Posted inଫୁରସତ

ଟ୍ୟୁଶନରୁ ହୋଇଥିଲା ମୋ ପ୍ରଥମ ରୋଜଗାର: ଲେଖିକା ଡା. ସୁରଭି ଭଟ୍ଟ

ପୁରୀରେ ନିଜ ଘର। ପୁରୀ ପୋଲିସ୍‌ ହାଇସ୍କୁଲ୍‌ରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଏସ୍‌.ସି.ଏସ୍‌ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଲି। ଏହି ସମୟରେ ମୁଁ ୫ଟି ପିଲାଙ୍କୁ ଟ୍ୟୁଶନ କରିବା ଆରମ୍ଭ କଲି କେବଳ ନିଜର ପଢା ଅଭ୍ୟାସକୁ ଜାରି ରଖିବାକୁ। ମାସେ ପରେ ସେମାନଙ୍କ ଅଭିଭାବକମାନେ ଟ୍ୟୁଶନ ଫି ବାଦଦେ ଜଣକୁ ୨୦୦ ଟଙ୍କା ହିସାବରେ ମୋତେ ୧୦୦୦ଟଙ୍କା ଦେଲେ। ମାସକର ପରିଶ୍ରମର ଫଳ ଏହି ୧୦୦୦ଟଙ୍କାଟି ମୋତେ ସେଦିନ ଅପୂର୍ବ ଆନନ୍ଦ ଦେଇଥିଲା। ଘରକୁ ଯାଇ ପ୍ରଥମେ ୫୦୦ଟଙ୍କା ବୀରଗୋବିନ୍ଦପୁର ମା’ ଦକ୍ଷିଣକାଳୀଙ୍କ ଉଦ୍ଦେଶ୍ୟରେ ଠାକୁର ଘରେ ରଖି ବାକି ୫୦୦ଟଙ୍କାକୁ ବାପାଙ୍କ ହାତରେ ଦେଇ କହିଥିଲି, ‘ବାପା ଆଜିଯାଏଁ ଆପଣ ମୋତେ ସବୁକିଛି ଦେଇଛନ୍ତି, ଏଇଟା ମୋ ଜୀବନର ପ୍ରଥମ ରୋଜଗାର, ୟାକୁ ଆପଣଙ୍କର ଯେମିତି ଇଚ୍ଛା ସେମିତି ଖର୍ଚ୍ଚ କରିବେ।’ ବାପା ମନା କରୁଥିଲେ, କିନ୍ତୁ ମୋ ଖୁସି ଦେଖି ବାଧ୍ୟ ହୋଇ ରଖିଲେ। ଆଉ ପରେ ସେହି ଟଙ୍କାରେ ଆମ ସମସ୍ତଙ୍କ ପାଇଁ ସେ ମିଠା କିଣି ନେଇଆସିଥିଲେ। ତେବେ ଏହି ଟ୍ୟୁଶନ ମୁଁ ଯୁକ୍ତ ଦୁଇ ପଢା ସରିବା ପର୍ଯ୍ୟନ୍ତ କଲି, ତା’ପରେ ବ୍ରହ୍ମପୁର ଯାଇ ହୋମିଓପାଥି ପଢିଲି। ହୋମିଓପାଥି ପଢା ସରିବା ପରେ ପୁରୀର ଜଣେ ପ୍ରଖ୍ୟାତ ହୋମିଓପାଥି ଡାକ୍ତର ଅଶୋକ ମହାପାତ୍ରଙ୍କ ତତ୍ତ୍ୱାବଧାନରେ କିଛି ଦିନ ପ୍ରାକ୍ଟିସ୍‌ କଲି। ତା’ପରେ ମୋର ବାହାଘର ହୋଇଗଲା। ଶାଶୁଘର ଖୋର୍ଦ୍ଧାରେ ଥିଲା। ଶ୍ୱଶୁରଙ୍କ ଦେହ ଭଲ ରହୁ ନଥିବାରୁ ଚାକିରିର ଅଫର୍‌ ଆସିଲେ ବି ମୁଁ ଚାକିରି କରିବାକୁ ଗଲି ନାହିଁ। ଏହାଦେଖି ଶ୍ୱଶୁର ଘରେ ମୋ ପାଇଁ ଏକ ହୋମିଓପାଥି କ୍ଲିନିକ୍‌ ଖୋଲିଦେଲେ ଆଉ ତା’ର ସବୁ ଦାୟିତ୍ୱ ମୋତେ ଦେଇଦେଲେ। ତା’ସହିତ ଶ୍ୱଶୁର ମୋତେ ଗୋଟେ କଥା କହିଥିଲେ, ‘ମାସେ ପର୍ଯ୍ୟନ୍ତ ମାଗଣାରେ ରୋଗୀ ଚିକିତ୍ସା କରିବୁ। ଗରିବଗୁରୁବା ତଥା ଅପରିଷ୍କାର ହୋଇ ଆସୁଥିବା ରୋଗୀଙ୍କୁ ତୁ ଯଦି ଷ୍ଟେଥୋ ପକାଇ ସେମାନଙ୍କର ଚିକିତ୍ସା ଭଲ ଭାବରେ କରିପାରିବୁ, ତା’ହେଲେ ତୁ ଜଣେ ଭଲ ଡାକ୍ତରାଣୀ ହୋଇପାରିବୁ ବୋଲି ମୁଁ ଜାଣିବି’। ଶ୍ୱଶୁରଙ୍କ କଥାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରି ତାଙ୍କ କଥାକୁ ଯଥେଷ୍ଟ ସମ୍ମାନ ଦେଇଥିବାରୁ ସେ ମୋ ଉପରେ ବହୁତ ଖୁସି ହୋଇଥିଲେ ଆଉ ମୋର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୋତେ ଅନେକ ଆର୍ଶୀବାଦ ବି କରିଥିଲେ। ତାଙ୍କରି ଆର୍ଶୀବାଦ ଯୋଗୁ ଖୁବ୍‌ କମ୍‌ ଦିନରେ ଆଖପାଖ ଅଞ୍ଚଳରେ ମୋର ବେଶ୍‌ ପରିଚିତି ବଢିଗଲା। କ୍ରମେ ମୋ ପାଖକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ବଢିବାକୁ ଲାଗିବାରୁ ପରେ ଘରେ ଥିବା ଏହି କ୍ଲିନିକ୍‌କୁ ଆମେ ଖୋର୍ଦ୍ଧା ପିତାପାଲ୍ଲୀକୁ ନେଇଯାଇଥିଲୁ; ଯେଉଁଠାରେ ପ୍ରତିଦିନ ମୁଁ ଖୁସିରେ ରୋଗୀସେବା କରୁଛି। ଏ ତ ଥିଲା ମୋ କର୍ମମୟ ଜୀବନ କଥା। ଏହାବାଦ୍‌ ଗପ, କବିତା, କାବ୍ୟ, ଗୀତି କବିତା ଲେଖିବାରେ ବି ମୋର ବିଶେଷ ରୁଚି ରହିଛି। ଏ କ୍ଷେତ୍ରରେ ବଡ଼ ଭାଇ ସଞ୍ଜୟ ଭଟ୍ଟ ହେଉଛନ୍ତି ମୋର ପ୍ରେରଣା। ସେ ମୋର ଲେଖାକୁ ପତ୍ରପତ୍ରିକାରେ ପ୍ରକାଶ କରିବାରେ ଅନେକ ସାହାଯ୍ୟ କରିଥିଲେ। ଗପ, କବିତା ବ୍ୟତିତ ମୁଁ ଅନେକ ଭଜନ, ଆଧୁନିକ ଗୀତ ବି ଲେଖିଛି। ମୋ ଲିଖିତ ଅନେକ ଗୀତକୁ ଓଡ଼ିଶାର ବହୁ ଲୋକପ୍ରିୟ କଣ୍ଠଶିଳ୍ପୀମାନେ ବି ଗାଇଛନ୍ତି; ଯାହାକୁ ଶ୍ରୋତା ବି ଖୁବ୍‌ ପ୍ରଶଂସା କରିଛନ୍ତି। ଯେମିତିକି: ତ୍ରାହି ମାମ୍‌…କୁ ଚରଣ ମହାନ୍ତି, କାହୁଁ ବଇଁଶୀ ବଜାଏ ଲୋ…କୁ ଅସୀମା ପଣ୍ଡା, ଲେଖୁଛି ଚିଠିରେ କିଛି କଥା ସ୍ମୃତି ଧାରେ… ହ୍ୟୁମାନ ସାଗର, ମନକଥା ଥରେ କହି ଦେଲା ପରେ…ସ୍ବୟଂ ପାଢୀ ଇତ୍ୟାଦି ଅନ୍ୟତମ। ତା’ଛଡ଼ା ମୋ ଲିଖିତ ‘କାହୁଁ ବଇଁଶୀ ବଜାଏ ଲୋ’ ଗୀତକୁ ଗାନ୍ଧର୍ବ କଳା ପରିଷଦ ତରଫରୁ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇଥିବାରୁ ଏହା ମୋ ପାଇଁ ଏକ ଗର୍ବର କଥା। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri