Odisha Elections 2024
Posted inଖେଳ

ରୋହିତଙ୍କୁ ହଟାଇ ହାର୍ଦ୍ଦିକଙ୍କୁ ସୁଯୋଗ ଦେବା ମୁମ୍ବାଇକୁ ପଡ଼ିପାରେ ମହଙ୍ଗା, ଏହା ହେଉଛି ୫ ବଡ଼ କାରଣ

ନୂଆଦିଲ୍ଲୀ,୧୬।୧୨: ଡିସେମ୍ବର ୧୫ରେ ହୋଇଥିବା ଏକ ଘୋଷଣା ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛି କହିଲେ ଚଳେ। କାରଣ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ନିଷ୍ପତ୍ତି ନେଇ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦେଇଛି। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତି ମିଳିଛି। ସେ ଜଣେ ଭଲ ଅଲରାଉଣ୍ଡର ହୋଇଥିବା ବେଳେ ନିଜକୁ ଅଧିନାୟକ ଭାବେ ସାବ୍ୟସ୍ତ ମଧ୍ୟ କରିଛନ୍ତି। ହେଲେ ଆଇପିଏଲ୍‌ ୨୦୨୪ ତାଙ୍କୁ ଦାୟିତ୍ୱ ଦେବା ମୁମ୍ବାଇ ପାଇଁ ଅଡୁଆ ସାଜିପାରେ ବୋଲି କୁହାଯାଉଛି। ଆସନ୍ତୁ ଜାଣିବା ଏହାର ୫ ପ୍ରମୁଖ କାରଣ:

-ବାରମ୍ବାର ଆଘାତ ଲାଗୁଥିବା ଖେଳାଳି
ହାର୍ଦ୍ଦିକ ଜଣେ ମ୍ୟାଚ୍‌ ବିଜେତା ଖେଳାଳି ହେଲେ ହେଁ ଲଗାତାର ଭାବେ ଆହତ ହୋଇଥାନ୍ତି। ୨୦୨୩ରେ ମଧ୍ୟ ସେଭଳି ହୋଇଥିଲା। ସେ ମାତ୍ର ୩ ମ୍ୟାଚ୍‌ ଖେଳି ବାଦ୍‌ ପଡ଼ିଥିଲେ। ଏମିତିରେ ତାଙ୍କୁ ଅଧିନାୟକ କରିବା ଛୁରୀ ଧାରରେ ଚାଲିବା ଭଳି ହୋଇପାରେ। ଦଳକୁ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ।

-ଷ୍ଟାଣ୍ଡବାଏ ଅଧିନାୟକ ରଖିବାକୁ ହେବ:
ପାଣ୍ଡ୍ୟାଙ୍କ ଫିଟ୍‌ନେସ୍‌କୁ ଦେଖି ମୁମ୍ବାଇକୁ ଏକ ଷ୍ଟାଣ୍ଡବାଏ ଅଧିନାୟକ ମଧ୍ୟ ରଖିବାକୁ ହେବ। ସେ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଦଳକୁ ସମ୍ଭାଳି ନେବେ। କାରଣ ନିୟମିତ ଅଧିନାୟକ ବାଦ ପଡ଼ିଲେ ଦଳକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ଏଭଳି ସ୍ଥିତିରେ ପଡ଼ିଥିଲେ।

-ଅଲରାଉଣ୍ଡର ଭାବେ ଖେଳିବେ କି?
ପାଣ୍ଡାଙ୍କ ଆହତ ସମସ୍ୟାକୁ ଦେଖି ପ୍ରଥମ ପ୍ରଶ୍ନ ଏହା ଯେ ମୁମ୍ବାଇ ଟିମ୍‌ ତାଙ୍କୁ ଅଲରାଉଣ୍ଡର ଭାବେ ଓହ୍ଲାଇବ କି? ୨୦୨୧ରେ ମୁମ୍ବାଇ ତାଙ୍କୁ ଆହତ ସମସ୍ୟା ଯୋଗୁ ବୋଲିଂ କରି ନ ପାରିବାରୁ ରିଲିଜ କରିଥିଲା। ଏବେ ମଧ୍ୟ ସେଭଳି କିଛି ହୋଇପାରେ। ଯଦି ସେ ୧୦୦% ଫିଟ୍‌ ନୁହନ୍ତି ତେବେ ମୁମ୍ବାଇକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

-ଟିମ୍‌ରେ ଏକତା ରହିବ?
ଅଧିନାୟକ ଭାବେ ରୋହିତଙ୍କ କଥାକୁ ଦଳର ଖେଳାଳି ମାନି ଆସୁଥିଲେ। ସେମାନେ ସର୍ବଦା ଏକ ଟିମ୍‌ ଭାବେ ସର୍ବଶ୍ରେଷ୍ଠ ଦେବାକୁ ଚାହୁଁଥିଲେ। ହେଲେ ପାଣ୍ଡ୍ୟାଙ୍କୁ ନେଇ ସମସ୍ତଙ୍କ ମନରେ ସେଭଳି ଭାବନା ଆସିବ କି? କାରଣ ମୁମ୍ବାଇକୁ ପାଣ୍ଡ୍ୟା ଫେରିବା ନେଇ ଖବର ଆସିବା ପରେ ଜସପ୍ରିତ ବୁମ୍‌ରା ଫ୍ରାଞ୍ଚାଇଜ୍‌କୁ ଅନ୍‌ଫଲୋ କରିଦେଇଛନ୍ତି। ବୁମ୍‌ରା ରାଗରେ ଏଭଳି କରିଥିବା କୁହାଯାଉଛି। କେବଳ ସେ ନୁହନ୍ତି ସୂର୍ଯ୍ୟକୁମାର ଯାଦବ ମଧ୍ୟ ହୃଦୟ ଭାଙ୍ଗିବାର ଇମୋଜି ଦେଇଥିଲେ।

-ମୁମ୍ବାଇରେ ସମର୍ଥନ କମ୍‌ ମିଳିବ?
ଆଇପିଏଲ୍‌ରେ ସବୁଠାରୁ ଲୋକପ୍ରିୟ ଟିମ୍‌ ହେଉଛି ମୁମ୍ବାଇ। ସୋସିଆଲ ମିଡିଆରେ ମଧ୍ୟ ଏହାର ପ୍ରଶଂସକ ଅଧିକ। ହେଲେ ରୋହିତ ହଟିବା ପରେ ଲକ୍ଷାଧିକ ଲୋକ ଏହାର ଆକାଉଣ୍ଟକୁ ଅନଫଲୋ କରିଦେଇଛନ୍ତି। ଏଥିରୁ ସେମାନେ ନିରାଶ ହୋଇଥିବା ସ୍ପଷ୍ଟ ହୋଇଛି। ଏହାର ପ୍ରଭାବ ଆଇପିଏଲ ୨୦୨୪ ସମୟରେ ମୁମ୍ବାଇ ମ୍ୟାଚ୍‌ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେଙ୍ଗାଲୁରୁକୁ ଜିତାଇଲା ଧୋନୀଙ୍କ ଛକା, ଦୀନେଶ କାର୍ତ୍ତିକ କଲେ ବଡ଼ ଖୁଲାସା

ବେଙ୍ଗାଲୁରୁ,୧୯।୫: ଶନିବାର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ବିଜୟ ହାସଲ କରି...

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri