Odisha Elections 2024

ଭିତ୍ତିଭୂମି ସୁଦୃଢ଼କୁ ଟିପିସିଓଡିଏଲ୍‌ର ଗୁରୁତ୍ୱ

ଭୁବନେଶ୍ୱର,୧୯।୨: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଭୁବନେଶ୍ୱରର ଖଣ୍ଡଗିରିଠାରେ ଏକ ଅତ୍ୟାଧୁନିକ ବିଦ୍ୟୁତ୍‌ ଟ୍ରାନ୍ସଫରମର ସ୍ଥାପନ କରାଯାଇଛି। ଏପରିକି ଖଣ୍ଡଗିରିଠାରେ ଥିବା ୮ଏମ୍‌ଭିଏ ପୁରୁଣା ଟ୍ରାନ୍ସଫରମର୍‌କୁ ବଦଳାଇ ଏକ ଅତ୍ୟାଧୁନିକ ୨୫ଏମ୍‌ଭିଏ ଟ୍ରାନ୍ସଫରମର ଜରିଆରେ ଉପରୋକ୍ତ ଅଞ୍ଚଳ ବିଦ୍ୟୁତ୍‌ ଭିତ୍ତିଭୂମିରେ ସୁଦୃଢ଼ କରାଯାଇଛି। ବିଶେଷକରି ଆଗାମୀ ଦିନରେ ଖଣ୍ଡଗିରି ଅଞ୍ଚଳର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ ସହ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣ କରିବା ଲାଗି କମ୍ପାନୀ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଆରମ୍ଭ କରିଛି।

ସେହିଭଳି ସହରାଞ୍ଚଳରେ ବର୍ଷକୁ ବର୍ଷ ଲୋଡ୍‌ରେ ହେଉଥିବା ବୃଦ୍ଧି ଚାହିଦା ପୂରଣ କରିବା ପାଇଁ ପୂର୍ବରୁ ଥିବା ପିଏସ୍‌ଏସ୍‌ରେ ବିଦ୍ୟୁତ୍‌ ଟ୍ରାନ୍ସଫରମର ସହ ସୁଇଚ୍‌ ଗିୟରର ଦକ୍ଷତା ବୃଦ୍ଧି କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଲୋଡ୍‌ରେ ହେବାକୁ ଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ଦକ୍ଷତାରେ ଏହି ଉନ୍ନତି ଅଣାଯାଇଛି। ସେହିପରି କମ୍ପାନୀର ଡିସ୍‌କମ୍‌ଗୁଡ଼ିକ ମଧ୍ୟରେ ପ୍ରଥମ ଏହି ରୂପାନ୍ତରିତ ବିଦ୍ୟୁତ୍‌ ସବ୍‌ଷ୍ଟେଶନ (ପିଏସ୍‌ଏସ୍‌) ଏକ ବଡ଼ ସଫଳତା ଭାବେ ଉଭା ହୋଇଛି, ଯାହା ଭୋଲ୍‌ଟେଜ୍‌ ନିୟନ୍ତ୍ରଣ ଓ ସୁରକ୍ଷା ପଦକ୍ଷେପରେ ଉନ୍ନତ ପ୍ରଯୁକ୍ତିର ସମନ୍ବୟକୁ ଦର୍ଶାଉଛି।

ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନକୁ କାର୍ଯ୍ୟକାରୀ କରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଏହା ଖଣ୍ଡଗିରି ଅଞ୍ଚଳ ବିଦ୍ୟୁତ୍‌ ସେବାରେ ଉନ୍ନତି ଆଣିବା ପାଇଁ ଥିବା ଆମର ସମର୍ପଣ ଭାବକୁ ଦର୍ଶାଉଛି। ଏହି ଉନ୍ନତି ସହ ଆମେ ବର୍ତ୍ତମାନର ଚାହିଦାକୁ ପୂରଣ କରୁଥିବା ବେଳେ ଭବିଷ୍ୟତରେ ସମ୍ପୃକ୍ତ ଅଞ୍ଚଳର ଅଭିବୃଦ୍ଧି ଓ ବିକାଶ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

୪,୦୦୦ କର୍ମଚାରୀଙ୍କୁ ଛଟେଇ କଲା ତୋଷିବା: ରିପୋର୍ଟ

ନୂଆଦିଲ୍ଲୀ,୧୬।୫: ନୂତନ ମାଲିକାନା ଅଧୀନରେ ପୁନଃର୍ଗଠନର କାର୍ଯ୍ୟର ଏକ ଅଂଶ ଭାବରେ ତୋଷିବା ଏହାର ୪,୦୦୦ ଛଟେଇ କରିଥିବା ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି।...

ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅତ୍ୟଧିକ ର୍ନିଭରଶୀଳ ପାଇଁ NBFC କୁ ଚେତାବନୀ ଦେଲା RBI

ମୁମ୍ବାଇ,୧୬।୫: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଅଣ ବ୍ୟାଙ୍କ ଫାଇନାନ୍ସ କମ୍ପାନୀଗୁଡିକ (ଏନବିଏଫସି) କୁ ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅଧିକ ର୍ନିଭରଶୀଳତା...

ରେକର୍ଡ ପ୍ରଫିଟ୍‌ ପରେ କର୍ମଚାରୀଙ୍କୁ ମାଲାମାଲ କଲା କମ୍ପାନୀ

ନୁଆଦିଲ୍ଲୀ, ୧୬।୫: ରେକର୍ଡ ପ୍ରଫିଟ ହାସଲ କରିବା ପରେ ସିଙ୍ଗାପୁର ଏୟାରଲାଇନ୍‌ ଏହାର କର୍ମଚାରୀଙ୍କୁ ୮ ମାସର ଦରମା ବୋନସ୍‌ ଆକାରରେ ଦେବାକୁ ଘୋଷଣା କରିଛି।...

ଏବେ ଶ୍ରୀଲଙ୍କାରେ ବି ଚାଲିବ UPI

ନୂଆଦିଲ୍ଲୀ,୧୬।୫: ଏଣିକି ଶ୍ରୀଲଙ୍କାରେ ମଧ୍ୟ ଚାଲିବ ଫୋନ୍‌ ପେ’। କମ୍ପାନୀ ଲଙ୍କା ପେ’ ସହ ସହଭାଗିତା ଘୋଷଣା କରିଛି। ଏହାଦ୍ୱାରା ବ୍ୟବହାରକାରୀ ଶ୍ରୀଲଙ୍କାରେ ୟୁପିଆଇ ଯେଗେ...

ଟାଟା ଷ୍ଟିଲ୍‌କୁ ଉତ୍ପାଦକତା ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୧୬।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ‘ଉତ୍ପାଦକତା ଉତ୍କର୍ଷ...

ଟେକ୍ନୋଲୋଜି କ୍ଷେତ୍ରରେ ଝିଅମାନଙ୍କ ସମାନ ଭାଗୀଦାରି ରହୁ: ଈଶା

ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଚତୁର୍ଥ ଶିଳ୍ପ ବିପ୍ଳବର ଏହି ଡିଜିଟାଲ ଯୁଗରେ ଯଦି ଭାରତକୁ ବିଶ୍ୱର ଅଗ୍ରଣୀ ଭାବେ ଉଭା ହେବାର ଅଛି,ତେବେ ଝିଅମାନଙ୍କୁ ଆଗକୁ...

୨୦୪୭ ସୁଦ୍ଧା ଜିଡିପିର ୬% ଖର୍ଚ୍ଚକରି ଭାରତକୁ ବିକଶିତ କରିବାକୁ ପଡ଼ିବ

ଭୁବନେଶ୍ୱର,୧୬।୫ (ଅନୁରାଧା ମହାରଣା): ଦେଶର ଅର୍ଥନୀତି ଏହାର ଶିକ୍ଷା ସହ ସିଧାସଳଖ ଜଡ଼ିତ। ଭାରତର ରାଜନୈତିକ ଦଳଗୁଡ଼ିକ ଶିକ୍ଷା କ୍ଷେତ୍ରକୁ ଗମ୍ଭୀରତାର ସହ ନେବା ଉଚିତ...

ସୁନା ଋଣ ପ୍ରଦାନରେ ନିୟମ କଡ଼ାକଡ଼ି

ଭୁବନେଶ୍ୱର,୧୬।୫ (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀଗୁଡ଼ିକୁ ସୁନା ଋଣ ପରିମାଣ, ନିଲାମ ପ୍ରକ୍ରିୟା ଏବଂ ନଗଦ ବିତରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri