Posted inଜାତୀୟ

୬ରେ ବିଧାନସଭାରେ ଆଗତ ହୋଇପାରେ ୟୁସିସି ବିଲ୍‌

ଡେରାଡୁନ୍‌,୪।୨: ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ନିଯୁକ୍ତ ଉଚ୍ଚସ୍ତରୀୟ କମିଟି ସୁପାରିସ କରିଥିବା ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ରବିବାର ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ନାଗରିକ ଆଇନରେ ସମାନତା ଆଣିବା ଉକ୍ତ ବିଲ୍‌ର ଲକ୍ଷ୍ୟ। ମଙ୍ଗଳବାର ବିଧାନସଭାରେ ଉକ୍ତ ବିଲ୍‌ ଆଗତ କରାଯିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।

ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦୁଇଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଧାମିଙ୍କୁ ଚିଠା ଆଇନ ଦସ୍ତାବିଜ୍‌ ହସ୍ତାନ୍ତର କରିଥିଲେ। ଉକ୍ତ ଚିଠା ଆଇନରେ ବହୁପତ୍ନୀ ଗ୍ରହଣକୁ ନିଷେଧ କରାଯିବା ସହ ସମାନ ଉତ୍ତରାଧିକାର, ଲିଭ୍‌-ଇନ୍‌ ରିଲେଶନରେ ରହିଲେ ଘୋଷଣାନାମା ବାଧ୍ୟତାମୂଳକ କରାଯିବାକୁ ପ୍ରସ୍ତାବ ରହିଛି। ଚିଠା ଆଇନ ଅନୁଯାୟୀ ଝିଅମାନଙ୍କ ବିବାହ ବୟସ ୧୮ ଏବଂ ପୁଅଙ୍କ ପାଇଁ ୨୧ ବର୍ଷ ରହିବ। ବିବାହ ନିମନ୍ତେ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ଛାଡ଼ପତ୍ର ପାଇଁ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ସମାନ କାରଣ ଦର୍ଶାଇବାକୁ ହେବ। ଜଣେ ସ୍ତ୍ରୀ ବଞ୍ଚତ୍ଥିବା ଯାଏ ଦ୍ୱିତୀୟ ବିବାହ କରାଯାଇପାରିବ ନାହଁ। ପୁଅଙ୍କ ଭଳି ଝିଅମାନଙ୍କୁ ସମ୍ପତ୍ତି ଉପରେ ସମାନ ଅଧିକାର ମିଳିବ। ଯଦି ୬ ତାରିଖରେ ବିଲ୍‌ ବିଧାନସଭାରେ ଗୃହୀତ ହୁଏ, ତେବେ ୟୁସିସି ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିକୋଣୀୟ ପ୍ରେମରୁ ହତ୍ୟା, ବନ୍ଧା ହେଲେ ୩ ଅଭିଯୁକ୍ତ

ବରଗଡ଼,୪।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ନିକଟସ୍ଥ ଘୁଲିପାଲି ରାସ୍ତାରେ ଯୁବକ ଚନ୍ଦନ ରାଉତଙ୍କୁ ଅତି ନିର୍ମମ ଭାବେ...

କାମସାରି ଘରକୁ ଫେରୁଥିଲେ: ଗଛରେ ପିଟି ହୋଇ ଚାଲିଗଲା ୨ସାଙ୍ଗଙ୍କ ଜୀବନ

ସନ୍ତ୍ରୀଛକ,୪।୧(ସନ୍ତୋଷ ପରିଡ଼ା): ଅନୁଗୋଳ ଜିଲା ବଅଁରପାଳ ଥାନା ଅଧୀନ ବଉଳିଗଡ଼ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଗଛରେ ପିଟି ହୋଇ ୨ସାଙ୍ଗଙ୍କ ମୃତ୍ୟୁ ଘଟିଛି।...

ଇନ୍ଦୋର ଜଳ ସଙ୍କଟ ନେଲାଣି ୧୬ ଜୀବନ, ଭୟଙ୍କର ‘GBS’ ରୋଗକୁ ନେଇ ବଢ଼ିଲା ଚିନ୍ତା!

ମଧ୍ୟ ପ୍ରଦେଶ,୪।୧: ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ପରିଚିତ ମଧ୍ୟପ୍ରଦେଶର ଇନ୍ଦୋରରେ ପାନୀୟ ଜଳ ଦୂଷଣଜନିତ ସଙ୍କଟ ଏବେ ଏକ ନୂଆ ଏବଂ ଅଧିକ...

ବେଙ୍ଗାଲୁରୁରେ ନାବାଳିକାଙ୍କୁ ଗଣବଳାତ୍କାର: ଗିରଫ ହେଲେ ୩ ଅଭିଯୁକ୍ତ

ବେଙ୍ଗାଲୁରୁ,୪ା୧: କର୍ନାଟକର ହୁବ୍‌ଲିରେ ଜଣେ ୧୩ ବର୍ଷୀୟା ବାଳିକାଙ୍କୁ ୩ ଜଣ ନାବାଳକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କ ବୟସ ୧୪ରୁ ୧୫ ବର୍ଷ...

୮୦ ବର୍ଷ ବୟସରେ ଖଡିଆଳ ରାଜାଙ୍କ ପରଲୋକ, ସୁନ୍ଦର ନଦୀ ଘାଟରେ ଶେଷକୃତ୍ୟ ସମ୍ପନ୍ନ

ଖଡ଼ିଆଳ,୪।୧(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି । ରବିବାର ସକାଳରେ...

ପଞ୍ଚମ ଆଶେସ୍‌ ଟେଷ୍ଟ: ପ୍ରଥମ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ୨୧୧/ ୩

ସିଡ୍‌ନୀ,୪ା୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ରବିବାରଠାରୁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍‌ସିଜି)ରେ ପଞ୍ଚମ ତଥା ଅନ୍ତିମ ଆଶେସ୍‌ ଟେଷ୍ଟ କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଜୋ...

ନାଇଜେରିଆରେ ବଡ଼ ଆକ୍ରମଣ, ଗୁଳି ମାଡ଼ରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ

ଅବୁଜା,୪।୧ : ନାଇଜେରିଆର ଏକ ଗାଁକୁ ବନ୍ଧୁକଧାରୀମାନେ ପୁଣି ଥରେ ଟାର୍ଗେଟ କରିଛନ୍ତି  । ରିପୋର୍ଟ ଅନୁଯାୟୀ ଅତି କମରେ ୩୦ ଜଣଙ୍କୁ ଗୁଳି କରି...

ଭୟଙ୍କର ଦୁର୍ଘଟଣା: କାର୍‌କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌, ଶିଶୁକନ୍ୟା ସମେତ ଗୋଟିଏ ପରିବାରର ୩ ମୃତ

ଗଜପତି,୪ା୧(ଗିରିଧାରୀ ପରିଛା): ନୂଆବର୍ଷର ପ୍ରଥମ ରବିବାରରେ ଗୋଟିଏ ପରିବାରରେ ତିନିଜଣଙ୍କ ଜୀବନ ଦୀପ ଲିଭିଯାଇଛି। ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ବାରୁଆ ଥାନା ଅଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri