ଇପିଏଫ୍‌ଓରେ ଯୋଡ଼ିହେଲେ ୧୩.୯୫ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୧(ଅନୁରାଧା ମହାରଣା): ୨୦୨୩ ନଭେମ୍ବରରେ ପ୍ରାୟ ୧୩.୯୫ ଲକ୍ଷ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ରେ ଯୋଗଦେଇଛନ୍ତି। ନୂତନ ଭାବେ ଯୋଗଦେଇଥିବା ସଦସ୍ୟମାନଙ୍କ ମଧ୍ୟରେ ୧୮-୨୫ ବର୍ଷ ବୟସର ଯୁବବର୍ଗସଂଖ୍ୟା ସର୍ବାଧିକ ୫୭.୩୦ ପ୍ରତିଶତ ରହିଛି। ଶନିବାର ଇପିଏଫ୍‌ଓ ପକ୍ଷରୁ ପ୍ରକାଶିତ ତଥ୍ୟ ଦର୍ଶାଇଛି ଯେ ନଭେମ୍ବର ମାସରେ ଯୋଡ଼ିହୋଇଥିବା ନୂତନ ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୧.୯୪ ଲକ୍ଷ ନୂତନ ସଦସ୍ୟ ମହିଳା। ସେମାନେ ପ୍ରଥମ ଥର ପାଇଁ ଇପିଏଫ୍‌ଓରେ ଯୋଗଦେଇଛନ୍ତି। ବର୍ତ୍ତମାନ ମୋଟ ମହିଳା ସଦସ୍ୟଙ୍କ ସଂଖ୍ୟା ପ୍ରାୟ ୨.୮୦ ଲକ୍ଷ ରହିଛି। ଗ୍ରାହକଙ୍କ ଅଭିବୃଦ୍ଧି ମଧ୍ୟରୁ ମହିଳା ସଦସ୍ୟଙ୍କ ସଂଖ୍ୟା ୨୦.୦୫ ପ୍ରତିଶତ ଥିଲା। ୨୦୨୩ ସେପ୍ଟେମ୍ବର ପରଠାରୁ ଏହି ସଂଖ୍ୟା ସର୍ବାଧିକ ରହିଛି। ସଂଗଠିତ କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଥିବା ଇପିଏଫ୍‌ଓରେ ଅଧିକ ସଂଖ୍ୟକ ମହିଳା ଯୋଡ଼ି ହୋଇପାରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ଇପିଏଫ୍‌ଓ ସଦସ୍ୟଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ ଅଧିକ ରହିଛି। ନଭେମ୍ବରରେ ପ୍ରାୟ ୧୦.୬୭ ଲକ୍ଷ ସଦସ୍ୟ ଇପିଏଫ୍‌ଓ ଛାଡିଥିଲେ। ମାତ୍ର ଅନ୍ୟତ୍ର ନିଯୁକ୍ତି ପାଇବା ପରେ ପୁଣି ଇପିଏଫ୍‌ଓରେ ଯୋଗଦେଇଛନ୍ତି। ଏହି ସଦସ୍ୟମାନେ ଇପିଏଫ୍‌ଓ ଅଧୀନରେ ଆସୁଥିବା କମ୍ପାନୀଗୁଡିକରେ ଚାକିରିରେ ଯୋଗଦେଇଥିଲେ। ମହାରାଷ୍ଟ୍ର, ତାମିଲନାଡୁ, କର୍ନାଟକ, ହରିୟାଣା ଏବଂ ଦିଲ୍ଲୀରେ ସର୍ବାଧିକ ସଦସ୍ୟ ସଂଖ୍ୟା ରେକର୍ଡ କରାଯାଇଛି। ଏହି ରାଜ୍ୟଗୁଡିକ ସମୁଦାୟ ସଦସ୍ୟ ଅଭିବୃଦ୍ଧିରେ ପ୍ରାୟ ୫୮.୮୧ ପ୍ରତିଶତ ଯୋଗଦେଇଛନ୍ତି। ନଭେମ୍ବର ମାସରେ ସମୁଦାୟ ୮.୨୦ ଲକ୍ଷ ସଦସ୍ୟ ଯୋଗ ଦେଇଥିଲେ। ସମସ୍ତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୨୧.୬୦ ପ୍ରତିଶତ ନୂତନ ସଦସ୍ୟ ଏହି ସମୟ ମଧ୍ୟରେ ଇପିଏଫ୍‌ଓରେ ଯୋଗଦେଇଥିଲେ। ଇପିଏଫ୍‌ଓ ଅନୁଯାୟୀ କୃଷି ଫାର୍ମ, କଫି ପ୍ଲାଣ୍ଟ, ଚିନି, ରବର ପ୍ଲାଣ୍ଟ, ଟାଇଲ ଇତ୍ୟାଦିରେ କାର୍ଯ୍ୟ କରୁଥିବା ସଦସ୍ୟଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଇଛି। ପ୍ରାୟ ୪୧.୯୪ ପ୍ରତିଶତ ନୂତନ ସଦସ୍ୟ ଏକ୍ସପର୍ଟ ସର୍ଭିସ୍‌ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସୂଚନା ଥାଉକି, ଇପିଏଫ୍‌ଓ ତଥ୍ୟ ପ୍ରତି ମାସରେ ଅପ୍‌ଡେଟ୍‌ ହୁଏ। ଏହାକୁ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ୍‌) ମାଧ୍ୟମରେ ଗଣନା କରାଯାଏ। ପ୍ରଥମ ଥର ପାଇଁ ଇପିଏଫ୍‌ଓରେ ଯୋଗଦେଉଥିବା ସଦସ୍ୟଙ୍କ ସଂଖ୍ୟା, ଇପିଏଫ୍‌ କଭରେଜରୁ ସଦସ୍ୟତା ପ୍ରତ୍ୟାହାର ସଂଖ୍ୟା ଏବଂ ପୁନଃ ଯୋଗଦାନ କରୁଥିବା ସଦସ୍ୟଙ୍କ ରିପୋର୍ଟ ଜାରି କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri