କିଙ୍ଗ୍‌ ପେଙ୍ଗୁଇନ ମୃତ୍ୟୁ ଘଟଣା: ବାର୍ଡ ଫ୍ଲୁ ନେଇ ଚେତାବନୀ ଦେଲେ ବୈଜ୍ଞାନିକ…

ଓ୍ବାଶିଂଟନ,୩୦।୧ : ଆଣ୍ଟାର୍କଟିକା ଅଞ୍ଚଳରେ ଅବସ୍ଥିତ ଦକ୍ଷିଣ ଜର୍ଜିଆ ଦ୍ୱୀପରେ ଏକ କିଙ୍ଗ୍‌ ପେଙ୍ଗୁଇନର ମୃତ୍ୟୁ ଘଟିଛି। ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ଯୋଗୁ ପେଙ୍ଗୁଇନା ମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଛି। ଯଦି ଏହା ନିଶ୍ଚିତ ହୁଏ, ତେବେ ଏହା ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁରେ କିଙ୍ଗ୍‌ ପେଙ୍ଗୁଇନର ମୃତ୍ୟୁ ଘଟଣା ହେବ । ଆଣ୍ଟାର୍କଟିକାର ଦୁର୍ଗମ ଅଞ୍ଚଳରେ ଏଚ-୫-ଏନ-୧ ବାର୍ଡ ଫ୍ଲୁ ଭୁତାଣୁ ଯୋଗୁ ପେଙ୍ଗୁଇନର ମୃତ୍ୟୁ ହେବାର ଆଶଙ୍କାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେବା ସହିତ ଚିନ୍ତା ପ୍ରକଟ କରିଛନ୍ତି।

ବୈଜ୍ଞାନିକମାନେ ଭୟ କରୁଛନ୍ତି ପେଙ୍ଗୁଇନଙ୍କ ପାଇଁ ସମ୍ପ୍ରତି ପ୍ରଜନନ ଋତୁ ଚାଲିଛି। ଏପରି ପରିସ୍ଥିତିରେ, ଯଦି ବାର୍ଡ ଫ୍ଲୁ ପେଙ୍ଗୁଇନଙ୍କ ମଧ୍ୟରେ ବ୍ୟାପେ, ତେବେ ଏହାର ଗୁରୁତର ପରିଣାମ ହୋଇପାରେ ଏବଂ ଏହା ଆଧୁନିକ ଯୁଗର ସବୁଠାରୁ ବଡ ପରିବେଶ ବିପର୍ଯ୍ୟୟ ମଧ୍ୟ ହୋଇପାରେ। ଆଣ୍ଟାର୍କଟିକା ହେଉଛି ବିଶ୍ୱର ଏକମାତ୍ର ଅଞ୍ଚଳ ଯେଉଁଠାରେ ଏଚ-୫-ଏନ-୧ ବାର୍ଡ ଫ୍ଲୁ ଭୂତାଣୁ ପୂର୍ବରୁ ମିଳି ନ ଥିଲା ଏବଂ କିଙ୍ଗ୍‌ ପେଙ୍ଗୁଇନ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ କେବେ ଦେଖାଯାଇ ନ ଥିଲା। ଏହି କାରଣରୁ ବାର୍ଡ ଫ୍ଲୁ ଯୋଗୁ କିଙ୍ଗ୍‌ ପେଙ୍ଗୁଇନ ମୃତ୍ୟୁ ହେବାର ଆଶଙ୍କାାକୁ ନେଇ ବୈ ଜ୍ଞାନିକମାନେ ଚିନ୍ତିତ ଅଛନ୍ତି।

ବାର୍ଡ ଫ୍ଲୁ ସଂକ୍ରମଣ ପେଙ୍ଗୁଇନଙ୍କଠାରେ ଶୀଘ୍ର ବ୍ୟାପିଥାଏ। କିଙ୍ଗ ପେଙ୍ଗୁଇନ ପୂର୍ବରୁ, ଜେଣ୍ଟୁ ପ୍ରଜାତିର ପେଙ୍ଗୁଇନଙ୍କର ବାର୍ଡ ଫ୍ଲୁ ଭୁତାଣୁ କାରଣରୁ ମୃତ୍ୟୁ ଘଟିଥିଲା। ଅତୀତରେ ଦକ୍ଷିଣ ଆଫ୍ରିକା, ଚିଲି ଏବଂ ଆର୍ଜେଣ୍ଟିନାରେ ବାର୍ଡ ଫ୍ଲୁ ଯୋଗୁଁ ପେଙ୍ଗୁଇନ ସମେତ ଅଢ଼େଇ ଲକ୍ଷରୁ ଅଧିକ ସାମୁଦ୍ରିକ ପକ୍ଷୀଙ୍କର ମୃତ୍ୟୁ ଘଟିଥିଲା। ଏଥିରୁ ସ୍ପଷ୍ଟ ପେଙ୍ଗୁଇନଙ୍କ ମଧ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ହେବାର ଆଶଙ୍କା ଅଧିକ।

କିଙ୍ଗ ପେଙ୍ଗୁଇନ ମଧ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣର ବିପଦ ଅଧିକ ରହିଛି। ଯାହା ଦ୍ୱାରା ଚଳିତ ଶତାବ୍ଦୀର ଶେଷ ସୁଦ୍ଧା କିଙ୍ଗ ପେଙ୍ଗୁଇନ ପୃଥିବୀରୁ ବିଲୁପ୍ତ ହେବାର ଆଶଙ୍କା ରହିଛି । ଯଦି ବାର୍ଡ ଫ୍ଲୁ ବ୍ୟାପେ ତେବେ ଏହି ବିପଦ ଆତଙ୍କ ସୃଷ୍ଟି କରିପାରେ। ଏହାପୂର୍ବରୁ ଆଣ୍ଟାର୍କଟିକାର ଏକ ପୋଲାର ବିୟରର ମଧ୍ୟ ବାର୍ଡ ଫ୍ଲୁ ଯୋଗୁ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri