ଆଇନଜୀବୀଙ୍କ ପାଇଁ ଆଡ୍‌ଭୋକେଟ୍‌ ଏକାଡେମୀ ସ୍ଥାପନ କରାଯିବ। ଗଡ଼ଖାଇ ପୁନଃରୁଦ୍ଧାର ଓ ପର୍ଯ୍ୟଟନସ୍ଥଳର ରୂପ ଦେବା। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ପ୍ରୟାସ। ଦହିବରାକୁ ଜି-ଆଇ ଟ୍ୟାଗ୍‌, ସର୍ବଧର୍ମ ସମନ୍ବୟର ପ୍ରତୀକ ଭାବେ କମ୍ୟୁନିଟି ହଲ୍‌ ନିର୍ମାଣ, ଊର୍ଦ୍ଦୁ ପାଠାଗାରର ପୁନରୁଦ୍ଧାର, ଯୁବତୀଯୁବକଙ୍କ ପାଇଁ ବୃତ୍ତିଗତ ତାଲିମ ବ୍ୟବସ୍ଥା, କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ କଟକକୁ ଗୁରୁତ୍ୱ ଦିଆଯିବ। ଆଗାମୀ ଦିନରେ ଯେଭଳି ଗୋଟିଏ ବି ସରକାରୀ କାର୍ଯ୍ୟାଳୟ କଟକରୁ ସ୍ଥାନାନ୍ତର ନ ହେବ, ସେଥିପାଇଁ ସମସ୍ତ ଉଦ୍ୟମ କରିବି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀ କଟକର ବିକାଶ ପାଇଁ ବ୍ଲାଙ୍କ୍‌ ଚେକ୍‌ ଦେଇଛନ୍ତି ତାହାକୁ ବିକାଶ କ୍ଷେତ୍ରରେ ବିନିଯୋଗ କରିବି।
ନିଜ ସପକ୍ଷରେ କ’ଣ କହିବାକୁ ଚାହିଁବେ?
ଗତ ପାଞ୍ଚ ବର୍ଷ ମଧ୍ୟରେ କଟକରେ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟ ହୋଇନାହିଁ। କଟକରେ ରହିଥିବା ଛୋଟ ଛୋଟ ସମସ୍ୟାକୁ ନିର୍ବାଚନ ଜିତିବା ପରେ ସମାଧାନ କରିବି। ଏଥିସହ କଟକରେ ଯେଉଁ କାର୍ଯ୍ୟ ଓ ବିକାଶ ଅଧାରେ ରହିଛି ତାହାକୁ ସମ୍ପୂର୍ଣ୍ଣ କରିବି।
କହୁଛନ୍ତି ଆପଣ କଟକର ନୁହନ୍ତି, ଭୋଟର ଆପଣଙ୍କୁ କାହିଁକି ସମର୍ଥନ କରିବେ ବୋଲି ଭାବୁଛନ୍ତି?
ବିରୋଧୀ ଦଳ କୁଚିନ୍ତାଧାରା ରଖିଛି। ଭୋଟର କେବେ ବି ଏସବୁ ଭାବି ନାହାନ୍ତି। ଭୋଟରଙ୍କ ପାଖକୁ ଯାଉଛି ଏବଂ ଖୁବ୍‌ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପାଉଛି। ଭୋଟର ହୃଦୟରୁ ମୋତେ ଗ୍ରହଣ କରୁଛନ୍ତି। ମୋ ଘର କଟକ ମାଛୁଆବଜାର। ସେଠାରେ ମୋ ଜନ୍ମ, କଟକରେ ପଢ଼ିଛି ଓ ବଢିଛି ମୋ ପୈତୃକ ଘର ମାଛୁଆବଜାରରୁ ସର୍ବପ୍ରଥମେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲି। ବିରୋଧୀଙ୍କ ମନରେ ଏକ ଭୟ ରହିଛି।
କ’ଣ ସବୁ ପ୍ରତିଶ୍ରୁତି ଦେବେ?
ପ୍ରତିଶ୍ରୁତି ସମସ୍ତେ ଦେଇଥାନ୍ତି। ତାହାକୁ କେବଳ କଥାରେ ନୁହେଁ, କାମରେ କରିବା ଆବଶ୍ୟକ। କଟକରେ ବହୁ କିଛି ବିକାଶ ପାଇଁ କରିବା ଯୋଜନା ରଖିଛି। କଟକବାସୀଙ୍କର ଅନେକ ସମସ୍ୟା ରହିଛି। ନିର୍ବାଚନ ଜିତିବା ପରେ ତାହାର ସମାଧାନ ଉପରେ ଗୁରୁତ୍ୱ ଦେବି।
ସହିତ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାବୁଛନ୍ତି?
ବିଜେଡି ସର୍ବଦା ଏକ ନମ୍ବର ରହିଆସିଛି। ଅନ୍ୟ ବିରୋଧୀ ଦଳ ୨ ନମ୍ବରରେ ରହିବେ। ସେଥିପାଇଁ ବିରୋଧୀ ଦଳର ପ୍ରାର୍ଥୀମାନେ ଏବେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ରାଜନୀତିରେ ପ୍ରତିଦ୍ୱନ୍ଦ୍ୱୀ ରହିବା ସ୍ବାଭାବିକ୍‌, କିନ୍ତୁ ରାଜନୀତି କିଏ କେତେ ଦୂର ଭଲ ଭାବେ କରିପାରିବ ତାହା ସବୁଠୁ ବଡ଼ ପ୍ରଶ୍ନ? ୨୦ ବର୍ଷରୁ ଅଧିକ ସମୟ ହେବ ମୁଁ ରାଜନୀତିରେ ଜଡିତ ରହି ଲୋକଙ୍କ ପାଇଁ କାମ କରିଆସୁଛି। ସବୁ ସମୟରେ ଲୋକଙ୍କ ସହ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri