ଦୀପିକା ହୋଇଛନ୍ତି ଗର୍ଭବତୀ ! ୫ ବର୍ଷ ପରେ ଦୀପବୀରଙ୍କ ଘରେ ଶୁଭିବ କି କୁଆଁ କୁଆଁ ରାବ…

ମୁମ୍ବାଇ,୨୦।୨ : ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବିଏଏଫଟିଏ ପୁରସ୍କାର ୨୦୨୪ରେ ଉପସ୍ଥିତ ଥିଲେ। ସେ ପୁଣି ଥରେ ଗର୍ଭବତୀ ଥିବା ବିଷୟକୁ ନେଇ ଖବରକୁ ଆସିଛନ୍ତି। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ବିବାହର ୫ବର୍ଷ ପରେ ଦୀପିକା ଏବଂ ରଣବୀର ସିଂଙ୍କ ଘର ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଖବର ଅଛି ଅଭିନେତ୍ରୀଙ୍କ ଗର୍ଭର ଦ୍ୱିତୀୟ ମାସ ଚାଲିଛି ଏବଂ ଖୁବ ଶୀଘ୍ର ସେ ମା‘ ହେବେ । ଏହା ହେଲେ ୫ ବର୍ଷ ପରେ ଦୀପବୀରଙ୍କ ଘରେ ନୂଆ ଅତିଥିଙ୍କ କୁଆଁ କୁଆଁ ରାବ ଶୁଭିବ।

ଦ ଓ୍ବିକର ରିପୋର୍ଟ ଅନୁଯାୟୀ, ଦୀପିକା ଏବଂ ରଣବୀର ଖୁବ ଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି ବୋଲି ଦାବି କରାଯାଉଛି। ଏହି ସୂଚନା ଦମ୍ପତିଙ୍କ ନିକଟ ସୂତ୍ର ଦ୍ୱାରା ଦିଆଯାଇଛି। ସୂତ୍ରରୁ ପ୍ରକାଶ ଦୀପିକା ଏବଂ ରଣବୀର ନିଜେ ଏହି ଭଲ ଖବରକୁ ସେମାନଙ୍କ ସହ ଶେୟାର କରିଛନ୍ତି ସେମାନେ ଶୀଘ୍ର ସେମାନଙ୍କର ପ୍ରଥମ ଶିଶୁକୁ ସ୍ବାଗତ କରିବେ।

ବାସ୍ତବରେ, ସୋସିଆଲ ମିଡିଆରେ ଆଲୋଚନା ହେଉଛି ଯେ ବିଏଏଫଟିଏ ପୁରସ୍କାର ଶୋ’ରେ ଅଭିନେତ୍ରୀଙ୍କ ବେବି ବମ୍ପ ଦୃଶ୍ୟମାନ ହେଉଥିଲା।

ବର୍ତ୍ତମାନ ଗର୍ଭବତୀ ଖବରକୁ ନେଇ ଦୀପିକା ଏବଂ ରଣବୀରଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ପ୍ରଶଂସକମାନେ ଏହି ଭଲ ଖବର ଉଭୟଙ୍କଠାରୁ ଶୁଣିବାକୁ ବେଶ୍‌ ଆଗ୍ରହୀ । ବର୍ତ୍ତମାନ କେବଳ ସମୟ କହିବ ଏହି ଖବରରେ କେତେ ସତ୍ୟତା ଅଛି ।

ସୂଚନାଯୋଗ୍ୟ ଦୀପିକା ଏବଂ ରଣବୀର ୨୦୧୮ ରେ ବିବାହ କରିଥିଲେ। ନିକଟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅଭିନେତ୍ରୀ କହିଥିଲେ ଯେ ଆମେ କେବେ ନିଜ ପରିବାର ଆରମ୍ଭ କରିବୁ ତାହା ଅପେକ୍ଷା କରିଛୁ। ବର୍ତ୍ତମାନ, ଅଭିନେତ୍ରୀ ମା ହେବାର ଖବର ପରେ ପ୍ରଶଂସକଙ୍କ ଖୁସିର କୌଣସି ସୀମା ନାହିଁ। ଦୀପିକା ପାଦୁକୋନଙ୍କୁ ଶେଷ ଥର ପାଇଁ ’ଫାଇଟର୍‌’ରେ ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ତାଙ୍କୁ ଦକ୍ଷିଣ ସୁପରଷ୍ଟାର ପ୍ରଭାସଙ୍କ ସହ ଳ୍‌‘କଳ୍କି ୨୮୯୮ ଏଡି’ ରେ ଦେଖିବାକୁ ମିଳିବ।

 

https://www.instagram.com/p/C3fq2q2ytnA/?utm_source=ig_embed&ig_rid=8c20e270-051f-4781-844a-c63d55ba341b

 

https://www.instagram.com/p/CzoGbi4oJJh/?utm_source=ig_embed&ig_rid=22e86f1e-3872-4d7c-9d7c-83ccc2d0a064

 


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri