ମାର୍ଣ୍ଡିଙ୍କ ପାଇଁ ଚ୍ୟାଲେଞ୍ଜ ମକରଧ୍ୱଜ

ବାଙ୍ଗିରିପୋଷି,୨ା୩(ସଞ୍ଜୟ କୁମାର ଅଗ୍ରୱାଲା): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ। ଏଠାକାର ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ପୁଣି ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ ଭାଜପାର ୩ ନେତା ପାଗ ଭିଡ଼ିଲେଣି। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ଛାଡ଼ି ଭାଜପାରେ ମିଶିଥିବା ଫାଗୁ ହଁାସଦା, ଗତ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସୁଗଦା ମୁର୍ମୁ ଏବଂ ଯୁବନେତା ମକରଧ୍ୱଜ ମୁର୍ମୁ ଭାଜପା ଟିକେଟ ପାଇଁ ଆଶାବାନ୍ଧି ବସିଛନ୍ତି।
ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଭାବ ଅଧିକ ରହିଥିବାବେଳେ କଂଗ୍ରେସ ଓ ଜେଏମ୍‌ଏମ୍‌ ଏକ ପ୍ରକାର ନିଷ୍କ୍ରିୟ ରହିଛନ୍ତିି। ଭାଜପା ନେତାମାନେ ବିଭିନ୍ନ ସଭାସମିତି ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରୁଥିବା ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସମସ୍ୟାକୁ ନେଇ ଧାରଣା, ହରତାଳ ଭଳିି କାର୍ଯ୍ୟକ୍ରମ ଚଳାଇଥିବା ଦେଖିବାକୁ ମିଳୁଛି। ସେହିପରି ବିଜେଡି କର୍ମୀଙ୍କ ମଧ୍ୟରେ କିଛିଟା ଅନ୍ତର୍ଦ୍ୱନ୍ଦ୍ୱ ଥିବା ବାରି ହୋଇ ପଡୁଥିବା ବେଳେ ସଂଗଠନକୁ ସଜାଡ଼ିବା ଉପରେ ଦଳ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।
ନିର୍ବାଚନରେ ସୁଦାମ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ସୁଗଦା ମୁର୍ମୁଙ୍କୁ ପରାଜିତ କରି ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଆସନ୍ତା ନିର୍ବାଚନରେ ସେ ପୁଣି ପ୍ରାର୍ଥୀ ହୋଇ ବିଜୟୀ ହେବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଅନ୍ୟପକ୍ଷରେ ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ିବାକୁ ଭାଜପା ତାଲିକାରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଟିକେଟ ପାଇବା ଆଶାରେ ସେମାନେ ଘରକୁ ଘର ବୁଲି ଆଶୀର୍ବାଦ ଭିକ୍ଷା କରିବା ସହ ଲୋକଙ୍କ ସହଯୋଗ ମାଗିବା ଦେଖିବାକୁ ମିଳିଲାଣି ା ପୁରୁଣା ସହ ଅନେକ ନୂଆ ମୁହଁ ମଇଦାନକୁ ଓହ୍ଲାଇବା ପାଇଁ କସରତ ଆରମ୍ଭ କରିଥିବା ବେଳେ ଦୌଡ଼ ଆଗରେ ଯୁବ ନେତା ମକରଧ୍ୱଜ ମୁର୍ମୁ ଥିବା ଆଲୋଚନା ହେଉଛି। ଚାନ୍ଦୁଆ ଥାନା ଅନ୍ତର୍ଗତ ସରଗଛିଡ଼ା ଗ୍ରାମର ମକରଧ୍ୱଜ ସାନ୍ତାଳ ପରିବାରରେ ଜନ୍ମ। ୩୯ ବର୍ଷୀୟ ଏହି ଶିକ୍ଷିତ ଯୁବନେତା ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ସେ ସରଗଛିଡ଼ା ପଞ୍ଚାୟତର ସରପଞ୍ଚ ଥିବା ବେଳେ ଏବେ ତାଙ୍କ ସ୍ତ୍ରୀ ଫୁଲମଣି ସରପଞ୍ଚ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବାପା ରାମେଶ୍ୱର ରାଜନୀତିରେ ସକ୍ରିୟ ଅଛନ୍ତି। ରାଜନୈତିକ ପରିବାରରୁ ଆସିଥିବା ମକରଧ୍ୱଜ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଆଦିବାସୀ ଛାତ୍ର ସଂଗଠନ ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସହ ଜଡ଼ିତ।
କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକ କିପରି ଲୋକଙ୍କ ପାଖରେ ପହଞ୍ଚତ୍ପାରିବ, ସେଥିପାଇଁ ସେ କାର୍ଯ୍ୟ ଚଳାଇ ଆସୁଛନ୍ତି। ଦଳୀୟ ଟିକେଟ ମିଳିଲେ ସେ ନିଶ୍ଚୟ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିଭଳି ୨୦୧୯ ନିର୍ବାଚନରେ ପରାଜିତ ଭାଜପା ନେତା ସୁଗଦା ମୁର୍ମୁ ଗଁାଗଁା ବୁଲି ସମର୍ଥକଙ୍କୁ ଏକାଠି କରିବା ସହିତ କର୍ମୀ ସମ୍ମିଳନୀ ଆଦି ଆୟୋଜନ କରି ଭୋଟରମାନଙ୍କୁ ନିଜ ଦଳ ସପକ୍ଷରେ ଆକୃଷ୍ଟ କରିବାରେ ଲାଗିଛନ୍ତି। ଏହା ବ୍ୟତୀତ ଜେଏମ୍‌ଏମ୍‌ ଛାଡ଼ି ଭାଜପାରେ ସାମିଲ ହୋଇଥିବା ଫାଗୁ ହଁାସଦା ମଧ୍ୟ ଭାଜପା ଟିକେଟ ପାଇଁ ଜୋରଦାର ଲବି ଚଳାଇଛନ୍ତି। ୨୦୦୪ରୁ ବିଜେଡି ଏହି ଆସନକୁ ଅକ୍ତିଆର କରିଆସିଛି। ଏଠାରୁ କେବେ ଜିତି ନ ଥିବା ଭାଜପା ଆସନ୍ତା ନିର୍ବାଚନରେ ଖାତା ଖୋଲିବା ନେଇ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri