Odisha Elections 2024
Posted inଫୁରସତ

ହାତ ନାହିଁ, ଏମିତି କାର୍‌ ଚଲାନ୍ତି ଯେ ଅବାକ୍‌ ହୋଇଯିବେ…

ସାଧାରଣ ମଣିଷ ପକ୍ଷେ ଯାହା କରିବା ଅସମ୍ଭବ ମନେହୁଏ, ଅନେକ ସମୟରେ ହାତ ଗୋଡ ନ ଥିବା ମଣିଷମାନେ ନିଜର ଦୃଢ ମନୋବଳ ଦ୍ୱାରା ସମ୍ଭବ କରି ଦେଖାନ୍ତି। ଏଇ ଯେମିତି କେରଳ, ଇଡୁକିର ଜୁଲିମୋଲ ମାରିଏଟ୍‌। ଜୁଲିମୋଲଙ୍କର ଜନ୍ମରୁ ଦୁଇ ହାତ ନାହିଁ। ତେବେ ବି ସେ ନିଜ ଉପରୁ କେବେ ବିଶ୍ୱାସ ହରାଇ ନାହାନ୍ତି। ଫଳରେ ସେ ଚାରି ଚକିଆ ବାହନ ପାଇଁ ଡ୍ରାଇଭିଂ ଲାଇସେନ୍ସ ପାଇଥିବା ଏସିଆର ପ୍ରଥମ ଭିନ୍ନକ୍ଷମ ମହିଳା ହୋଇପାରିଛନ୍ତି। ଜୁଲିମୋଲ ପେସାରେ ଜଣେ ଗ୍ରାଫିକ ଡିଜାଇନର୍‌। ବହୁ ପୂର୍ବରୁ ତାଙ୍କର ଚାରି ଚକିଆ ବାହନ ଚଳାଇବା ଲାଗି ଲାଇସେନ୍ସ ପାଇବାର ଇଛା ଥିଲା। ଆଉ ଏଇ ସ୍ବପ୍ନ ପୂରଣ କରିବାରେ ତାଙ୍କୁ ସାହାଯ୍ୟ କରିଥିଲା ଆଧୁନିକ ଟେକ୍ନଲୋଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ।୨୦୨୩ରେ ଭିଆଇ ଇନୋଭେସନ୍ସ ନାମକ କେରଳର ଏକ ଷ୍ଟାର୍ଟଅପ୍‌ ଦ୍ୱାରା ଡେଭଲପ୍‌ କରାଯାଇଥିବା ଭଏସ୍‌ କମାଣ୍ଡ ସିଷ୍ଟମ ଦ୍ୱାରା ଜୁଲିମୋଲ କାର୍‌ର ହେଡଲ୍ୟାମ୍ପ, ଇଣ୍ଡିକେଟର୍‌ ଅନ୍‌ ଅଫ୍‌ କରିପାରନ୍ତି, ଓ୍ବାଇପର୍‌ ଚାଲୁ କରିପାରନ୍ତି। ଗୋଡରେ ସେ ଷ୍ଟିୟରିଂ ହ୍ବିଲ ଓ ବ୍ରେକ୍‌, କ୍ଲଚ, ଏକ୍ସଲରେଟର୍‌ କଣ୍ଟ୍ରୋଲ କରନ୍ତି। ଆଉ ଆତ୍ମବିଶ୍ୱାସର ସହ ଏତେ ଭଲଭାବେ କାର୍‌ ଚଲାନ୍ତି ଯେ, ସମସ୍ତେ ଅବାକ୍‌ ହୋଇଯାଆନ୍ତି। ତେଣୁ ତାଙ୍କୁ ଲାଇସେନ୍ସ ମିଳିପାରିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri