କ୍ୟାନସର୍‌ ଭଲ ହେବା ପାଇଁ ମହିଳାଙ୍କ ଶରୀରରେ ଡାକ୍ତର ଲଗାଇଲେ ସିମେଣ୍ଟ-ଲେମ୍ବୁ ମିଶ୍ରଣ,ଆଉ ତା’ପରେ…

ବେଜିଂ,୨।୧୧: ଚାଇନାରେ ଠକେଇର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସ୍ବଘୋଷିତ ଟ୍ୟୁମର ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅନୁସନ୍ଧାନ ଚାଲିଛି। ଏହି ଠକେଇରେ ଜଣେ ମହିଳା ମଧ୍ୟ ଜୀବନ ହରାଇଛନ୍ତି। ଏଠାରେ ଜଣେ ମହିଳା କ୍ୟାନସର୍‌ ରୋଗରେ ଆକ୍ରାନ୍ତ ମା’ଙ୍କୁ ଚିକିତ୍ସା ପାଇଁ ୨୦୦,୦୦୦ ୟୁଆନ (ପ୍ରାୟ ୨୨.୭୬ ଲକ୍ଷ ଟଙ୍କା) ନେଇ କିପରି ପ୍ରତାରଣା କରାଯାଇଥିଲା ତାହା ପ୍ରକାଶ କରିଥିଲେ।
ସାଉଥ ଚାଇନା ମର୍ନିଂ ପୋଷ୍ଟ (ଏସସିଏମ୍‌ପି) ଅନୁଯାୟୀ, ୱାଙ୍ଗ ନାମକ ଜଣେ ମହିଳା ୨୦୨୧ ଶେଷରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ମାଙ୍କର ସ୍ତନ କର୍କଟ ହୋଇଛି। ରୋଗ ନିର୍ଣ୍ଣୟ ପରେ ଖୁବ ଶୀଘ୍ର ଉଭୟ ମହିଳା ୱୁହାନରେ ଚାଇନାର ଏକ ପାରମ୍ପରିକ ଔଷଧ ଦେଉଥିବା ଡାକ୍ତରଙ୍କ ସହିତ ପରିଚିତ ହୋଇଥିଲେ। ଓ୍ବାଙ୍ଗ ଡୋଙ୍ଗୁସାନବାଓ ଟ୍ୟୁମର ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ୟୁ ନାମକ ଡାକ୍ତରଙ୍କୁ ଭେଟିବାକୁ ଯାଇଥିଲେ, ଯେଉଁଠାରେ ୟୁ ସେମାନଙ୍କୁ କହିଥିଲେ ଯେ ସେ ଏକ ଔଷଧ ଉଦ୍ଭାବନ କରିଛନ୍ତି ଯାହା କ୍ୟାନସର୍‌ ରୋଗକୁ ଦୂର କରିପାରିବ।
ୱାଙ୍ଗଙ୍କ ଅନୁଯାୟୀ, ୟୁ କ୍ୟାନ୍‌ସର ଚିକିତ୍ସା ପାଇଁ ବିଶ୍ୱସନୀୟ ପେଟେଣ୍ଟ ଡକ୍ୟୁମେଣ୍ଟ ଏବଂ ସମ୍ମାନଜନକ ପୁରସ୍କାର ପ୍ରମାଣପତ୍ର ଦେଖାଇ ଉଭୟ ମହିଳାଙ୍କୁ ମନାଇବା ପାଇଁ ବହୁତ ଚେଷ୍ଟା କରିଥିଲେ। ଏହା ପରେ ୱାଙ୍ଗଙ୍କ ମା’ ତୁରନ୍ତ ୨୦,୦୦୦ ୟୁଆନ (ପ୍ରାୟ ୨,୩୦,୦୦୦ ଟଙ୍କା) ମୂଲ୍ୟରେ ଔଷଧ ନେଇଥିଲେ। ୱାଙ୍ଗ କହିଛନ୍ତି, ଏକ ବର୍ଷ ମଧ୍ୟରେ ସେ ଏବଂ ତାଙ୍କ ମା’ ଉତ୍ତର-ପୂର୍ବ ଲିଆଓନିଂ ପ୍ରଦେଶରେ ଥିବା ନିଜ ଘରୁ ୬ଥର ୱୁହାନ ଯାତ୍ରା କରିଥିଲେ। ଏହି ଯାତ୍ରା ପାଇଁ ୨୦୦,୦୦୦ ୟୁଆନରୁ ଅଧିକ ଖର୍ଚ୍ଚ କରିଥିଲି।
ୱାଙ୍ଗ ଆହୁରି କହିଛନ୍ତି, ତାଙ୍କ ମା’ଙ୍କୁ ଏହି ଔଷଧ ଦେବା ବ୍ୟତୀତ ୟୁ ତାଙ୍କ ରକ୍ତସ୍ରାବ ବନ୍ଦ କରିବା ପାଇଁ ତାଙ୍କ ସ୍ତନରେ ଅନେକଗୁଡ଼ିଏ ଇଞ୍ଜେକ୍ସନ ମଧ୍ୟ ଦେଇଥିଲେ। ୟୁ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବରେ ମହିଳାଙ୍କୁ ସିମେଣ୍ଟ ଏବଂ ଲେମ୍ବୁର ମିଶ୍ରଣକୁ ତାଙ୍କ ବାହୁ ତଳେ ଥିବା ଚର୍ମରେ ଲଗାଇବାକୁ କହିଥିଲେ ଏବଂ ଏହା କ୍ୟାନ୍‌ସର ରୋଗର ଅଂଶକୁ ସଙ୍କୁଚିତ କରିବାରେ ସାହାଯ୍ୟ କରିବ ବୋଲି କହିଥିଲେ। ମୋ ମା’ ତାଙ୍କ ନିର୍ଦ୍ଦେଶକୁ ଅନୁସରଣ କଲେ କିନ୍ତୁ ଦୁଇମାସ ଏହା କରିବା ପରେ ତାର ଚର୍ମ ଜଳିଗଲା।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri