ନୂଆପଡ଼ା ଜିଲାରେ ବାଘ, ଭାଲୁ ଆତଙ୍କ; ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ବନ୍ୟପ୍ରାଣୀ

ନୂଆପଡ଼ା,୪।୧(ମକାରୁ ବେମାଲ): ନୂଆପଡ଼ା ଜିଲାରେ ବାଘ ଓ ଭାଲୁ ଆତଙ୍କ ଲାଗି ରହିଛି। ଫଳରେ ଲୋକଙ୍କ ଜୀବନଯାତ୍ରା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପ୍ରାତଃଭ୍ରମଣ କରିବା, ଜମିକୁ ଚାଷ କାମ କରିବାକୁ ଯିବା ଲାଗି ଲୋକେ ଭୟ କରୁଛନ୍ତି। ଏପରିକି ଭୟରେ ପିଲାମାନେ ସ୍କୁଲ ଯାଉନାହାନ୍ତି। ଖାଦ୍ୟ ଅନ୍ବେଷଣରେ ବାଘ, ଭାଲୁ ସମେତ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ଗାଁ ମୁହାଁ ହେଉଥିବା ଲୋକେ କହିଛନ୍ତି। ଫଳରେ ବିଭିନ୍ନ ଗ୍ରାମରେ ଦିନକୁ ଦିନ ଆତଙ୍କ ଲାଗି ରହୁଛି। ଜିଲାର କୋମନା ଥାନା ତରବୋଡ ଅଞ୍ଚଳରେ ୨ଦିନ ପୂର୍ବେ ଭାଲୁ ଆତଙ୍କ ସୃଷ୍ଟି ହୋଇଥିଲା। ଜାନୁଆରୀ ୧ରେ ନୂତନ ବର୍ଷ ଉପଲକ୍ଷେ କେତେଜଣ ଯୁବକ ବଣଭୋଜି କରିବା ପାଇଁ ଜଡାମୁଣ୍ଡା ସୁନ୍ଦର ଜଳସେଚନ ପ୍ରକଳ୍ପକୁ ଯାଇଥିଲେ। ବଣଭୋଜି କରି ଘରକୁ ଫେରୁଥିବା ସମୟରେ ୩ଟି ଭାଲୁ ତରବୋଡ ସମ୍ଭବ ଆମ୍ବ ବଗିଚା ପଟେ ବୁଲୁଥିବା ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ତରବୋଡ ଅଞ୍ଚଳ ମାନିଗୁଡା, ଭରୁଆମୁଣ୍ଡା, ସିହିନାମୁଣ୍ଡା, ଜଟଗଡ, ଗଡଗଡବାହାଲି, ସାହାଜଟ, ସାଲେପଡା, ବାଲିପାର୍ଟି, ଗୋହିରାପଦର, ଧରମପୁର ଆଦି ଗାଁରେ ଭାଲୁ ଆତଙ୍କ ଖେଳିଯାଇଛି। ଲୋକେ ସକାଳେ ଓ ସନ୍ଧ୍ୟାରେ ଖାଲି ପାଦରେ ଚାଲିଚାଲି ଯାଇ ଫେରୁଥିଲେ। ଭାଲୁ ଭୟରେ ଲୋକେ ଚାଲି ଚାଲି ଯିବା ବନ୍ଦ କରି ଦେଇଛନ୍ତି। ସେହିପରି ସଦର ବ୍ଲକ ଧରମବନ୍ଧା ସେକ୍‌ସନ ଚୂଳାଭାଟ ଅଞ୍ଚଳରେ ୩ ଦିନ ହେବ ବାଘ ଆତଙ୍କ ଦେଖା ଦେଇଛି। ବାଘ ଭୟରେ ଅଞ୍ଚଳର ଲୋକେ ସନ୍ଧ୍ୟା ହେଲେ ତାଟିକବାଟ ବନ୍ଦ କରି ଦେଉଛନ୍ତି। କୌଣସି ଅଘଟଣ ଘଟି ନ ଥିଲେ ମଧ୍ୟ ବାଘ ସନ୍ଧ୍ୟା ହେଲେ ଗାଁ ଭିତରକୁ ଚାଲି ଆସୁଛି। ବାଘ ଭୟରେ ଚୂଲାଭାଟ ଗାଁ ଅଞ୍ଚଳର ଲୋକେ ପିଲାଙ୍କୁ ସ୍କୁଲ ମଧ୍ୟ ଛାଡୁ ନାହାନ୍ତି। ବର୍ତ୍ତମାନ ଚାଷ ଅମଳ ସମୟ ହୋଇଥିବାବେଳେ ଚାଷୀମାନେ ଚାଷଜମିକୁ ଯିବା ପାଇଁ ମଧ୍ୟ ଭୟ କରୁଛନ୍ତି। ଜଙ୍ଗଲ ପଦା ହେଉ ନାହିଁ ବରଂ ଜଙ୍ଗଲ ବଢିବାରେ ଲାଗିଛି। ହେଲେ ବନ୍ୟପ୍ରାଣୀ ଖାଇବା ଭଳି ଫଳବୃକ୍ଷ ରୋପଣ କରାଯାଉନାହିଁ। ଫଳରେ ଖାଦ୍ୟ ଅନ୍ବେଷଣରେ ବନ୍ୟପ୍ରାଣୀ ଜଙ୍ଗଲକୁ ଛାଡି ଗାଁ ମୁହାଁ ହେଉଥିବା ଲୋକେ ଅନୁମାନ କରୁଛନ୍ତି। ଅପରପକ୍ଷେ ଜଙ୍ଗଲରେ ହରିଣ, କୁଟୁରା, ବାର୍‌ହା ଆଦି ପ୍ରାଣୀଙ୍କ ସଂଖ୍ୟା କମି ଯାଇଥିବାରୁ ବାଘ ଆଦି ମାଂସାସୀ ପ୍ରାଣୀ ଗାଁକୁ ଚାଲିଆସୁଛନ୍ତି। ଜଙ୍ଗଲ ପାଖରେ ବେଆଇନ ଭାବରେ କ୍ରସରମାନ ଚାଲିଛି। କ୍ରସର ମାଲିକମାନେ ଲିଜ୍‌ ଅନୁସାରେ ଅଧିକ ଅଞ୍ଚଳ ନିଜ ଅଧିନରେ ନେଇ ବେଆଇନ ଭାବରେ ପଥର ବ୍ଲାଷ୍ଟିଂ କରୁଥିବାରୁ ବନ୍ୟଜନ୍ତୁ ଭୟଭୀତ ହୋଇ ଗାଁ ମୁହାଁ ହେଉଥିବା ମଧ୍ୟ ଅନେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ୍ୟପ୍ରାଣୀ ଗାଁ ମୁହାଁ ହୋଇଥିବାବେଳେ ଲୋକେ ଭୟରେ ସେମାନଙ୍କ ଉପରେ ଢେଲାପଥର ମାରି ଦେଉଛନ୍ତି। ଫଳରେ ବନ୍ୟପ୍ରାଣୀ ରାଗି ଯାଇ ସାଧାରଣ ମଣିଷ ଉପରେ ଆକ୍ରମଣ କରି ବସୁଛି। ବନ୍ୟପ୍ରାଣୀ ଗାଁ ସମେତ ସମୟେ ସମୟେ ସହର ମୁହାଁ ମଧ୍ୟ ହେଉଛି। ନିକଟରେ ନୂଆପଡ଼ା ସହରକୁ ଏକ ଭାଲୁ ପଶି ଆସିଥିଲା। ଜନଜୀବନ ହାନି ନ ହେବା ପାଇଁ ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଜଙ୍ଗଲ ପାଖରେ ଥିବା କ୍ରସର ହଟାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri