ଇସ୍ରାଏଲ ସୈନିକଙ୍କ ମୁଣ୍ଡକୁ ୮ ଲକ୍ଷ ଟଙ୍କାରେ ନିଲାମ କଲା ହମାସ, ଯନ୍ତ୍ରଣାଦାୟକ ଘଟଣା ବିଷୟରେ ବଖାଣିଲେ ପିତା

ଜେରୁଜେଲମ,୧୯।୧: ଇସ୍ରାଏଲ-ହମାସ ଯୁଦ୍ଧରେ ଏ ପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଶପଥ ନେଇଛି ଯେ ହମାସ ଆତଙ୍କବାଦୀଙ୍କୁ ହଟାଇବା ପର୍ଯ୍ୟନ୍ତ ଏହା ବନ୍ଦ ହେବ ନାହିଁ। ଏହି ସମୟରେ ଜଣେ ଇସ୍ରାଏଲ ସୈନିକଙ୍କ ପିତାଙ୍କ ଯନ୍ତ୍ରଣା ସାମ୍ନାକୁ ଆସିଛି। ପିତା ଅଭିଯୋଗ କରିଛନ୍ତି ଯେ ହମାସ ତାଙ୍କ ପୁଅର ମୁଣ୍ଡ କାଟି ନିଲାମ କରିଛି। ଡେଭିଡ ତାହର ନାମକ ଏହି ବ୍ୟକ୍ତି ଦେଇଥିବା ଏକ ସାକ୍ଷାତକାରରେ ତାଙ୍କ ପୁଅ ସିପିଏଲ ଆଦିର ତାହରଙ୍କ ମୃତ୍ୟୁ ବିଷୟରେ ପ୍ରକାଶ କରିଛନ୍ତି।

ଡେଭିଡ କହିଛନ୍ତି, ଅକ୍ଟୋବର ୭ରେ ଗାଜା ସୀମା ନିକଟରେ ଏକ ଇସ୍ରାଏଲର ସାମରିକ ପୋଷ୍ଟରେ ଆଦିରଙ୍କୁ ନିୟୋଜିତ କରାଯାଇଥିଲା। ହମାସ ଯୋଦ୍ଧାମାନେ ପୋଷ୍ଟ ଉପରେ ଆକ୍ରମଣ କରି ଆଦିରଙ୍କୁ ହତ୍ୟା କରିଥିଲେ। ଏହା ପରେ ହମାସ ଯୋଦ୍ଧାମାନେ ଆଦିରଙ୍କ ମୁଣ୍ଡ କାଟି ୧୦ ହଜାର ଡଲାରରେ ନିଲାମ କରିବାକୁ ଘୋଷଣା କରିଥିଲେ।

ଡେଭିଡ କହିଛନ୍ତି, ଆଦିରଙ୍କ ମୃତଦେହକୁ ଇସ୍ରାଏଲର ଜାତୀୟ ଶ୍ମଶାନରେ ପାଇଛନ୍ତି। ସେ କହିଛନ୍ତି, ମୋ ପୁଅର ଶରୀର ବଦଳି ଯାଇଥିଲା। ତାଙ୍କ ଅବସ୍ଥା ଏତେ ଖରାପ ଥିଲା ଯେ ତାଙ୍କୁ ଚିହ୍ନିବା କଷ୍ଟସାଧ୍ୟ ଥିଲା। ଡିଏନଏ ପରୀକ୍ଷା ମାଧ୍ୟମରେ ମୃତଦେହ ଚିହ୍ନଟ କରାଯାଇଥିଲା। ସେ ଦୁଇ ମାସ ଧରି ଆଦିରଙ୍କ ମୁଣ୍ଡ ପାଇଁ ଖୋଜାଖୋଜି ଜାରି ରଖିଥିଲେ, କିନ୍ତୁ ସେ କୌଣସି ସୂଚନା ପାଇପାରିଲେ ନାହିଁ, କିନ୍ତୁ ଡିସେମ୍ବରରେ ସେ ଜାଣିବାକୁ ପାଇଲେ ଯେ ଇସ୍ରାଏଲର ଗୁପ୍ତଚର ବିଭାଗ ତାଙ୍କ ପୁଅର ମୁଣ୍ଡ ପାଇଛି। ଯାହାକୁ ଆତଙ୍କବାଦୀମାନେ ଏକ ଫ୍ରିଜରେ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ଶ୍ରମିକ, ଗୁଳିବର୍ଷଣ କଲେ ଆତଙ୍କବାଦୀ: ୭ ମୃତ

ନୂଆଦିଲ୍ଲୀ,୯।୫: ଆଜିକାଲି ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟୁଛି। ପୁଣି ଥରେ ଆତଙ୍କବାଦୀମାନେ ଗ୍ବାଦ୍‌ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

ଭାରତ ପାଇଁ ଆମେରିକାକୁ ଗାଳି କଲା ରୁଷିଆ

ମସ୍କୋ/ନୂଆଦିଲ୍ଲୀ,୯।୫: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରୁପନ୍ତୱନ୍ତ ସିଂ ପନ୍ନୁ ମାମଲାରେ ରୁଷିଆ ଭାରତର ସପକ୍ଷରେ ଯୁକ୍ତି ବାଢିଛି। ପନ୍ନୁଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ରରେ ଭାରତ ବିରୋଧରେ...

ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ଫଳାଫଳକୁ ଅପେକ୍ଷା

ଓ୍ବାଶିଂଟନ,୮ା୫: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ଏବଂ ଡେମୋକ୍ରାଟିକ୍‌ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କରିବାକୁ ପ୍ରାଥମିକ ନିର୍ବାଚନ ଚାଲିଛି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ସାରା ବିଶ୍ୱରୁ କରୋନା ଭ୍ୟାକ୍ସିନ ପ୍ରତ୍ୟାହାର କଲା ଆଷ୍ଟ୍ରାଜେନେକା

ଲଣ୍ଡନ,୮।୫: ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇବା ପରେ କମ୍ପାନୀ ଏହାର କରୋନା...

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କ ଗଳାଚିପି ଦେଲେ ସ୍ବାମୀ: ଜାଣନ୍ତୁ ପଛରେ ରହିଛି କ’ଣ କାରଣ

ଓ୍ବାଶିଂଟନ,୮ା୫:ଆମେରିକାର ମିସୌରୀ ରାଜ୍ୟର କାନ୍‌ସାସ ସିଟିରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମେଡିକାଲ ବିଲ୍‌ ପୈଠ କରି ନ ପାରି ହସ୍ପିଟାଲ ବେଡ୍‌ରେ...

୫ମ ଥର ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ମସ୍କୋ,୮ା୫:ଭ୍ଲାଡିମିର୍‌ ପୁଟିନ୍‌ ରେକର୍ଡ ୫ମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇବା ସହ ନିଜର ରାଜନୈତିକ...

ନାଟୋକୁ ପୁଟିନଙ୍କ ଚେତାବନୀ- ଆମ ଉପରେ ଚାପ ପକାଇଲେ ବିନାଶ ଦେଖିବ…

ମସ୍କୋ,୭।୫: ରୁଷିଆ ରାଷ୍ଟ୍ରପତି ଭାବେ ୫ ଥର ଲାଗି ଭ୍ଲାଡିମିର ପୁଟିନ ଶପଥ ନେବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri