Odisha Elections 2024

ଆଉ ଦାଖଲ କରିବାକୁ ପଡ଼ିବନି ସ୍ପିଡ ଗଭର୍ନର ସାର୍ଟିଫିକେଟ : ଗାଡି ମାଲିକଙ୍କ ପାଇଁ ଖୁସି ଖବର…

ନୂଆଦିଲ୍ଲୀ,୯।୧ : ବାଣିଜି୍ୟକ ଗାଡି ମାଲିକଙ୍କ ପାଇଁ ଖୁସି ଖବର ଆସିଛି। ଏବେ ଆଉ ସେମାନଙ୍କୁ ଯାନଗୁଡିକ ସ୍ପିଡ ଗଭର୍ନର ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ ନାହିଁ। ଦିଲ୍ଲୀ ସରକାର ଏହି ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ ଏହି ସୂଚନା ପ୍ରଦାନ କରାଯାଇଛି।

ସ୍ପିଡ ଗଭର୍ନର (ଗତି ସୀମିତ) ଉପକରଣଗୁଡ଼ିକ ମୋଟର ଯାନରେ କ୍ରୁଜ କଣ୍ଟ୍ରୋଲ ସିଷ୍ଟମ ପରି କାମ କରିଥାଏ।
୨୦୧୮ରେ, ଦିଲ୍ଲୀ ସରକାର ଏକ ବିଜ୍ଞପ୍ତି ଜାରି କରି ୧ ଅକ୍ଟୋବର ୨୦୧୫ ପୂର୍ବରୁ ପଞ୍ଜୀକୃତ ହାଲୁକା ଯାତ୍ରୀବାହୀ ଯାନ ସମେତ ବ୍ୟବସାୟିକ ପରିବହନ ଯାନରେ ସ୍ପିଡ ଗଭର୍ନର ସ୍ଥାପନ ଆବଶ୍ୟକ କରିଥିଲେ। ଯାହାକି ଘଣ୍ଟା ପ୍ରତି ସର୍ବାଧିକ ଗତି ୮୦ କିଲୋମିଟର ପର୍ଯ୍ୟନ୍ତ ସୀମିତ କରିଥିଲା ।

ସେଣ୍ଟ୍ରାଲ ମୋଟର ଯାନ ନିୟମ, ୧୯୮୯ରେ ସ୍ପଷ୍ଟ ଭାବରେ ଊଲ୍ଲେଖ ରହିଛି ୧ ଅକ୍ଟୋବର, ୨୦୧୫ ରେ କିମ୍ବା ପରେ ଉତ୍ପାଦିତ ଯାନରେ ନିର୍ମାତାଙ୍କ ଦ୍ୱାରା ସ୍ପିଡ ଗଭର୍ନର ସଂଯୁକ୍ତ ହେବ। ପରିବହନ ଯାନଗୁଡି ବର୍ଗ ପାଇଁ ନିର୍ଦ୍ଧାରିତ ସର୍ବାଧିକ ଗତି ପୂର୍ବରୁ ନିର୍ଣ୍ଣୟ କରାଯିବା ଆବଶ୍ୟକ।

ସମସ୍ତ ଯାନ ପାଇଁ ଫିଟନେସ ମଞ୍ଜୁର କିମ୍ବା ନବୀକରଣ ସମୟରେ ଏକ ସ୍ପିଡ ଗଭର୍ନର ସାର୍ଟିଫିକେଟ ଦାଖଲ କରିବାକୁ ପୂର୍ବରୁ ହେଉଥିଲା।

ତେବେ ଭାରୀ ଯାନଗୁଡିକ ପାଇଁ ସ୍ପିଡ ଗଭର୍ନର କାର୍ଯ୍ୟକାରିତା ଫିଟନେସ ସମୟରେ ଅଟୋମେଟେଡ ଟେଷ୍ଟିଂ ଷ୍ଟେଶନ ମାଧ୍ୟମରେ ଜାରି ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାତୀ ମାଲିଓ୍ବାଲ ଭାଜପାର ମୋହରା’

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ମାମଲା ଦିନକୁ ଦିନ ବିବାଦ ଘେରକୁ ଟାଣି ହେବାରେ ଲାଗିଛି। ଯେଉଁଥିରେ ଏଏପି...

ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରନ୍ତିନି ପ୍ରଧାନମନ୍ତ୍ରୀ ମୋଦି, କହିଲେ ବଡ଼ କାରଣ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତିନି, ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ କାହିଁକି ସେ ଖୁବ...

ସ୍ବାତୀ ମାଲିଓ୍ବାଲ କିଏ? ସ୍ବାମୀଙ୍କଠାରୁ ଅଲଗା; କିଭଳି କରିଥିଲେ ରାଜନୀତିରେ ଏଣ୍ଟ୍ରି..ଯାହା ପାଇଁ ଏବେ ଅଡୁଆରେ ଏଏପି…

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ରାଜ୍ୟ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ସ୍ବାତୀ ମାଲିଓ୍ବାଲଙ୍କ ସହ ଜଡ଼ିତ ଅସଦାଚରଣ ମାମଲା ଚର୍ଚ୍ଚାରେ ରହିଛି।...

ଦିଲ୍ଲୀ ଅବକାରି ନୀତି ମାମଲାରେ ଏଏପି ଅଭିଯୁକ୍ତ, କେଜରିଓ୍ବାଲ, ଏଏପି ବିରୋଧରେ ଇଡି ଦାଖଲ କଲା ଚାର୍ଜସିଟ

ନୂଆଦିଲ୍ଲୀ,୧୭।୫: ମଦ ଦୁର୍ନୀତି ମାମଲାରେ ଇଡି ଉଭୟ ଆମ ଆଦମୀ ପାର୍ଟି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛନ୍ତି। ଇଡି...

ରାହୁଲ ଗାନ୍ଧୀଙ୍କ ଉପରେ ଜରିମାନା ଲଗାଇଲେ ଝାଡ଼ଖଣ୍ଡ ହାଇକୋର୍ଟ, ଜାଣନ୍ତୁ ପୂରା ମାମଲା…

ନୂଆଦିଲ୍ଲୀ,୧୭।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜରିମାନା। ଏକ ମାମଲାକୁ ନେଇ ଝାଡ଼ଖଣ୍ଡ ହାଇକୋର୍ଟ ଶୁଣାଣି କରି ଜବାବ ଦାଖଲରେ ବିଳମ୍ବକୁ ନେଇ ରାହୁଲଙ୍କ ଉପରେ...

ମୁଁ ମୋ ପୁଅକୁ ଆପଣଙ୍କ ହାତରେ ଟେକି ଦେଉଛି, ରାହୁଲ ନିରାଶ କରିବେନି, ରାଏବରେଲି ମଞ୍ଚରେ ଏମିତି କହିଲେ ସୋନିଆ

ରାଏବରେଲି,୧୭।୫: ଶୁକ୍ରବାର ଗାନ୍ଧୀ-ନେହେରୁ ପରିବାରର ଦୁର୍ଗ ବୋଲି ବିବେଚନା କରାଯାଉଥିବା ରାଏ ବରେଲିରେ ବିରୋଧୀ ଦଳ I.N.D.I.A ର ଏକ ସମାବେଶ ଅନୁଷ୍ଠିତ ହୋଇଛି। ଏହି...

ପାକିସ୍ତାନର ହଜିଲା ନିଦ! ଭାରତୀୟ ବାୟୁସେନାକୁ ଜୁଲାଇରେ ମିଳିବ ପ୍ରଥମ ତେଜସ-MK1A ଫାଇଟର ଜେଟ

ନୂଆଦିଲ୍ଲୀ,୧୭।୫: ପୂର୍ବ ଅପେକ୍ଷା ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହେଉଛି। ଆଗାମୀ ଦିନରେ ବାୟୁସେନାର ଶକ୍ତିରେ ଅତୁଳନୀୟ ବୃଦ୍ଧି ଘଟିବ। ଜୁଲାଇ ସୁଦ୍ଧା ପ୍ରଥମ ତେଜାସ-...

ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବଙ୍କ ଭଳି ରାଜନୈତିକ ବିଶ୍ଳେଷକଙ୍କ ଭବିଷ୍ୟବାଣୀ ଭାଜପାକୁ ଚମକାଇ, ବିରୋଧୀଙ୍କୁ ଖୁସି କରିପାରେ

ନୂଆଦିଲ୍ଲୀ,୧୭।୫: ଲୋକ ସଭାରେ ଚାରୋଟି ପର୍ଯ୍ୟାୟ ମତଦାନ ହୋଇଛି। ଅଦ୍ୟାବଧି ପ୍ରତ୍ୟେକ ଦଳ ଭିନ୍ନ ଭିନ୍ନ ଦାବି କରି ନିଜକୁ ଶକ୍ତିଶାଳୀ ପ୍ରଦର୍ଶନ କରୁଛନ୍ତି। ୪୦୦ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri