ଗୋଟିଏ ତୀରରେ ଦୁଇ ଶିକାର କରିବା ପାକିସ୍ତାନର ଲକ୍ଷ୍ୟ…

ଇସଲାମାବାଦ,୧୮।୧ : ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଆଦଲର ମୁଖ୍ୟାଳୟରେ ଇରାନ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ଗୁରୁତର ପରିଣାମ ସମ୍ପର୍କରେ ପାକିସ୍ତାନ ଚେତାବନୀ ଦେଇଥିଲା। ବର୍ତ୍ତମାନ ଗୁରୁବାର ଦିନ ଇରାନରେ ଥିବା ବାଲୁଚ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ଶିବିର ଉପରେ ପାକିସ୍ତାନ ପକ୍ଷରୁ ଆକ୍ରମଣ ଏୟାର ଷ୍ଟ୍ରାଇକ କରାଯାଇଛି। ପାକିସ୍ତାନୀ ସୈନ୍ୟମାନେ ଇରାନର ସିସ୍ତାନ ଏବଂ ବାଲୁଚିସ୍ତାନ ପ୍ରଦେଶର ସରୱାନ ସହରରେ ବାଲୁଚିସ୍ତାନ ଲିବରେଶନ ଫ୍ରଣ୍ଟ ଏବଂ ବାଲୁଚିସ୍ତାନ ଲିବରେଶନ ଆର୍ମି ପୋଷ୍ଟ ଉପରେ ଆକ୍ରମଣ କରିଥିବା ଜଣାଯାଇଛି। କିନ୍ତୁ ଏହି ଆକ୍ରମଣ ପାକିସ୍ତାନୀ ସେନାକୁ ଆଶା କରାଯାଉଥିବା ଠାରୁ ଅଧିକ ଲାଭ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଏପରି କରି ପାକିସ୍ତାନ ପ୍ରତିଶୋଧ ନେବା ସହିତ ଗୋଟିଏ ତୀରରେ ଦୁଇ ଶିକାର କରିବା ଲକ୍ଷ୍ୟ ରଖିଛି।

ବାସ୍ତବରେ ଏହି ଆକ୍ରମଣରୁ ପାକିସ୍ତାନୀ ସେନାର ଅନେକ ଲାଭ ରହିଛି। ସର୍ବପ୍ରଥମେ, ଏହା ଜନସାଧାରଣଙ୍କ କ୍ରୋଧକୁ ଶାନ୍ତ କରିବ ବୋଲି ଚର୍ଚ୍ଚା ହେଉଛି। କାରଣ ଇରାନର ଆକ୍ରମଣରେ ପାକିସ୍ତାନର ଲୋକମାନେ କ୍ରୋଧିତ ହୋଇଥିଲେ ଏବଂ ସେମାନେ ନିଜ ସେନାର ସାମର୍ଥ୍ୟ ଉପରେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ଲୋକମାନେ କହୁଥିଲେ ପାକିସ୍ତାନୀ ସେନା କେବଳ ରାଜନୀତି ଜାଣିଛି। ଏହା ବ୍ୟତୀତ ପାକିସ୍ତାନୀ ସେନା ମଧ୍ୟ ରାଜନୈତିକ ଫାଇଦା ପାଇବ। ଫେବୃଆରୀ ୮ରେ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ଏହାପୂର୍ବରୁ ସେନା ଇମ୍ରାନ ଖାନ ଏବଂ ତାଙ୍କ ଦଳ ବିରୋଧରେ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଏଥର ପାକିସ୍ତାନରେ ସେନା ଚାହୁଁ ନାହିଁ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ସେନା ପୁଣି ଥରେ ନୱାଜ ସରିଫଙ୍କୁ ପାକିସ୍ତାନକୁ ଆଣିଛି। ପ୍ରଧାନମନ୍ତ୍ରୀ ହେବା ପାଇଁ ନୱାଜ ସରିଫଙ୍କ ପଥରେ ଥିବା ସମସ୍ତ କଣ୍ଟା ଗୋଟିଏ ପରେ ଗୋଟିଏ ହଟାଯାଉଛି। ଜେଲରେ ରଖାଯାଇଥିବା ଇମ୍ରାନ ଖାନ ସବୁଠାରୁ ବଡ ପ୍ରତିବନ୍ଧକ ଥିଲେ। ଏହା ବ୍ୟତୀତ ତାଙ୍କ ବିରୋଧରେ ଆହୁରି ଅନେକ ମାମଲା ଖୋଲାଯାଇଥିଲା। ପାକିସ୍ତାନର ଜନସାଧାରଣଙ୍କର ଏକ ବଡ଼ ବିଭାଗ ଇମ୍ରାନଙ୍କ ସମର୍ଥନରେ ଅଛନ୍ତି। ଏଭଳି ପରିସ୍ଥିତିରେ ଇମ୍ରାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସେନା ବିରୋଧରେ କ୍ରୋଧ ସୃଷ୍ଟି କରୁଛି। ଇରାନ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ ସହିତ ସେନା ଲୋକମାନଙ୍କୁ ପୁଣି ଥରେ ଜିତିବାରେ ସଫଳ ହୋଇଥିବା ଜଣାପଡିଛି। ଯଦିଓ ଏହା କେବଳ ଅଳ୍ପ ସମୟ ପାଇଁ କରାଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri