ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ ସିଧାସଳଖ ସହରବାସୀଙ୍କ ଉପରେ ପଡ଼ୁଛି। ଆଗକୁ ସହରର ନଦୀଗୁଡ଼ିକର ସୁରକ୍ଷା ପ୍ରତି ଯତ୍ନଶୀଳ ନ ହେଲେ ଭବିଷ୍ୟତରେ ଉତ୍କଟ ଜଳସଙ୍କଟ ସହରବାସୀଙ୍କ ପାଇଁ ଭୟାବହ ପରିସ୍ଥିତି ସୃଷ୍ଟି କରିବ। ପ୍ରକାଶଥାଉ କି, ଏକଦା ବ୍ରାହ୍ମଣୀ ନଦୀ ସହରବାସୀଙ୍କ ପାନୀୟ ଆବଶ୍ୟକତାକୁ ପୂରଣ କରେ। ରାଉରକେଲା ଜଳ ନିଗମ ବିଭାଗ ତରଫରୁ ବ୍ରାହ୍ମଣୀ ନଦୀରୁ ଦୈନିକ ୬୧ ମିଲିୟନ ଲିଟର ପାଣି ଉତ୍ତୋଳନ ହୋଇ ସହରସାରା ବିତରଣ ହୁଏ। ତନ୍ମଧ୍ୟରୁ ୨୦ଭାଗ ପାଣି ବ୍ୟବହାର ପରେ ଅପବ୍ୟବହାର ହୋଇ ସିଧାସଳଖ ସ୍ବିରେଜ ସିଷ୍ଟମ ମାଧ୍ୟମରେ ନଦୀରେ ମିଶୁଥିବା ବେଳେ ବଳକା ପାଣି ଦୈନିକ ଅପବ୍ୟବହାର ହୋଇ ନଷ୍ଟ ହେଉଛି। ସହରରେ ଏହିଭଳି ଜଳର ଅପବ୍ୟବହାର ଆଗକୁ ଜଳ ସଙ୍କଟ ପାଇଁ ପ୍ରମୁଖ କାରଣ ସାଜିବ ବୋଲି ସହରର ବୁଦ୍ଧିଜିବୀ ମହଲରେ କୁହାଯାଉଛି। ନଦୀଘାଟରୁ ବାଲି ଉତ୍ତୋଳନ ଓ ଘର ନିର୍ମାଣ ଯୋଗୁ ନଦୀ ସଙ୍କୁଚିତ ହେବାରେ ଲାଗିଛି। ରାଉରକେଲା ଜଳ ବିଭାଜନ ବିଭାଗ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସହରର ପ୍ରତ୍ୟେକ ଘରକୁ ଟ୍ୟାପ୍‌ ଓ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଉଛି। ତଥାପି ଜଳ ସମସ୍ୟା ଦେଖାଦେଉଛି। ରାଉରକେଲା ଜଳ ନିଗମ (ଓ୍ବାଟ୍‌କୋ)କୁ ଆର୍ଥିକ ବର୍ଷ ୨୦୨୦-୨୧ରେ ସହରର ୨୨ଟି ଜୋନକୁ ପାନୀୟ ଜଳ ପହଞ୍ଚାଇବା ପାଇଁ ଆବଶ୍ୟକୀୟ ଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ୧୨୯ କୋଟି ୬୪ ଲକ୍ଷ ବ୍ୟୟବରାଦ ହୋଇଛି। ଆରଏମ୍‌ସି ଟ୍ୟାପ୍‌ ଯୋଗେ ମୋଟ ୩ ଲକ୍ଷ ଲୋକଙ୍କ ପାଖକୁ ଦୈନିକ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଆର୍ଥିକ ବର୍ଷ ୨୦୨୨-୨୩ରେ ୬ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟବରାଦ କରିଛି। ଏହିସବୁ ପ୍ରକଳ୍ପର ସଠିକ ପରିଚାଳନା ପାଇଁ ଜଳର ଆବଶ୍ୟକତା ରହିଛି। ଏନେଇ ରାଉରକେଲା ଓ୍ବାଟ୍‌କୋ ମୁଖ୍ୟ ପରିଚାଳକ ପ୍ରତାପ କେଶରୀ ମହାନ୍ତିଙ୍କୁ ପଚାରିବାରୁ, ସହରରେ ଅନବରତ ମେଗା ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି। ଜଳ ବିନା ପ୍ରକଳ୍ପଗୁଡ଼ିକ ଜନହିତରେ ଲାଗିବା ଅସମ୍ଭବ। ତେଣୁ ଆଗକୁ ଯେଭଳି ସହରରେ ଜଳ ଅପବ୍ୟବହାର ହ୍ରାସ ହେବ, ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟ ପରିଚାଳକ ମହାନ୍ତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri