Odisha Elections 2024
Posted inଖେଳ

କପିଲ ଦେବଙ୍କ ଯୋଗୁ ଇଡେନ୍‌ ଗାର୍ଡେନ୍ସରେ କେବେ ଖେଳିବେ ନାହିଁ ବୋଲି ଶପଥ ନେଇଥିଲେ ଗାଭାସ୍କର, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧: ୧୯୮୪ରେ କପିଲ ଦେବ ଏବଂ ସନ୍ଦିପ ପାଟିଲ ଫର୍ମରେ ଥିବା ସତ୍ତ୍ୱେ ଉଭୟଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରୁ ବାହାର କରିଦିଆଯାଇଥିଲା। ସେତେବେଳେ ଏହାକୁ କେହି ଗ୍ରହଣ କରିପାରି ନ ଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍‌ ଇଂଲଣ୍ଡ ବିପକ୍ଷରେ ଦିଲ୍ଲୀ କୋଟଲା ପଡିଆରେ ଖରାପ ବ୍ୟାଟିଂ କରି ଉଇକେଟ ହରାଇଥିଲେ। ଫଳରେ ଡ୍ର ହେବାକୁ ଯାଉଥିବା ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଥିଲେ ଇଂଲଣ୍ଡ ଟିମ୍‌। କପିଲଙ୍କ ଏଭଳି ବ୍ୟବହାରକୁ ନେଇ ସୁନିଲ ଗାଭାସ୍କର ଖପ୍ପା ହୋଇଥିଲେ। ଏହାର ପରିଣାମସ୍ବରୂପ ଚୟନକର୍ତ୍ତାମାନେ କୋଲକାତା ଟେଷ୍ଟ ମ୍ୟାଚ୍‌ରୁ ଉଭୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ବାହାର କରିଦେବାକୁ ନିଷ୍ପତ୍ତି ନେଇଥିଲେ।

କପିଲ କଥିତ ଭାବେ ଗାଭାସ୍କରଙ୍କ ଯୋଗୁ ଦଳରୁ ବାହାରିଥିବା ନେଇ କହିଥିଲେ। ହେଲେ ଏହାକୁ ଲିଟିଲ୍‌ ମାଷ୍ଟର ପ୍ରତ୍ୟାଖ୍ୟାନ କରିଥିଲେ। ତାଙ୍କର ଏଥିରେ କୌଣସି ଭୂମିକା ନାହିଁ ବୋଲି କହିଥିଲେ। ଅପରପକ୍ଷେ ମ୍ୟାଚ୍‌ ସମୟରେ ଦର୍ଶକ ମଧ୍ୟ ନିରାଶ ହୋଇଥିଲେ। ଏପରିକି କେହି କେହି ‘ନୋ କପିଲ, ନୋ ଟେଷ୍ଟ’ ବୋଲି କହିଥିଲେ। ଗାଭାସ୍କରଙ୍କ ଉପରେ କେହି କେହି ଫଳ ଓ ପନିପରିବା ଫିଙ୍ଗିବା ଆରମ୍ଭ କରିଥିଲେ। ଦର୍ଶକଙ୍କ ଏହି ବ୍ୟବହାରକୁ ନେଇ ଗାଭାସ୍କର କେବେ ହେଲେ ଇଡେନ୍‌ ଗାଡେନ୍ସରେ ଖେଳିବେ ନାହିଁ ବୋଲି ଶପଥ ନେଇଥିଲେ।

ସେତେବେଳ ସମୟରେ ଗାଭାସ୍କର-କପିଲ ଦେବଙ୍କ ମଧ୍ୟରେ ତିକ୍ତତାର ସମାଧାନ ପାଇଁ ବିସିସିଆଇ ଚେଷ୍ଟା କରିଥିଲା। କୌଣସି ଅଧିନାୟକ ଏତେ ବି ମୁର୍ଖ ନୁହେଁ କି ଟିମ୍‌ର ଶ୍ରେଷ୍ଠ ଅଲରାଉଣ୍ଡରକୁ ବାହାର କରିବ ବୋଲି ସେ କହିଥିଲେ। କପିଲଙ୍କୁ ଯେଉଁ ଚୟନକର୍ତ୍ତା ଚାହୁଁ ନ ଥିଲେ ତାର ନାମ ଖୁଲାସା କରିବେ ବୋଲି ମଧ୍ୟ ସେ ଧମକ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେକେଆର୍‌କୁ ଫାଇନାଲ ଟିକେଟ, ହାଇଦ୍ରାବାଦ ପାଖରେ ଆଉ ଏକ ସୁଯୋଗ

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ ୨୦୨୪ ସିଜନର ପ୍ରଥମ ଫାଇନାଲ ଟିକେଟ ପାଇଛି ଶ୍ରେୟସ ଆୟର ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)। ଏହା ଦଳ ପାଇଁ ଆଇପିଏଲ୍‌ ଇତିହାସରେ...

ଆଇପିଏଲ୍‌ ୨୦୨୪ ଫାଇନାଲ ଖେଳିବ ଏହି ଦୁଇ ଟିମ୍‌!

ନୂଆଦିଲ୍ଲୀ,୨୧।୫: ଆଇପିଏଲ୍‌ ୨୦୨୪ ଏହାର ଅନ୍ତିମ ଚରଣରେ ପହଞ୍ଚିଛି। ୧୦ ଟିମ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଟୁର୍ନାମେଣ୍ଟରେ ଏବେ କେବଳ ୪ ଟିମ୍‌ ପ୍ଲେ ଅଫ୍‌...

କ୍ୱାଲିଫାୟରରେ ଆଣ୍ଠେଇଲା ହାଇଦ୍ରାବାଦ; ବ୍ୟାଟିଂ ଫାୟାର ପାଓ୍ବାର୍‌ ଫେଲ୍‌, କୋଲକାତାକୁ ମାତ୍ର ଏତିକି ରନ୍‌ର ସହଜ ଟାର୍ଗେଟ…

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ ୨୦୨୪ ସିଜନରେ ପ୍ଲେଅଫ୍‌ର ରୋମାଞ୍ଚ ଆରମ୍ଭ ହୋଇଛି। ପ୍ରଥମ କ୍ୱାଲିଫାୟରରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେଉଛି। ନରେନ୍ଦ୍ର...

କୋଲକାତା ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ, ନେଲା ଏହି ନିଷ୍ପତ୍ତି

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ କ୍ୱାଲିଫାୟର- ୧ ମୁକାବିଲା ମଙ୍ଗଳବାର କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା...

ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍‌? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି !

ନୂଆଦିଲ୍ଲୀ,୨୧।୫: ଟି୨୦ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଖାଲି ହୋଇଯିବ। ଏଥିଲାଗି ବିସିସିଆଇ ନୂଆ କୋଚ୍‌ ଖୋଜିବା ଆରମ୍ଭ କରିଛି। ନ୍ୟାଶନାଲ...

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri