ଚାଉଳ ମୂଲ୍ୟଠାରୁ ଯାତାୟାତ ଖର୍ଚ୍ଚ ଅଧିକ

ଭବାନୀପାଟଣା,୨୧।୧(ଉତ୍ତମ କୁମାର ଦାଶ)ସରକାର ଗରିବ ଲୋକଙ୍କ ପାଇଁ ସାଧାରଣବଣ୍ଟନ ବ୍ୟବସ୍ଥା (ପିଡ଼ିଏସ୍‌)ରେ ଚାଉଳ ଦେଉଛନ୍ତି। ହେଲେ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଚାଉଳର ମୂଲ୍ୟଠାରୁ ଯାତାୟତ ଖର୍ଚ୍ଚ ଅଧିକ ହେଉଛି। କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ଲୋକେ ଚାଉଳ ପାଇଁ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି। ରାସ୍ତା ନ ଥିବା ଯୋଗୁ ଗ୍ରାମବାସୀ ପାହାଡ଼ିଆ ଓ ବିପଦସଙ୍କୁଳ ରାସ୍ତାରେ ପାଦରେ ଚାଲି ନିଜର ବିପିଏଲ୍‌ ଚାଉଳ ଆଣିବା ପାଇଁ ଯାଉଛନ୍ତି। ଜୁନାଗଡ ବ୍ଲକର ଦୁଣ୍ଡା ଗ୍ରାମବାସୀମାନେ ୩ କିମି ଚାଲି ଚାଲି ଯାଇ ଥୁଆମୂଳ ରାମପୁର ବ୍ଲକର କିଆପଦର ପଞ୍ଚାୟତରୁ ଚାଉଳ ପାଉଛନ୍ତି। ଜୁନାଗଡ଼ ବ୍ଲକର ବୁଡ଼ିଦର ପଞ୍ଚାୟତର ଲଖନାପଡା ଗ୍ରାମବାସୀ ୮ କିମି, ବେହେରାଗୁଡା ଗ୍ରାମବାସୀ ୭ କିମି ଓ ବିଜ୍ରାଦର ଗ୍ରାମବାସୀ ୧୨ କିମି ପାହାଡି ରାସ୍ତାରେ ଚାଲିଚାଲି ଯାଇ ବିଦର ପଞ୍ଚାୟତରୁ ଚାଉଳ ଆଣିଥାନ୍ତି। ଯେଉଁ ପରିବାରରେ ବୃଦ୍ଧ ଓ ବୃଦ୍ଧା ଘରର ମୁଖିଆ ଅଛନ୍ତି ସେମାନଙ୍କ ପାଇଁ ପିଡିଏସ ଚାଉଳ ପାଇବା ଦୁର୍ବିସହ ହୋଇପଡେ। ଟଙ୍କିକିଆ ଚାଉଳ ପାଇଁ ପ୍ରାୟ ୧୦୦ରୁ ୨୦୦ ଟଙ୍କା ଖର୍ଚ୍ଚ କରି ପଞ୍ଚାୟତରୁ ପାହାଡ ଘାଟିତଳକୁ ନେଇ ପୁଣି ମୁଣ୍ଡରେ ବୋହି ପାହାଡି ରାସ୍ତାରେ ଜୀବନକୁ ବାଜି ଲଗାଇ କସରତ କରିଥାନ୍ତି। ଏମାନଙ୍କ ପାଇଁ ପିଡିଏସ ଚାଉଳ ହିଁ ଭରସା ଥିବାବେଳେ ଏଥିପାଇଁ ବର୍ଷ ତମାମ ସଂଘର୍ଷ କରୁଥିଲେ ମଧ୍ୟ ନା’ ଜିଲା ପ୍ରଶାସନ ନା’ ରାଜ୍ୟ ସରକାର କେହି ବି ସେମାନଙ୍କ ଦୁଃଖଲାଘବ କରିବା ପାଇଁ ନାହାଁନ୍ତି। ସେହିପରି ଲାଞ୍ଜିଗଡ ବ୍ଲକର ଲାଞ୍ଜି ପଞ୍ଚାୟତର ତୁର୍କା ଗ୍ରାମର ଅଧିବାସୀ ୧୫ କି.ମି. ପାହାଡିଆ ରାସ୍ତାରେ ଚାଲିଚାଲି ଯାଇ ମୂଷାନାଲ ପଞ୍ଚାୟତରୁ ପିଡିଏସ ଚାଉଳ ଆଣିଥାନ୍ତି। କାନକୁଟୃ ପଞ୍ଚାୟତର ଉପର ନଙ୍ଗଲବାଇଲି ଅଧିବାସୀ ପ୍ରାୟ ୩୫ କି.ମି. ଦୁର୍ଗମ ରାସ୍ତାରେ ଯାଇ ପଞ୍ଚାୟତ ମହକୁମା କାନକୁଟୃରୁ ପିଡିଏସ ଚାଉଳ ଆଣିଥାନ୍ତି। ବିଜେପୁର ପଞ୍ଚାୟତର ପିଡିସାଲ ଓ ପୋଇଗୁଡା ଗ୍ରାମବାସୀ ପ୍ରାୟ ୧୨କିମି, ମାଲିଯୁବାଙ୍ଗ ପଞ୍ଚାୟତର ସାନପଦର, ଟୁରିସେମେଲ ଗ୍ରାମବାସୀ ପ୍ରାୟ ୧୮ କି.ମି. ଦୂର୍ଗମ ପାହାଡରେ ଜୀବନକୁ ବାଜି ଲଗାଇ ପିଡିଏସ ଚାଉଳ ଆଣିଥାନ୍ତି। ପାହାଡପଦର ପଞ୍ଚାୟତର ତଇଁପଦର ଓ ଜିରା ଗ୍ରାମବାସୀ ପ୍ରାୟ ୧୩ କି.ମି, ଗୁଣ୍ଡରି ପଞ୍ଚାୟତର ବିଜେପୁର, କୁଟେହେଜୁ, ହାତୀମୁଣ୍ଡା, ଦାରବେଙ୍ଗ, ଅଦଲଡୁ, ତରଙ୍ଗଲ, ମାଟିବନ୍ଧା ଗ୍ରାମବାସୀ ରେତ ନଦୀ ଦେଇ ଛତିକୁଡା ରାସ୍ତାରେ ପ୍ରାୟ ୨୫ କି.ମି, ଭବାନୀପାଟଣା ବ୍ଲକର ଯୁଗସାଇପାଟଣା ପଞ୍ଚାୟତର ଟିଟିଝୁଲା, ଜାମଗୁଡା, କଟଲାଙ୍ଗ, ସଲପାଙ୍ଗ, ବଡମ୍ବା, ରଙ୍ଗୀଗୁଡା ଗ୍ରାମବାସୀ ପାହାଡ ଚଢି ୨୨ କି.ମି. ଯାଇ ଚାଉଳ ଆଣନ୍ତି। ଥୁଆମୂଳ ରାମପୁର ବ୍ଲକର ପୋଡାପଦର ପଞ୍ଚାୟତର ଭିତର ତେନ୍ତୁଳିପଦର, ସରାପାସ, ଘୁଟ୍ରୁଖାଲ, ଲିଟିମସ୍କା, ପୋଡାପଦର, କାରୱାଡି, ତଲଟେମରା, ଉପର ଟେମରା, କୁଡ୍ରୁପାଟ, ଗୁଞ୍ଜମାଲି ଗ୍ରାମଗୁଡିକର ପ୍ରାୟ ୪୦ରୁ ଅଧିକ ପରିବାର ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ବିପଦସଙ୍କୁଳ ଯାତ୍ରା କରି ପାର ହୋଇ ତଳନାଗି ପଞ୍ଚାୟତକୁ ଚାଉଳ ଆଣିବାକୁ ଯାଇଥାନ୍ତି। ବିରିକୋଟ ପଞ୍ଚାୟତର ତୁମନିଖୋଲର ଗ୍ରାମବାସୀ ୭ କି.ମି. ପାହାଡି ପାଦ ଚଲା ରାସ୍ତାରେ ପଞ୍ଚାୟତକୁ ପିଡିଏସ ଚାଉଳ ନେବାକୁ ଆସିଥାନ୍ତି। ପାଡେପଦର ପଞ୍ଚାୟତର ଭାଟିପାସ ଗ୍ରାମବାସୀ ପ୍ରାୟ ୧ କିମି ବିପଦସଙ୍କୁଳ ପାହାଡି ରାସ୍ତାରେ ପଞ୍ଚାୟତକୁ ଚାଉଳ ଆଣିବାକୁ ପଡୁଛି। କଳାହାଣ୍ଡି ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri