Posted inଫୁରସତ

ଏହି ଦେଶରୁ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ, ହେଲା ଭବିଷ୍ୟବାଣୀ

ରୁଷିଆ-ୟୁକ୍ରେନ, ଇସ୍ରାଏଲ-ହମାସ୍‌ ଯୁଦ୍ଧ ପରେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନାକୁ ନେଇ ଭୟ ସୃଷ୍ଟି ହେଲାଣି। ଲୋକମାନେ ବିଶ୍ୱାସ କରୁଛନ୍ତି ଯେ, ଆଉ ଏକ ବିଶ୍ୱଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦୁନିଆରେ ସର୍ବଶକ୍ତିମାନ ବୋଲି ବିବେଚନା କରାଯାଉଥିବା ଏକ ଭୟାନକ ପୂର୍ବାନୁମାନ କରିଛି। ଚାଟ୍‌ ଜିପିଟ ୬ଟି ଦେଶର ନାମ ପ୍ରକାଶ କରିଛି, ଯେଉଁଠାରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରେ।

କିଛି ଦିନ ପୂର୍ବରୁ ବ୍ରିଟିଶ ସେନା ମୁଖ୍ୟ ଜେନେରାଲ ଷ୍ଟାଫ୍‌ ପାଟ୍ରିକ ସାଣ୍ଡର୍ସ ଏବଂ ନାଟୋ ଜେନେରାଲ ସେମାନଙ୍କ ନାଗରିକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ଏହା ପରେ ସେନା ମୁଖ୍ୟ କହିଥିଲେ ଯେ, ନାଗରିକମାନେ ଅସ୍ତ୍ରଶସ୍ତ୍ର ନେବାକୁ ପ୍ରସ୍ତୁତ ହେବା ଉଚିତ। ପ୍ରତ୍ୟେକ ଦେଶକୁ ସାଧାରଣ ନାଗରିକ ସେନା ପରି ତାଲିମ ଦିଆଯିବା ଉଚିତ, କାରଣ ଯେତେବେଳେ ଯୁଦ୍ଧ ଆରମ୍ଭ ହୁଏ, ସେତେବେଳେ ରିଜର୍ଭ ଫୋର୍ସ ମଧ୍ୟ ପର୍ଯ୍ୟାପ୍ତ ହୋଇ ନ ପାରେ। ଏହା ଅନୁଭବ ହେଲା ଯେ, ବୋଧହୁଏ ଆମେରିକା ଏବଂ ନାଟୋ ଦେଶ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହା ପରେ, ଯେତେବେଳେ ଚାଟ୍‌ ଜିପିଟିକୁ ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବ୍ୟ ସ୍ଥାନ ବିଷୟରେ କହିବାକୁ କୁହାଗଲା, ସେ ୬ଟି ହଟ୍‌ସ୍ପଟ୍‌ ବିଷୟରେ କହିଛି। ଏକ ରିପୋର୍ଟ ଅନୁଯାୟୀ, ଏହି ୬ଟି ସ୍ଥାନ ହେଉଛି ବିଶ୍ୱଯୁଦ୍ଧର କେନ୍ଦ୍ରବିନ୍ଦୁ। ଯାହା ବିଶ୍ୱକୁ ଯେକୌଣସି ସମୟରେ ନିଆଁରେ ପରିଣତ କରିପାରେ।

ସେହି ଦେଶଗୁଡ଼ିକ ହେଲା କୋରିଆ ଉପଦ୍ୱୀପ, ମଧ୍ୟ ପୂର୍ବ, ତାଇଓ୍ବାନ, ପୂର୍ବ ୟୁରୋପ, ଦକ୍ଷିଣ ଚାଇନା ସାଗର, ଭାରତ-ପାକିସ୍ତାନ ସୀମାରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ ବୋଲି ଏକ ରିପୋର୍ଟରୁ ପ୍ରକାଶ।

କୋରିଆ ଉପଦ୍ୱୀପ: କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା ଶିଖରରେ। ଏଥିରେ ଆମେରିକାର ଯୋଗଦାନ ପାଇଁ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ଉତ୍ତର କୋରିଆ କ୍ରମାଗତ ଭାବରେ ନୂତନ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି। ଏହା ଚାଇନା ପରି କେତେକ ପ୍ରମୁଖ ଶକ୍ତିଙ୍କଠାରୁ ସମର୍ଥନ ହାସଲ କରୁଛି। ତେଣୁ ଯେକୌଣସି ସମୟରେ ଏଠାରୁ ଏକ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରେ। ସେମିତି ଆଉ ୫ଟି ଦେଶରୁ ମଧ୍ୟ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରେ ଏଥିରେ କୌଣସି ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri