Posted inଜାତୀୟ

ବିମାନ ଧକ୍କାରେ ୪୦ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ

ମୁମ୍ବାଇ, ୨୨।୫: ଏମିରେଟ୍‌ସ ଏୟାରଲାଇନ୍ସର ଏକ ବିମାନ ସହ ଧକ୍କା ହୋଇ ୪୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ ହୋଇଯାଇଛି। ସୋମବାର ବିଳମ୍ବିତ ରାତିରେ ମୁମ୍ବାଇର ଘାଟ୍‌କୋପର ସ୍ଥିତ ଲକ୍ଷ୍ମୀନଗରର ସ୍ଥାନୀୟ ବାସିନ୍ଦା ୪୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ମୁମ୍ବାଇରୁ ଦୁବାଇ ଯାଉଥିବା ଏମିରେଟ୍‌ସ ଏୟାରଲାଇନ୍ସର ‘ଇକେ ୫୦୯’ ବିମାନ ସହ କିଛି ପକ୍ଷୀ ମାଡ଼ ହେବା ନେଇ ଏହାର ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସୂଚନା ଦେଇଥିଲେ। ପକ୍ଷୀଙ୍କ ସହ ମାଡ଼ ହେବା ପରେ ଏହି ଫ୍ଲାଇଟ୍‌କୁ ମୁମ୍ବାଇ ବିମାନ ବନ୍ଦରରେ ଜରୁରିକାଳୀନ ଅବତରଣ କରାଯିବା ସହ ଏଥିରେ ଯାତ୍ରାକୁ ବାତିଲ କରାଯାଇଥିଲା। ଏହାପରେ ଉକ୍ତ ବିମାନକୁ ଯାଞ୍ଚ ମଧ୍ୟ କରାଯାଇଥିଲା।
ଅନ୍ୟପକ୍ଷରେ ଏହି ଘଟଣାକୁ ଗୁରୁତର ସହ ନେଇଛି ମହାରାଷ୍ଟ୍ରର ଜଙ୍ଗଲ ଓ ପରିବେଶ ବିଭାଗ। ବିଭାଗ ପକ୍ଷରୁ ପୂରା ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅଧିକାରୀମାନେ ଲକ୍ଷ୍ମୀନଗରରେ ପହଞ୍ଚି ସ୍ଥାନୀୟ ଅଧିବାସୀଙ୍କୁ ପଚରାଉଚରା କରିଥିବା ମହାରାଷ୍ଟ୍ର ସରକାରଙ୍କ ଅତିରିକ୍ତ ମୁଖ୍ୟ ଜଙ୍ଗଲ ସଂରକ୍ଷଣକାରୀ ଏସ୍‌. ଭି. ରାମାରାଓ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଏକ ଟିମ୍‌ ବିମାନର ପାଇଲଟଙ୍କ ବୟାନ ରେକର୍ଡ କରିବ ବୋଲି ସେ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ଅନେକ ପରିବେଶବିତ ଏବଂ ବନ୍ୟଜନ୍ତୁ କଲ୍ୟାଣ ସଂଗଠନ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ବିଦେଶୀ ପକ୍ଷୀ ସମୂହ ସାଧାରଣତଃ ମୁମ୍ବାଇ ଦେଇ ଠାଣେସ୍ଥିତ ପକ୍ଷୀ ଅଭୟାରଣ୍ୟକୁ ଯାଇଥାନ୍ତି। ତେବେ ନଭି ମୁମ୍ବାଇରେ ଚାଲିଥିବା ବିଭିନ୍ନ ଅବୈଧ ନିର୍ମାଣ କାର୍ଯ୍ୟ ଓ ପ୍ରଦୂଷଣ ଆଦି କାରଣରୁ ପକ୍ଷୀମାନେ ନିଜ ଗତିପଥ ବଦଳାଇବାକୁ ବାଧ୍ୟ ହେଉଥିବା, କିଛି ପରିବେଶବିତ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri