Odisha Elections 2024

କ୍ରିପ୍ଟୋ ନାଁରେ ୧୫ କୋଟିର ଠକେଇ

ବଲାଙ୍ଗୀର, ୨୧ା୧ (ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀରରୁ ପରିଚାଳିତ ଏକ ନକଲି କ୍ରିପ୍ଟୋକରେନ୍ସି ର଼୍ୟାକେଟର ପର୍ଦ୍ଦାଫାଶ କରିଛି ସ୍ଥାନୀୟ ପୋଲିସ। ଏହି କ୍ରିପ୍ଟୋକରେନ୍ସି ଜରିଆରେ ପ୍ରାୟ ୧୫ କୋଟି ଟଙ୍କାର ଠକେଇ ବା ଲୁଟ୍‌ କରାଯାଇଛି। ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ମେହେରଙ୍କ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ୮ ଲକ୍ଷ ୩୪ହଜାର ୩ଶହ ନଗଦ ଟଙ୍କା ଜବତ କରାଯାଇଛି ଓ ବିଭିନ୍ନ ବ୍ୟାଙ୍କରେ ୫୫ଲକ୍ଷରୁ ଅଧିକ ଟଙ୍କାର ଆକାଉଣ୍ଟକୁ ଫ୍ରିଜ୍‌ଡ କରାଯାଇଛି। ମର୍ସିଡିଜ୍‌ କାର ସମେତ ୪ଟି କାର୍‌, ୫ଟି ବାଇକ୍‌, ୭ଟି ଲାପ୍‌ଟପ୍‌ ଓ କମ୍ପ୍ୟୁଟର, ୨୫ଟି ମୋବାଇଲ ଫୋନ୍‌, ୧ଟି ଟାବଲେଟ୍‌, ଅନ୍ୟାନ୍ୟ ଡିଜିଟାଲ ଉପକରଣ ଜବତ କରାଯାଇଛି। ସୁଦପଡାଠାରେ ଥିବା ଅଫିସ ସିଲ୍‌ କରାଯାଇ ସେଠାରୁ ୪୦ ଲକ୍ଷ ଟଙ୍କାର ଜିନିଷପତ୍ର ଏବଂ ପାଟଣାଗଡ ରାସ୍ତା ପ୍ରାଣୀଧନ ଚିକିତ୍ସାଳୟ ସମ୍ମୁଖ ଏକ ଦୋକାନ ଘରକୁ ସିଲ୍‌ କରାଯାଇ ସେଠାରୁ ୩୫ ଲକ୍ଷ ଟଙ୍କାର ଲୁଗାପଟା ସାମଗ୍ରୀକୁ ଜବତ କରାଯାଇଛି। ଅଭିଯୁକ୍ତମାନେ ବିନା ବ୍ଳକ୍‌ଚେନ୍‌ ଏବଂ ବେକିଂରେ ୨୦୨୨ ଜୁଲାଇରେ ୧୦୦୦ କୋଟିର ଡାଏକନ୍‌ ଟୋକନ୍‌, ୨୦୨୨ ଅଗଷ୍ଟରେ ତାଲିକାଭୁକ୍ତ ନିଜସ୍ବ କ୍ରିପ୍ଟୋ ଏକ୍ସଚେଞ୍ଜ ଏବଂ ୨୦୨୩ ଏପ୍ରିଲରେ ଡାଏଫିନେକ୍ସ ନାଁରେ ଏକ ନକଲି କ୍ରିପ୍ଟୋ ଏକ୍ସଚେଞ୍ଜ ବିକାଶିତ କରିଥିଲେ। ଏହି କ୍ରିପ୍ଟୋ ଟୋକନ୍‌ର ୧.୫ ପ୍ରତିଶତ ବଜାରରେ ଉପଲବ୍ଧ କରି ପ୍ରାୟ ୨୦୦୦ ନିବେଶକଙ୍କଠାରୁ ୧୨ରୁ ୧୫ କୋଟି ଟଙ୍କା ଠକେଇ କରିଛନ୍ତି। ନିବେଶକଙ୍କୁ ଠକେଇ କରିବା ପାଇଁ ଅଭିଯୁକ୍ତମାନେ ଇ-ରିଚାର୍ଜ ପରି ଏକାଧିକ ୟୁଟିଲିଟି ପେମେଣ୍ଟ ସିଷ୍ଟମ ବ୍ୟବହାର କରିଛନ୍ତି। ଏଥିସହ ପେଗ୍‌ମାଷ୍ଟୋର ମାଧ୍ୟମରେ ଇ-ବାଣିଜ୍ୟ, ଡିପୋଗୋ ମାଧ୍ୟମରେ ଖେଳ, ଇ-ଲର୍ନିଂ ଜରିଆରେ ଅଭିନବ ଏବଂ ଲୋଭନୀୟ ଯୋଜନା ଏବଂ ଅଫର୍‌ ପ୍ରସ୍ତୁତ କରିଛନ୍ତି। ଇଣ୍ଟରନେଟ୍‌ ଏବଂ ୟୁଟୁବ୍‌ରେ ଡାଇକନ୍‌ ଟୋକନ୍‌ର ଲୋଭନୀୟ ବିଜ୍ଞାପନ କରି ନିବେଶକଙ୍କୁ ଆକୃଷ୍ଟ କରିଛନ୍ତି। ନିବେଶକଙ୍କୁ ମାଗଣାରେ ଥାଇଲାଣ୍ଡ, ଗୋଆ ଏବଂ ଦୁବାଇ ଟୁର୍‌ ପ୍ୟାକେଜ୍‌ର ଅଫର୍‌ ମଧ୍ୟ ଦେଇଛନ୍ତି। ଏଇ ନକଲି କ୍ରିପ୍ଟୋ କରେନ୍ସି ର଼୍ୟାକେଟର ମୁଖ୍ୟ
କୁହାଯାଉଥିବା ପ୍ରଶାନ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ବୋଲି ଜଣାପଡିଛି। ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀରର ଦୁଷ୍ମନ୍ତ ମେହେର, ହେମନ୍ତ ମେହେର, ଅମିୟ ପ୍ରଧାନ, କୁମାର ପ୍ରଧାନ, କିଶୋର ଦୀପ ଓ ଯାଜପୁର ଜିଲାର ସୁବ୍ରତ ଓଝା।
ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରୀ ଶନିବାର ସ୍ଥାନୀୟ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରି ନକଲି କ୍ରିପ୍ଟୋକରେନ୍ସି ର଼୍ୟାକେଟର ପର୍ଦ୍ଦାଫାଶ ସମ୍ପର୍କରେ ବିବରଣୀ ରଖିଥିଲେ। ସେ କହିଥିଲେ ଯେ, ଏକ ସାମାଜିକ ଗଣମାଧ୍ୟମରୁ ପ୍ରଥମେ ସେ ବଲାଙ୍ଗୀରରେ ଏକ ନକଲି କ୍ରିପ୍ଟୋ କରେନ୍ସି ର଼୍ୟାକେଟ ଚାଲିଥିବା ଖବର ପାଇଥିଲେ। ଏହା ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ସେ ସାଇବର ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ଏକ ସ୍ବତନ୍ତ୍ର ପୋଲିସ ତଦନ୍ତକାରୀ ଟିମ୍‌ ଗଠନ କରାଯାଇଥିଲା। ବଲାଙ୍ଗୀର ସୁଦପଡାଠାରେ ମୁଖ୍ୟ ଅଭିଯୁକ୍ତ ମେହେର ଏବଂ ତାଙ୍କ ସହଯୋଗୀମାନେ ପାଗ୍‌ମାଟାଇଡ୍‌ ଆଣ୍ଡ ସଷ୍ଟେନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନଁାରେ ଏକ ସଂସ୍ଥାର ଅଫିସ ଖୋଲିଥିଲେ। ଇଣ୍ଟରନେଟ୍‌ ଜରିଆରେ ଗୁଜରାଟର ଏକ କମ୍ପାନୀ ସହାୟତାରେ ଏବଂ ଉକ୍ତ ସଂସ୍ଥାର ଏକ ୱେବ୍‌ ଆପ୍‌ ଜରିଆରେ ଡାଇକନ୍‌ କଏନ୍‌ ନଁାରେ କ୍ରିପ୍ଟୋ କରେନ୍ସି କାରବାର ଆରମ୍ଭ କରିଥିଲେ। ଉକ୍ତ ସଂସ୍ଥାର ଡିଜିଟାଲ ୱେବ୍‌ସାଇଟ୍‌ ଆଡମିନ୍‌ ଭାବେ ପ୍ରଶାନ୍ତ ଏହାର ପରିଚାଳନା କରୁଥିଲେ। ପ୍ରଥମରୁ ନିବେଶକଙ୍କୁ ଡାଇକନ୍‌ କ୍ରିପ୍ଟୋ ଟୋକନ୍‌ର ମୂଲ୍ୟକୁ ୧୦ ପଇସା ରଖି ନିବେଶକଙ୍କୁ ଆକୃଷ୍ଟ କରିଥିଲେ। ନିଜେ ଏହି ୱେବ୍‌ ଆଡମିନ୍‌ ଥିବାରୁ କୃତ୍ରିମ ଉପାୟରେ ଡାଏକନ୍‌ ଟୋକନ୍‌ ମୂଲ୍ୟକୁ କମ୍‌ ସମୟ ମଧ୍ୟରେ ୯୦ ପଇସାକୁ ବୃଦ୍ଧି କରିଦେଇଥିଲେ। ଡାଇକନ୍‌ କ୍ରିପ୍ଟୋ ଟୋକନ୍‌ର ଏଭଳି ମୂଲ୍ୟବୃଦ୍ଧି ଘଟୁଥିବା ଦେଖି ଏବଂ ସାମାଜିକ ଗଣମାଧ୍ୟମରେ ଏହାର ପ୍ରଚାର ପ୍ରସାର କରି ସେମାନେ ପ୍ରାୟ ୨ହଜାର ନିବେଶକଙ୍କଠାରୁ ୧୨ରୁ ୧୫ କୋଟି ଟଙ୍କା ନିଜସ୍ବ ଆକାଉଣ୍ଟକୁ ଆଣିବାରେ ସଫଳ ହୋଇଥିଲେ। ପ୍ରଥମରୁ ଅଭିଯୁକ୍ତମାନେ ନିଜ ପରିବାର ଏବଂ ସମ୍ପର୍କୀୟଙ୍କୁ ଟାର୍ଗେଟ କରି ନିବେଶ କରିଥିଲେ। ଏହି ଟଙ୍କାକୁ ନିର୍ଦ୍ଦିଷ୍ଟ ସମୟ ଧରି ବ୍ଳକ୍‌ ଚେନ୍‌ ଜରିଆରେ ବ୍ଳକ୍‌ କରି ରଖିବା ଏବଂ ଏହାଦ୍ୱାରା ଅର୍ଥ ବହୁଗୁଣିତ ହେବା ପ୍ଳାନ୍‌ ପ୍ରଚାର କରିଥିଲେ। ଫଳରେ ଗତ ପ୍ରାୟ ଦେଢ଼ ବର୍ଷ ଭିତରେ ୨୦୦୦ ନିବେଶକ ୧୫ କୋଟି ଟଙ୍କା ଆକାଉଣ୍ଟରେ ଜମା କରିଥିଲେ। ଜମା ଟଙ୍କାକୁ ତୁରନ୍ତ ଅନ୍ୟ ଆକାଉଣ୍ଟକୁ ଅଭିଯୁକ୍ତମାନେ ଟ୍ରାନ୍ସଫର କରିଦେଉଥିଲେ। ଜମା ଟଙ୍କାରୁ ବିଭିନ୍ନ ନିବେଶକଙ୍କୁ ଭାଗ୍ୟବାନ୍‌ ନିବେଶକ ମାନ୍ୟତା ଦେଇ ମାଗଣା ଗୋଆ, ଥାଇଲାଣ୍ଡ ଟ୍ରିିପ୍‌ କରାଉଥିଲେ। ଫଳରେ ନିବେଶକଙ୍କ ମଧ୍ୟରେ ସନ୍ଦେହ ବୃଦ୍ଧି ନ ପାଇ ବିଶ୍ୱାସ ବୃଦ୍ଧି ପାଇବା ଯୋଜନା କରିଥିଲେ। ନିବେଶକଙ୍କ ମଧ୍ୟରେ ଆସ୍ଥା ସୃଷ୍ଟି ପାଇଁ ଆନ୍ତର୍ଜାତିକସ୍ତରରେ ଏକ ଗଣମାଧ୍ୟମ ସଂସ୍ଥାରେ ମଧ୍ୟ ଖବର ପ୍ରକାଶ କରାଇଥିଲେ। ଡାଇକନ୍‌ କଏନ୍‌ କ୍ରିପ୍ଟୋ ଟୋକନ୍‌ ବିଷୟରେ ଏହା ସହିତ ବିଭିନ୍ନ ନିବେଶକଙ୍କୁ ଇଜି ରିଚାର୍ଜ, ଲୁଗାପଟା ଓ ଅନ୍ୟାନ୍ୟ ଜିନିଷପତ୍ର ଶସ୍ତାରେ ଉପଲବ୍ଧ କରାଉଥିବା ମାର୍କେଟିଂ ବ୍ୟବସ୍ଥା କରିଥିଲେ। ଏହି ଲୁଟ୍‌ କାରବାରରେ ଅଭିଯୁକ୍ତମାନେ ୬ଶହ ଜଣ ଏଜେଣ୍ଟ ନିଯୁକ୍ତି କରିଥିବା ଜଣାପଡିଛି। ଗତ ପ୍ରାୟ ଦେଢ଼ବର୍ଷ ମଧ୍ୟରେ ନିବେଶକଙ୍କଠାରୁ ଲୁଟି ଥିବା ପ୍ରାୟ ୧୨ରୁ ୧୫ କୋଟି ଟଙ୍କାରେ ଅଭିଯୁକ୍ତମାନେ ମର୍ସିଡିଜ୍‌ କାର ସମେତ ୪ଟି ଅନ୍ୟନ୍ୟ କାର, ବାଇକ୍‌ ଓ ଅନ୍ୟ ଉପକରଣ କିଣି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ଏଭଳିକି ଏହି ଟଙ୍କାରେ ଜମି, କୋଠାଘର କିଣିଥିବା ଏବଂ ଦୋକାନ୍‌ ଖୋଲିଥିବା ଏସ୍‌ପି ସୂଚନା ଦେଇଛନ୍ତି। ତଦନ୍ତ ଜାରି ରହିଛି ଏବଂ ଏହି ନକଲି କ୍ରିପ୍ଟୋ ଠକେଇ ର଼୍ୟାକେଟରେ ରାଜ୍ୟ ତଥା ଦେଶର କେଉଁମାନେ ଜଡିତ ଅଛନ୍ତି ସେମାନଙ୍କୁ ଧରିବା ପାଇଁ ବଡଧରଣର ଅଭିଯାନ ଆରମ୍ଭ ହୋଇଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ କିଶୋର ଦୀପ ସେ ଦୋଷୀ ନୁହାନ୍ତି ତାଙ୍କୁ ଫସେଇ ଦିଆଯାଇଥିବା କହିଛନ୍ତି। ମୁଖ୍ୟ ଅଭିଯୁକ୍ତ ମେହେର ଏହା ଆଦୌ ଠକେଇ କି, ଲୁଟ୍‌ ନୁହଁ ବରଂ ଏଥିରେ ଅନେକେ ଲାଭବାନ୍‌ ହୋଇଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ୍‌ରେ ୧୪୪ ଧାରା ଜାରି

ଖଲ୍ଲିକୋଟ,୧୭ା୫(ପ୍ରଶାନ୍ତ କୁମାର ମିଶ୍ର):ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇଛି ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ। ରାଜନୈତିକ ହିଂସାରେ ଜଣେ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ...

ବଡ଼ ହୃଦୟ ଦେଖାଇଲେ ନବୀନ ପଟ୍ଟନାୟକ: ଆମ୍ବୁଲାନ୍ସ ଦେଖି…

ଭୁବନେଶ୍ୱର,୧୬ା୫(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ...

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ନ ହେଲେ…’

ଭୁବନେଶ୍ୱର,୧୬।୫: ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ...

ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ

ଭୁବନେଶ୍ୱର,୧୬।୫: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri