Odisha Elections 2024

‘ଚାକିରି ଦିଅ, ନ ହେଲେ ରାସ୍ତା ବନ୍ଦ’

ବାରିପଦା,୧୨ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି ଓ ଭୂମିହୀନଙ୍କୁ ଜମିପଟ୍ଟା ଯୋଗାଇ ଦେବା ଦାବିରେ ମୟୂରଭଞ୍ଜ ଜିଲା ବାରିପଦା ବ୍ଲକ ଅଧୀନ ଶଙ୍ଖାଭଙ୍ଗା ପଞ୍ଚାୟତର ଶତାଧିକ ଜନସାଧାରଣ ସୋମବାର ରାସ୍ତାରୋକୋ କରିଥିଲେ। ରଙ୍ଗମାଟିଆସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ମୁଖ ରାସ୍ତାରେ ଲୋକେ ବସି ରହି ‘ଆମକୁ ଜମିପଟ୍ଟା ଓ ଚାକିରି ଦିଅ, ନ ହେଲେ ରାସ୍ତା ବନ୍ଦ’ ବୋଲି ନାରା ଦେଇଥିଲେ। ଖବରପାଇ ବାରିପଦା ସଦର ଥାନା ଅଧିକାରୀ ଓ ତହସିଲଦାର ପହଞ୍ଚତ୍ ୨ ଦିନ ମଧ୍ୟରେ ଜମିପଟ୍ଟା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା।
ସୂଚନାଯୋଗ୍ୟ, ବାରିପଦା ବ୍ଳକ ମୁଖ୍ୟାଳୟରୁ ମାତ୍ର ୬କି.ମି. ଦୂରରେ ଥିବା ଶଙ୍ଖାଭଙ୍ଗା ପଞ୍ଚୟତରେ ୪୦୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏହି ପଞ୍ଚାୟତରେ ଶଙ୍ଖାଭଙ୍ଗା, ରଙ୍ଗାମାଟିଆ, ତାଡକିଶୋଳ, ଗୋପାଳପୁର, ସଢେଇକଳା, ଜାମିରଡିହା, ଗୁଞ୍ଜୁସାହି, ସାରୁଝରଣ, ନୂଆଡିହୀ ଓ ରାଣୀଭୋଳ ରାଜସ୍ବ ଗ୍ରାମ ରହିଛି। ପଞ୍ଚାୟତର ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ମୌଳିକ ସମସ୍ୟାରୁ ବଞ୍ଚତ୍ତ ରହିଛନ୍ତି। ଦୀର୍ଘ ଦିନ ଧରି ଭୂମିହୀନ ଲୋକେ ଜମିପଟ୍ଟା ପାଇଁ ଆବେଦନ କରିଥିଲେ ମଧ୍ୟ ଅଦ୍ୟାବଧି ପଟ୍ଟା ପାଇପାରି ନାହାନ୍ତି। ଏନେଇ ବାରମ୍ବାର ଅଭିଯୋଗ କରି ନିରାଶ ହେବା ସହ ଅଧିକାରୀମାନେ ବିଭିନ୍ନ ପ୍ରକାର ଆଳ ଦେଖାଇ ଲୋକଙ୍କୁ ହଇରାଣ ହରକତ କରୁଛନ୍ତି ବୋଲି ଆନ୍ଦୋଳନକାରୀ ତିଳରାମ ହେମ୍ବ୍ରମ, ଚୈତନ୍ୟ ସୋରେନ ଓ ଜଗନ୍ନାଥ ସୋରେନ ଅଭିଯୋଗ କରିଛନ୍ତି। ସେହିପରି ପଞ୍ଚାୟତରେ ବେକାର ଯୁବତୀ ଯୁବକମାନେ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ସହ ଥଇଥାନ କରିବାକୁ ଲୋକେ ଦାବି କରିଥିଲେ। ଏହି ସବୁ ଦାବିକୁ ନେଇ ବାଦଲ ହେମ୍ବ୍ରମ, ଅଜ୍ଜୁନ ବାସ୍କେ ଓ ଟିଟୁ ମୁର୍ମୁଙ୍କ ନେତୃତ୍ୱରେ ଶତାଧିକ ମହିଳାପୁରୁଷ ସକାଳ ୯ଟାରୁ ଅରାହ୍ନ ୩ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ। ତେବେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବୁଲାଇ ମୁର୍ମୁ, ବାହାଦୂର ଟୁଡୁ, ବାବୁରାମ ସୋରେନ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ...

ପିସି କାରବାରରୁ ଅଭାବୀ ବିକ୍ରି

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ...

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର...

ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ...

ଦାଦନ, ଭାଗଚାଷ ବଢ଼ାଇଛି ଲୋକଙ୍କ ଦୁଃଖ

ଆସିକାରୁ ସୁନୀତ ମିଶ୍ର, ୧୯ା୫ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ଆଉ ୫ ଲୋକ ସଭା...

ବିକାଶ ହିଁ ଆମର ପ୍ରସଙ୍ଗ: ଦେବେଶ ଆଚାର୍ଯ୍ୟ

ବରଗଡ଼ ଜିଲାରେ ଦେବେଶ ଆଚାର୍ଯ୍ୟ ଏକ ପରିଚିତ ଚେହେରା। ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ନାତି ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସେ ପୁଅ।...

ଜମିପଟ୍ଟା ନ ଥିଲେ ମିଳୁନି ଜାତି ପ୍ରମାଣପତ୍ର

ସମ୍ବଲପୁର,୧୯।୫(ଭବାନୀ ଶଙ୍କର ଭୋଇ)ଶିକ୍ଷା କ୍ଷେତ୍ରରେ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଅନୁସୂଚିତ ଜାତି ଏବଂ ଜନଜାତ ଛାତ୍ରୀଛାତ୍ରଙ୍କ ପାଇଁ ଜାତି ପ୍ରମାଣ ପତ୍ରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri