Odisha Elections 2024

ମିଳୁନି ଆବାସ: ଭଙ୍ଗା ଚାଳଘରେ ବିତୁଛି ଭାଗୀରଥିଙ୍କ ଦିନ

ଆଳି, ୨୫ା୧(ବନମାଳୀ ସେନାପତି ): କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଶହଶହ ଯୋଜନା କରୁଛନ୍ତି। ତାହା ସମାଜର ଶେଷତମ ଲୋକ ପାଖରେ ପହଞ୍ଚିଲା କି ନାହିଁ ତାହା ଦେଖିବା ଯେଉଁମାନଙ୍କର ଦାୟିତ୍ୱ ସେମାନେ କିନ୍ତୁ ଉଦାସୀନ। ତେଣୁ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ କଳସପୁର ପଞ୍ଚାୟତ ଜେନାଭଳି ଗ୍ରାମର ଭାଗୀରଥି ଦାସ(୭୦)ଙ୍କୁ ଆବାସ ଯୋଜନାରେ ପକ୍କା ଘର ଖଣ୍ଟିଏ ମିଳି ନ ଥିବାରୁ ସେ ଏବେ ଭଙ୍ଗା ଚଳ ଛପର ଘରେ ରହୁଛନ୍ତି। ତାଙ୍କ ପାଇଁ ପକ୍କା ଘର ସାତସପନ ପାଲଟିଛି। ୨୦୧୧ ମସିହାର ସର୍ଭେ ଅନୁସାରେ ସେ କଚାଘରେ ବାସ କରୁଥିବା ଜଣାପଡିଥିଲା। ଭାଗୀରଥି ପୁଅ, ସ୍ତ୍ରୀଙ୍କୁ ହରାଇ ଏବେ ଏକାକୀ ବାସ କରୁଛନ୍ତି।

ଆବାସ ଖଣ୍ଡେ ପାଇଁ ବର୍ଷବର୍ଷ ଧରି ପଞ୍ଚାୟତରୁ ବ୍ଲକ ଦୌଡି ଦୌଡ଼ି ନୟାନ୍ତ ହୋଇ ପଡିଥିଲେ ସୁଦ୍ଧା ପ୍ରଶାସନର ନଜର ପଡୁନି। ଗୋଟିଏ ପଟେ ବୟସର ଅପରାହ୍ନରେ ପହଞ୍ଚିଥିବା ଭାଗୀରଥି ପୁଅ, ସ୍ତ୍ରୀଙ୍କୁ ହରାଇ ବାର ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବେଳେ ମୁଣ୍ଡ ଗୁଞ୍ଜିବା ନିମନ୍ତେ ପକ୍କାଘର ଖଣ୍ଡେ ନାହିଁ। ନିଜ ଭାଗ୍ୟକୁ ଆଦରି ଭଙ୍ଗା ଚାଳ ଘରେ ଦିନ କାଟୁଛନ୍ତି। ଦିନ ଥିଲା ଭାଗୀରଥି ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ଚଳାଉ ଥିଲେ। ହସଖୁସିରେ ଚାଲିଥିବା ଭାଗୀରଥିଙ୍କ ପରିବାର ଉପରକୁ ଘୋଟି ଆସିଥିଲା ଦୁଃଖର କଳାବାଦଲ। ଏକ ଦୁର୍ଘଟଣାରେ ନିଜ ଭେଣ୍ଡିଆ ପୁଅ ଚିତ୍ତରଞ୍ଜନଙ୍କୁ ହରାଇବା ପରେ ପ୍ରାୟ ୧୦ ହେବ ସ୍ତ୍ରୀ ମଞ୍ଜୁଲତାଙ୍କ ପରଲୋକ ଘଟିଛି। ଯେଉଁ ବୟସରେ ବିଶ୍ରାମ ନେବା କଥା ସେହି ବୟସରେ ଭାଗୀରଥି ପେଟ ଚାଖଣ୍ଡକ ପାଇଁ ମୂଲ ଲାଗି ନିଜ ପେଟକୁ ଦାନା ଦେଉଛନ୍ତି। ଯେଉଁ ଘରେ ସେ ମୁଣ୍ଡ ଗୁଞ୍ଜିଛନ୍ତି ତାହାର କାନ୍ଥ ଫାଟି ଆଁ କରିଥିବା ବେଳେ ଚାଳ ଫୁଟି ବର୍ଷା ପାଣି ଝରୁଛି। କଳସପୁର ପଞ୍ଚାୟତରେ ଅନେକ ଥିଲା ବାଲା ଲୋକ ଆବାସ ଯୋଜନାରେ ଘର ପାଇଥିବା ବେଳେ ଭାଗୀରଥିଙ୍କୁ ମଳୁନାହିଁ ବୋଲି ସେ କ୍ଷୋଭର ସହ କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ ୨୦୧୧ ମସିହା ସର୍ଭେ ରିପୋର୍ଟ ଅନୁଯାୟୀ ପ୍ରଶାସନ ନିକଟରେ ଭାଗୀରଥି ଘର ପାଇବାକୁ ଯୋଗ୍ୟ ହୋଇଥିବା ବେଳେ କାହା ଅବହେଳା ଯୋଗୁଁ ସେ ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ଏ ନେଇ ଆଳି ବ୍ଲକ ପ୍ରଶାସନ ଓ କେନ୍ଦ୍ରାପଡ଼ା ଜିଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଭାଗୀରଥି ଗୁହାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିଟାଙ୍କି ଉପର ପାଲଟିଛି ମୋବାଇଲ ନେଟ୍‌ୱର୍କ ଜୋନ୍‌

ବଲାଙ୍ଗୀର/ମୁରିବାହାଲ,୧୯ା୫ (ବୀରେନ୍ଦ୍ର କୁମାର ଝାଙ୍କର/ଶ୍ରୀବତ୍ସ ବେହେରା)ମୋବାଇଲ ଫୋନ୍‌ରେ କଥା ହେବା ପାଇଁ ଗ୍ରାମବାସୀଙ୍କୁ ଚଢ଼ିବାକୁ ପଡୁଛି ଗଁାରେ ଥିବା ପାଣିଟାଙ୍କି ଉପରକୁ। ଗଁାରେ ଲାଗି ରହିଛି...

ହଟୁନି ଚିରାଫଟା ବ୍ୟାନର, ସ୍ମାର୍ଟସିଟି ସୌନ୍ଦର୍ଯ୍ୟତାରେ ସାଜୁଛି ପ୍ରତିବନ୍ଧକ

ରାଉରକେଲା,୧୯ା୫(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ହୋର୍ଡିଂ ସେବାର ଠିକ୍‌ ପରିଚାଳନା ହେଉନାହିଁ। ଫଳରେ ଏହା ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ଆରଏମ୍‌ସି ଅନୁମୋଦନରେ ବିଭିନ୍ନ ସଂସ୍ଥା...

ଅଧିକାଂଶ ଭୋଟରଙ୍କୁ ମିଳିନି ଚିରକୁଟି

ରାଉରକେଲା, ୧୯ା୫(ସଙ୍ଗୀତା ଜେନା)ଆଉ ମାତ୍ର ଦିନକ ପରେ ସୁନ୍ଦରଗଡ଼ ଲୋକ ସଭା ଓ ବିଧାନସଭା ଆସନ ଲାଗି ମତଦାନ ହେବାକୁ ଯାଉଛି। ମତଦାନ ସଂଖ୍ୟା ବୃଦ୍ଧି...

ଭବାନୀପାଟଣାରେ ଫେଲ୍‌ ମାରିଛି ମୁକ୍ତା ଯୋଜନା

ଭବାନୀପାଟଣା,୧୯ା୫(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ନିର୍ମାଣ ହୋଇଥିବା ରାସ୍ତାକଡ଼ ବ୍ୟାୟାମଶାଳା ପିଲାଙ୍କ ପାର୍କ ନା ସୌନ୍ଦର୍ଯ୍ୟକରଣ ଉପକରଣ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି...

୨୫ ପରିବାରକୁ ଗୋଟିଏ ନଳକୂପ

ଝରିଗାଁ,୧୯।୫(କିଶୋର ଚନ୍ଦ୍ର ମଣ୍ତଳ)ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ପାନୀୟ ଜଳ ସଙ୍କଟ ଦେଖା ଦେଉଛି। ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଦାବି ଜଣାଇଲେ ମଧ୍ୟ...

୧୦୦ ପିଲାଙ୍କୁ ୨ ଶିକ୍ଷକ

ଉମରକୋଟ, ୧୯।୫(ସନ୍ତୋଷ ଶତପଥୀ)ରାଜ୍ୟ ସରକାର ଅନୁସୂଚିତ ଜାତି ଜନଜାତିଙ୍କ ଉନ୍ନତି ପାଇଁ ଯୋଜନା କରୁଛନ୍ତି। କିନ୍ତୁ ପିଲାଙ୍କ ପାଠପଢ଼ା ଚୁଲିକୁ ଯିବାକୁ ବସିଲାଣି। ପିଲାଙ୍କୁ ଉନ୍ନତ...

ରାଜନୈତିକ ନୁହେଁ, ନ୍ୟାୟ ପାଇଁ ଲଢ଼େଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା)ପୁରୁଷ କମିଶନ ଗଠନ ପାଇଁ ଦୀର୍ଘବର୍ଷ ଧରି ଦାବି କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବିଧାନସଭା ଆସନ ପାଇଁ...

ଆସିକାର ବିକାଶ ଶୀର୍ଷ ଛୁଇଁବ: ମଞ୍ଜୁଳା

ଆସିକା/ବ୍ରହ୍ମପୁର,୧୯ା୫(ସୁରେନ୍ଦ୍ରନାଥ ସାହୁ/ଅଶୋକ କୁମାର ସାହୁ):ଆସନ୍ତା ୨୦ ତାରିଖରେ ଆସିକା ସଂସଦୀୟ କ୍ଷେତ୍ର ଓ ଏହା ଅଧୀନ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri