ପଟ୍ଟା ନାହିଁ, ଆକାଉଣ୍ଟକୁ ଛଡାଯାଉନି ଦ୍ୱିତୀୟ କିସ୍ତି

କୁନ୍ଦୁରା,୪ା୧୨(ସନ୍ତୋଷ ପ୍ରହରାଜ): ଗ୍ରାମାଞ୍ଚଳଗୁଡିକରେ ବର୍ତ୍ତମାନ ସୁଦ୍ଧା ଘରବାରି ପଟ୍ଟା ସମସ୍ତଙ୍କୁ ମିଳିନାହିଁ। ଯିଏ ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ଗୃହ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିଥିଲା। ପରେ ହିତାଧିକାରୀ ଗୃହ ନିର୍ମାଣ ଆରମ୍ଭ କରିଛନ୍ତି। ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ବେଳେ ପ୍ରଥମ କିସ୍ତି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇ ତିନି ମାସ ମଧ୍ୟରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଥିଲା। ବର୍ତ୍ତମାନ ହିତାଧିକାରୀ ଅଧା ଘର ନିର୍ମାଣ କରି ଦ୍ବିତୀୟ କିସ୍ତି ଟଙ୍କାକୁ ଅପେକ୍ଷା କରିଥିବା ବେଳେ ପଟ୍ଟା ନ ଥିଲେ ଦ୍ବିତୀୟ କିସ୍ତି ମିଳିବନି ବୋଲି କୁନ୍ଦୁରା ବ୍ଲକରେ ନୂଆ କରି ଯୋଗଦେଇଥିବା ବିଡିଓ କପିଳେଶ୍ବର ତାଣ୍ଡି କହିଛନ୍ତି। ଫଳରେ ଅଧା ଗୃହ ନିର୍ମାଣ କରି ବହୁ ଗରିବ ହିତାଧିକାରୀ ଏବେ ଚିନ୍ତାରେ ପଡିଛନ୍ତି। ପ୍ରଶାସନର ଏତାଦୃଶ ନିଷ୍ପତ୍ତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କୋରାପୁଟ ଜିଲାର କୁନ୍ଦୁରା ବ୍ଲକ ଅସମ୍ପୂର୍ଣ୍ଣ ଗୃହ ନିର୍ମାଣ ତାଲିକାରେ ଜିଲାରେ ପ୍ରଥମ ସ୍ଥାନରେ ରହିଛି। କୁନ୍ଦୁରା ବ୍ଲକ ଅଧୀନରେ ୧୬ଟି ପଞ୍ଚାୟତ ରହିଥିବା ବେଳେ ଗତ ୨୦୧୬ରୁ ବର୍ତ୍ତମାନ ସୁଦ୍ଧା ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ପ୍ରାୟ ୪୦୦ରୁ ଅଧିକା ନିର୍ମାଣ ନ ହୋଇ ପଡ଼ି ରହିଛି। ସେହିଭଳି ୨୦୨୩ରେ ନୂତନ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ୨୨୫୦ ଗୃହରୁ ମାତ୍ର ୨୦୦ ଗୃହ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ଅନ୍ୟପକ୍ଷରେ ବିଡିଓ ତାଣ୍ଡି କହନ୍ତି, ଯେଉଁ ହିତାଧିକାରୀଙ୍କ ପଟ୍ଟା ନାହିଁ ସେମାନଙ୍କ ବିଲ ପଟ୍ଟା ଦାଖଲ କରିବାକୁ ହିତାଧିକାରୀଙ୍କୁ କୁହାଯାଇଛି। ସେମାନେ ଏହା ଦାଖଲ କରିବା ପରେ ସେମାନଙ୍କ ଦ୍ୱିତୀୟ କିସ୍ତି ଅର୍ଥ ଜମାଖାତାରେ ପୈଠ କରାଯିବ। ପଟ୍ଟା ନ ଥାଇ ଜଣେ ବ୍ୟକ୍ତିଙ୍କୁ କିପରି ପ୍ରଶାସନ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଗୃହ ପାଇଁ ଯୋଗ୍ୟ ହିତାଧିକାରୀ ରୂପେ ତାଲିକାଭୁକ୍ତ ହୋଇପାରିଲା ଏବଂ ପଟ୍ଟା ନ ଥିବା ହିତାଧିକାରୀଙ୍କ ବ୍ୟାଙ୍କ ଜମାଖତାକୁ ପ୍ରଶାସନ କିପରି ପ୍ରଥମ କିସ୍ତି ଟଙ୍କା ଛାଡିଲା ତାହା ଏବେ ଆଲୋଚନାର ବିଷୟ ହୋଇଛି। ଏହି କାର୍ଯ୍ୟରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ରୋଜଗାର ସେବକ, କନିଷ୍ଠ ଯନ୍ତ୍ରୀ, ଯୋଗାଣ ସହାୟକ ନିୟୋଜିତ ରହିଥିବା ବେଳେ ଏବେ ସେମାନେ ଆକ୍ରୋଶର ଶିକାର ହେଉଥିବା ଦେଖିବାକୁ ମିଳୁଛି। ୨୦୧୧ ବସତି ବନ୍ଦୋବସ୍ତ ତଥା ସେଟେଲମେଣ୍ଟ ଅନୁସାରେ କୁନ୍ଦୁରା ବ୍ଲକ୍‌ରେ ୫୦ ପ୍ରତିଶତ ଜାଗାର ପଟ୍ଟା ନ ଥିବା ବେଳେ ସରକାରଙ୍କ ନିୟମାନୁଯାୟୀ ତହସିଲଦାରଙ୍କ ଦ୍ୱାରା ପଟ୍ଟା ନ ଥିବା ହିତାଧିକାରୀଙ୍କୁ ଚିହ୍ନଟ କରି ଏହା ପ୍ରଦାନ କରିବା ପାଇଁ ନିୟମ ରହିଛି। ଏହି ନିୟମକୁ ଉପଯୋଗ ନ କରି ପ୍ରଶାସନ ଗରିବ ହିତାଧିକାରୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି। କୁନ୍ଦୁରା ବ୍ଲକରେ ଗତ ୨ ବର୍ଷ ମଧ୍ୟରେ ୪ ଜଣ ବିଡିଓଙ୍କ ବଦଳି ହେବାଓ ସମସ୍ତ ଅଧିକାରୀଙ୍କ ଭିନ୍ନ ଭିନ୍ନ ମତ ଯୋଗୁ ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଗୃହ ନିର୍ମାଣରେ ବିଳମ୍ବ ହେଉଥିବା ଆଲୋଚନାହେଉଛି। ଏଥିପ୍ରତି ଜିଲା ପ୍ରଶାସନ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବା ଲାଗି ସାଧାରରରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri