Posted inଜାତୀୟ

ରାଜସ୍ଥାନ ବିଧାନସଭା ନିର୍ବାଚନ: ନେତାଙ୍କ ପୁଅ, ଝିଅ, ବୋହୂ, ନାତୁଣୀଙ୍କୁ ମିଳିଲାଣି ୨୯ ଟିକେଟ୍‌

ଜୟପୁର,୩୦ା୧୦: ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ବର୍ତ୍ତମାନ ସୁଦ୍ଧା ବିଭିନ୍ନ ନେତାଙ୍କ ୨୯ଜଣ ସମ୍ପର୍କୀୟଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍‌ ଦେଇଛନ୍ତି।

୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭାଜପା ବର୍ତ୍ତମାନ ପର୍ଯ୍ୟନ୍ତ ୧୨୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ କଂଗ୍ରେସ ୯୫ଜଣଙ୍କୁ ପ୍ରାର୍ଥୀ କରିଛି। ଦଳରେ କୌଣସି ପ୍ରକାର ବିଦ୍ରୋହକୁ ଏଡ଼ାଇବା ପାଇଁ ଦୁଇ ପ୍ରମୁଖ ଦଳ ଭାବିଚିନ୍ତି ପ୍ରାର୍ଥୀ ଚୟନ କରୁଛନ୍ତି।

ଭାଜପାର ୧୨୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ଜଣ ବିଭିନ୍ନ ପ୍ରମୁଖ ରାଜନେତାଙ୍କ ପରିବାରର ସଦସ୍ୟ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନେତାଙ୍କ ପୁଅ, ଝିଅ, ବୋହୂ ଏବଂ ନାତୁଣୀ। ଦିବଂଗତ ଏମ୍‌ପି ସନଓ୍ବର ଲାଲ୍‌ ଜାଟ୍‌ଙ୍କ ପୁଅ ରାମସ୍ବରୂପ ଲାମ୍ବାଙ୍କୁ ନାସିରାବାଦ ଆସନରୁ ଲଢ଼ିବା ପାଇଁ ଭାଜପା ଟିକେଟ ଦେଇଛି। ସେହିପରି ଦିବଂଗତ ପୂର୍ବତନ ମନ୍ତ୍ରୀ ଦିଗମ୍ବର ସିଂଙ୍କ ପୁଆ ଶୈଳେଶ ସିଂଙ୍କୁ ଦିଗ୍‌-କୁମ୍ଭେର ଆସନରୁ ପ୍ରାର୍ଥୀ କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଗୁର୍ଜର ନେତା କିରୋଡି ସିଂ ବୈଂସଲାଙ୍କ ପୁଅ ବିଜୟ, ଗାୟତ୍ରୀ ଦେବୀଙ୍କ ନାତୁଣୀ ଦିୟା କୁମାରୀ, ପୂର୍ବତନ ଏମ୍‌ପି କର୍ନି ସିଂଙ୍କ ନାତୁଣୀ ସିଦ୍ଧି କୁମାରୀ, ପୂର୍ବତନ ବିଧାୟକ ହରଲାଲ୍‌ ସିଂ ଖରାଙ୍କ ପୁଅ ଝାବର ସିଂ ଖରା, ପୂର୍ବତନ ବିଧାୟକ ଧର୍ମପାଲ ଚୌଧରୀଙ୍କ ପୁଅ ମନଜିତ୍‌ ଚୌଧରୀ, ପୂର୍ବତନ ଏମ୍‌ପି ନାଥୁରାମ ମିର୍ଧାଙ୍କ ନାତୁଣୀ ଜ୍ୟୋତି ମିର୍ଧା, ପୂର୍ବତନ ବିଧାୟକ ଗୌତମଲାଲ୍‌ ମୀନାଙ୍କ ପୁଅ କହ୍ନେୟା, ପୂର୍ବତନ ମନ୍ତ୍ରୀ କିରନ ମାହେଶ୍ୱରୀଙ୍କ ଝିଅ ଦୀପ୍ତି ଏବଂ ପୂର୍ବତନ ବିଧାୟକ ଶ୍ରୀରାମ ଭିଞ୍ଚରଙ୍କ ବୋହୂ ସୁମିତାଙ୍କୁ ଟିକେଟ୍‌ ମିଳିଛି।

ସେହିପରି କଂଗ୍ରେସ ୯୫ ପ୍ରାର୍ଥୀଙ୍କ ମଧ୍ୟରେ ରାଜନୈତିକ ପରିବାରର ୧୮ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ବିରୋଧୀ ଦଳ ନେତା ରାମେଶ୍ୱର ଦୁଦିଙ୍କ ସ୍ତ୍ରୀ ସୁଶୀଲା ଦୁଦି, ପୂର୍ବତନ ବିଧାୟକ ଭଓଁରଲାଲ୍‌ ଶର୍ମାଙ୍କ ପୁଅ ଅନିଲ ଶର୍ମା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିଶରାମ ଓଲାଙ୍କ ପୁଅ ବ୍ରିଜେନ୍ଦ୍ର, ବିଧାୟିକା ସାଫିଆ ଖାନ୍‌ଙ୍କ ସ୍ବାମୀ ଜୁବେର ପ୍ରମୁଖ।

୨୦୧୮ରେ ଭାଜପା ୭୮ ଆସନ ଜିତିଥିବା ବେଳେ କଂଗ୍ରେସ ୯୬ ଆସନରେ ବିଜୟୀ ହୋଇଥିଲା। ଅନ୍ୟ ଦଳର ବିଧାୟକ ଏବଂ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ କଂଗ୍ରେସ ସରକାର ଗଢ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri