ପ୍ରତିକୂଳ ପାଗ ସତ୍ତ୍ୱେ ବହୁସଂଖ୍ୟାରେ ଦେଖାଦେଲେ ଡଲ୍‌ଫିନ୍‌

ରାଜନଗର,୨୨ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୌନ୍ଦର୍ଯ୍ୟଭରା ପ୍ରାକୃତିକ ବିଭବ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ଆମତ୍ବିଭୋର କରିଦେଉଛି। ଏବେ ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଳ ମାଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ସାଙ୍ଗକୁ ବିଦେଶାଗତ ପକ୍ଷୀଙ୍କ ସମାଗମ ଭିତରକନିକା ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି। ଏବେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀର ମୁହାଣରେ ଡଲ୍‌ଫିନ୍‌ମାନଙ୍କ ଜଳକ୍ରୀଡ଼ା ପର୍ଯ୍ୟଟକମାନଙ୍କୁ ବେଶ୍‌ ଆକର୍ଷିତ କରିବାରେ ଲାଗିଛି। ରାଜନଗର ବନ ବିଭାଗ ପକ୍ଷରୁ ଡଲ୍‌ଫିନ୍‌ ଗଣନା ୨୦ରୁ ଆରମ୍ଭ ହୋଇ ସୋମବାର ପର୍ଯ୍ୟନ୍ତ ଚାଲିବ। ପାଗ ପ୍ରତିକୂଳ ସତ୍ତ୍ୱେ ଗଣନାକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍‌ ଏବଂ ନଦୀରେ ୯ଟି ଗଣନାକାରୀ ଟିମ୍‌ ଡଲ୍‌ଫିନ୍‌ ଗଣନା କରୁଛନ୍ତି।
ମିଳିଥିବା ସୂଚନା ମୁତାବକ, ଚିଞ୍ଚତ୍ରି ମୁହାଣଠାରୁ ଅଗରନାସୀ ମଧ୍ୟରେ ଗଣନାକାରୀ ଟିମ୍‌ ଇରାୱାଡି ଡଲ୍‌ଫିନ୍‌ଙ୍କ ୫ଟି ଗ୍ରୁପ୍‌କୁ ଦେଖିବାକୁ ପାଇଥିବା ବେଳେ ବାବୁବାଲିରୁ ଏକକୁଳା ମଧ୍ୟରେ ଗଣନାକାରୀ ଟିମ୍‌ ଗୋଟିଏ ଗ୍ରୁପ୍‌ରେ ଶତାଧିକ ଡଲ୍‌ଫିନ୍‌ଙ୍କୁ ଦେଖିଥିବା ସୂଚନା ମିଳିଛି। ଇରାୱାଡି ଡଲ୍‌ଫିନ୍‌ ସହ ହମ୍ପବ୍ୟାକ୍‌, ବଟଲନୋଜ୍‌, ସ୍ପିନର ପ୍ରଜାତିର ଡଲ୍‌ଫିନ୍‌ ଦେଖିବାକୁ ପାଇଛନ୍ତି। ୨ବର୍ଷ ଧରି ଡିସେମ୍ବରରେ ଡଲ୍‌ଫିନ୍‌ଙ୍କ ଗଣନା କରାଯାଇଛି। ପାଗ ଅନୁକୂଳ ଥିବାରୁ ଅଧିକ ସଂଖ୍ୟାରେ ଡଲ୍‌ଫିନ୍‌ ଦେଖିବାକୁ ମିଳିଥିଲା। ୨୦ ଓ ୨୧ ତାରିଖ ୨ଦିନ ପ୍ରତିକୂଳ କୋହଲା ପାଗ ସତ୍ତ୍ୱେ ଗଣନାବେଳେ ବହୁ ସଂଖ୍ୟାରେ ଡଲ୍‌ଫିନ୍‌ ସହ ଶାବକଙ୍କୁ ଦେଖିବାକୁ ମିଳିଥିବା ଗଣନାକାରୀ ଟିମ୍‌ ପକ୍ଷରୁ ସୂଚନା ମିଳିଛି। ଏହି ଖବର ଭିତରକନିକା ଓ ଗହୀରମଥା ପାଇଁ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ପୂର୍ବରୁ କେବଳ ଚିଲିକାରେ ଡଲ୍‌ଫିନ୍‌ ଗଣନା କରାଯାଉଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିଷ୍ପତ୍ତିକ୍ରମେ ୨୦୧୫ଠାରୁ ଭିତରକନିକା ଅଞ୍ଚଳରେ ଡଲ୍‌ଫିନ୍‌ ଗଣନା କରାଯାଉଛି। ଭିତରକନିକା ଅଞ୍ଚଳରେ ଡଲ୍‌ଫିନ୍‌ ଗଣନା ପାଇଁ ୯ଟି ଟିମ୍‌ ଗଠନ କରାଯାଇଛି। ଆଉଟର ହୁଇଲରରୁ ଚିଞ୍ଚତ୍ରି ମାଉଥ୍‌, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜ୍‌ରୁ ମାଈପୁରା ମାଉଥ୍‌, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍‌ ଭାୟା ନଳିତାପାଟିଆ, କାଳିଭଞ୍ଜଡିଅଁା, ଜମ୍ବୁ ଖରନାସୀରୁ ହୁକିଟେଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏଁ ୯ଟି ଗ୍ରୁପ୍‌ ଗଣନା କରୁଛନ୍ତି। ସମୁଦ୍ର ମଧ୍ୟରେ ୫ଟି ଟିମ୍‌ ଓ ନଦୀ, କ୍ରିକ୍‌ରେ ୪ଟି ଟିମ୍‌ ଡଲ୍‌ଫିନ୍‌ଙ୍କର ଗଣନା କରୁଛନ୍ତି। ପୂର୍ବବର୍ଷର ରିପୋର୍ଟ ଅନୁସାରେ ଭିତରକନିକା ସଂଲଗ୍ନ ନଦୀ, କ୍ରିକ୍‌ ଓ ସମୁଦ୍ରରେ ଇରାୱାଡି, ବଟଲ୍‌ନୋଜ୍‌, ହମ୍ପବ୍ୟାକ୍‌, ଫିନ୍‌ଲେସ୍‌ ପରିପଏସ୍‌ ଓ ଗାଙ୍ଗେଟିକ୍‌ ପ୍ରଭୃତି ୫ ପ୍ରଜାତିର ଡଲ୍‌ଫିନ୍‌ ଦେଖାଦେଇଥିଲେ। ଚିଲିକା ଅଞ୍ଚଳରେ କେବଳ ଇରାୱାଡି ପ୍ରଜାତିର ଡଲ୍‌ଫିନ୍‌ ଦେଖାଯାଆନ୍ତି। ଭିତରକନିକାରେ ୫ ପ୍ରକାର ଡଲ୍‌ଫିନ୍‌ ଦେଖାଯାଉଛନ୍ତି। ଗତବର୍ଷ ଗଣନା ସମୟରେ ସାରା ଓଡ଼ିଶାରେ ୭୩୩ଟି ଡଲ୍‌ଫିନ୍‌ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ଟି ଚିହ୍ନଟ ହୋଇଥିଲା। ନବେ ଦଶକରୁ ଗହୀରମଥା, ଭିତରକନିକା ବଉଳା କୁମ୍ଭୀର ଏବଂ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ ଥିବାବେଳେ ଏବେ ଡଲ୍‌ଫିନ୍‌ମାନଙ୍କ ସର୍ବାଧିକ ସମାଗମ ପୁଣି ପର୍ଯ୍ୟଟନ ମାନଚିତ୍ରରେ ଭିତରକନିକା ଗହୀରମଥା ଆଉ ପାଦେ ଆଗକୁ ଯିବା ସହିତ ଡଲ୍‌ଫିନ୍‌ଙ୍କ ଅନ୍ତୁଡ଼ିଶାଳ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri