ବରାହନାଥ ପ୍ରକଳ୍ପରେ ଅନିୟମିତତା

ଯାଜପୁର,୧୯ା୨(ହର୍ଷବର୍ଦ୍ଧନ ବେହେରା):ଅବହେଳିତ ହୋଇପଡ଼ି ରହିଥିବା ଯାଜପୁରର ପ୍ରାଚୀନ ବରାହନାଥ ମନ୍ଦିରର ନବକଳେବର କାର୍ଯ୍ୟ ଚାଲିଛି। ମନ୍ଦିର ସଂଲଗ୍ନ ଦ୍ୱୀପାଞ୍ଚଳରେ ନିର୍ମାଣାଧୀନ ୧୮୩ ଫୁଟ ଉଚ୍ଚତା ବିଶିଷ୍ଟ ଧ୍ୟାନମଗ୍ନ ଶିବ ମୂର୍ତ୍ତି ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଏହାବାଦ୍‌ ମ୍ୟୁଜିୟମ, ଟୁରିଷ୍ଟ ସ୍ପଟ୍‌, ଟୁରିଷ୍ଟ ଅଫିସ, ଶିବ ଗ୍ୟାଲେରି, କଲ୍‌ଚରାଲ ସେଣ୍ଟର ଇତ୍ୟାଦି କାର୍ଯ୍ୟ ପାଇଁ ୨୦୧୯-୨୦ରୁ ଆଜି ପର୍ଯ୍ୟନ୍ତ ୩୫.୫୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଯାଜପୁର ଜିଲା ଆର୍‌ଆଣ୍ଡ୍‌ବି(ପୂର୍ତ୍ତ ବିଭାଗ) ଡିଭିଜନର ତଦାରଖରେ ଏହିସବୁ କାର୍ଯ୍ୟ ଚାଲିଛି। ହେଲେ ସମ୍ପୃକ୍ତ ଯନ୍ତ୍ରୀ ପ୍ରାୟତଃ କ୍ଷେତ୍ର ପରିଦର୍ଶନରେ ଯାଉ ନ ଥିବାରୁ ଠିକାସଂସ୍ଥା ଏବଂ କେତେଜଣ ପେଟି କଣ୍ଟ୍ରାକ୍ଟର ନିମ୍ନମାନର ବାଲି, ଗେଟି, ମୋରମ ଆଦି ବ୍ୟବହାର ସହ ସୁରକ୍ଷା ପାଚେରି ନିର୍ମାଣରେ ବ୍ୟାପକ ଦୁର୍ନୀତି କରୁଥିବା ଅଭିଯୋଗ ହେଉଛି। ଏଭଳି କାର୍ଯ୍ୟ ଜାରି ରହିଲେ ୨୦୧୫ ଡିସେମ୍ବରରେ ନିର୍ମାଣାଧୀନ କୁସୁମା ପୋଖରୀର ସୁରକ୍ଷା ପାଚେରୀ ଭୁଶୁଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଯାଜପୁର ଉପକଣ୍ଠ ବୈତରଣୀ କୂଳରେ ବରାହନାଥ ମନ୍ଦିର ରହିଛି। ମନ୍ଦିରକୁ ଲାଗି ବିସ୍ତୀର୍ଣ୍ଣ ଦ୍ୱୀପାଞ୍ଚଳରେ ବହୁ ଯାନିଯାତ୍ରା ହୋଇଆସୁଛି। ଏହାସହ ବରାହନାଥ ପୀଠ ସଂଲଗ୍ନ ବୈତରଣୀ ତୀର୍ଥକୂଳରେ ସ୍ବର୍ଗଦ୍ୱାର ଓ ମହାଶ୍ମଶାନ ରହିଛି। ତେଣୁ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ହେଲା ଦାବି ହୋଇ ଆସୁଥିଲା। ଏହି କ୍ରମରେ ସାଂସ୍କୃତିକ କେନ୍ଦ୍ର ଶିବଙ୍କ ମୂର୍ତ୍ତି ନିର୍ମାଣ ପାଇଁ ୨ କୋଟି, ମେଗା ଡେଷ୍ଟିନେଶନ ଟୁରିଷ୍ଟ ସ୍ପଷ୍ଟ ପାଇଁ ୨ କୋଟି, ମ୍ୟୁଜିୟମ ଓ ଟୁରିଷ୍ଟ ଅଫିସ ପାଇଁ ୨୫ ଲକ୍ଷ, ବରାହପୀଠରେ ଐତିହାସିକ ଉଦ୍ୟାନ ଲାଗି ୧ କୋଟି, ମ୍ୟୁଜିୟମ ଓ ଟୁରିଷ୍ଟ ଅଫିସ୍‌ର ଭିତର ପାର୍ଶ୍ୱ ସମସ୍ତ କାର୍ଯ୍ୟ ପାଇଁ ୭୨ ଲକ୍ଷ, ଶିବ ଗ୍ୟାଲେରି ନିର୍ମାଣ ପାଇଁ ୧ କୋଟି ୨୮ ଲକ୍ଷ ଟଙ୍କା, ଟୁରିଷ୍ଟ ଇଣ୍ଟରପ୍ରିଟେସନ ସେଣ୍ଟର, ମ୍ୟୁଜିୟମ ଓ ଅଫିସ ନିର୍ମାଣ ପାଇଁ ପୁଣି ୬ କୋଟି, ଶିବ ମୂର୍ତ୍ତି ସାଂସ୍କୃତିକ କେନ୍ଦ୍ର ପାଇଁ ପୁଣି ୫ କୋଟି, ମା ବିରଜା ଓ ବରାହ କ୍ଷେତ୍ରରେ ମେଗା ଡେଷ୍ଟିନେଶନ ଟୁରିଷ୍ଟ ସ୍ପଷ୍ଟ ପାଇଁ ୫.୮୧ କୋଟି, ବରାହପୀଠର ଭିତର ପାର୍ଶ୍ୱ କାର୍ଯ୍ୟ ଓ ମ୍ୟୁଜିୟମ ପାଇଁ ପୁଣି ୨ କୋଟି, ଶିବ ଗ୍ୟାଲେରି ପାଇଁ ପୁଣି ୬ କୋଟି ଏବଂ ବରାହପୀଠର ସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ୩.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହିସବୁ କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବାବେଳେ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ସେହିପରି ରିଂରୋଡ୍‌କୁ ଲାଗି ନିର୍ମାଣ ହେଉଥିବା ସୁରକ୍ଷା ପାଚେରି ପାଇଁ ମାତ୍ର ୧ ଫୁଟ ଗାତ ଖୋଳାଯାଇ ପିଲର ସହଯୋଗରେ ଇଟା ଯୋଡେଇ ଚାଲିଛି। ଅନୂ୍ୟନ ୫ ଫୁଟ ଗାତ ଖନନ କରି ସେଥିରେ କଂକ୍ରିଟ ଓ ଆବଶ୍ୟକ ମୋଟେଇ ଲୁହା ରଡ୍‌ ଦ୍ୱାରା ପାଚେରି ନିର୍ମାଣ ବ୍ୟବସ୍ଥା ଥିବାବେଳେ ତାହାର ବ୍ୟତିକ୍ରମ ହେଉଛି। ଏହାବାଦ୍‌ ଦ୍ୱୀପାଞ୍ଚଳ ନିର୍ମାଣସ୍ଥଳକୁ କେବଳ ବାଲିରେ ପୋତିବା ବ୍ୟବସ୍ଥା ଥିବାବେଳେ ନିମ୍ନମାନର ମାଟି ଓ ମୋରମ ବ୍ୟବହାର କରାଯାଉଛି। ଏନେଇ ଅଞ୍ଚଳବାସୀ ଅଭିଯୋଗ କଲେ କିଛି ସୁଫଳ ମିଳିପାରୁନାହିଁ। ଏ ସଂକ୍ରାନ୍ତରେ ଯାଜପୁର ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ସେଭଳି କିଛି ଅଭିଯୋଗ ତାଙ୍କ ପାଖରେ ନାହିଁ। ତଥାପି ସୋମବାର ସେ କ୍ଷେତ୍ର ପରିଦର୍ଶନରେ ଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri