ଗାଜାକୁ ସମ୍ପୂର୍ଣ୍ଣ ଅବରୋଧ କରିବ ଇସ୍ରାଏଲ୍‌

ଜେରୁଜେଲମ୍‌,୧୦ା୧୦: ପାଲେଷ୍ଟାଇନ୍‌ର ହମାସ୍‌ ବିଦ୍ରୋହୀ ଏବଂ ଇସ୍ରାଏଲ୍‌ ସେନା ମଧ୍ୟରେ ସୋମବାର ତୃତୀୟ ଦିନ ପାଇଁ ଘମାଘୋଟ ଲଢ଼େଇ ଲାଗିରହିଥିବାବେଳେ ଗାଜା ଷ୍ଟ୍ରିପ୍‌କୁ ସମ୍ପୂର୍ଣ୍ଣ ଅବରୋଧ କରିବା ଲାଗି ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୩ ଲକ୍ଷ ଲୋକ ବସବାସ କରୁଥିବା ଉକ୍ତ ଅଞ୍ଚଳକୁ ବିଦ୍ୟୁତ୍‌, ପାଣି, ଖାଦ୍ୟ ଓ ଗ୍ୟାସ୍‌ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଗାଲାଣ୍ଟ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ପାଲେଷ୍ଟାଇନ୍‌ର ଉକ୍ତ ଅଞ୍ଚଳରେ ଇସ୍ରାଏଲ୍‌ ସେନା ଆକାଶ ମାର୍ଗରୁ ବୋମା ମାଡ଼ ଜାରି ରଖିଛି।
ହମାସ୍‌ ଆତଙ୍କବାଦୀମାନେ ଶନିବାର ସୀମା ଅତିକ୍ରମ କରି ଦକ୍ଷିଣ ଇସ୍ରାଏଲ୍‌ ଉପରେ ରକେଟ ମାଡ଼ କରିବା ସହ ଆକ୍ରମଣ ଚଳାଇଥିବାବେଳେ ଏହାର ଜବାବରେ ଇଜିପ୍ଟ ଯୁଦ୍ଧ ଘୋଷଣା କରିଥିଲା। ଇତିମଧ୍ୟରେ ଉଭୟ ପକ୍ଷରୁ ପାଖାପାଖି ୧,୩୬୦ ଲୋକ ପ୍ରାଣ ହରାଇଲେଣି। ହମାସ୍‌ ଆକ୍ରମଣରେ ୪୪ ସୈନ୍ୟଙ୍କ ସମେତ ୮୦୦ରୁ ଊର୍ଦ୍ଧ୍ୱ ଇସ୍ରାଏଲୀ ପ୍ରାଣ ହରାଇଥିବାବେଳେ ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ ସେନାର ଜବାବୀ ଆକ୍ରମଣରେ ୫୬୦ରୁ ଅଧିକ ନିହତ ହେଲେଣି। ହମାସ୍‌ର ବନ୍ଧୁକଧାରୀମାନେ କିବୁଜ୍‌ ରେଇମ୍‌ ନିକଟରେ ଚାଲିଥିବା ଏକ ସଙ୍ଗୀତ ଉତ୍ସବରେ ପ୍ରବେଶ କରି ଆକ୍ରମଣ କରିବାରୁ ୨୫୦ ଲୋକଙ୍କ ମୃତ୍ୟୁ ଘଟିଛି। ହମାସ୍‌ ପକ୍ଷରୁ ରକେଟ ମାଡ଼ ଜାରି ରହିଥିବାବେଳେ ସେମାନେ ଅନୂ୍ୟନ ୧୦୦ ଜଣଙ୍କୁ ବନ୍ଦୀକରି ରଖିଛନ୍ତି। ଗାଜାକୁ ଅବରୋଧ ପାଇଁ ଇସ୍ରାଏଲ୍‌ ଏହାର ସେନାକୁ ନିର୍ଦ୍ଦେଶ ଦେଇଥିବାରୁ ସେଠାକୁ ବାହାରୁ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ଆସିପାରିବ ନାହିଁ। ସେଠାରୁ ବାହାରକୁ ମଧ୍ୟ କେହି ଯାଇପାରିବେ ନାହିଁ। ଜାହାଜ ଓ ବିମାନ ଚଳାଚଳଠାରୁ ଆରମ୍ଭ କରି ସମସ୍ତ ରାସ୍ତାଘାଟକୁ ବନ୍ଦ କରିଦିଆଯିବ।
ଗାଜାରୁ ହମାସ୍‌ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରି ଇସ୍ରାଏଲ୍‌ ଦକ୍ଷିଣ ଭାଗର କେତେକ ଅଞ୍ଚଳ ଦଖଲ କରିଥିବାବେଳେ ଇସ୍ରାଏଲୀ ସେନା ଉକ୍ତ ଅଞ୍ଚଳଗୁଡ଼ିକୁ ପୁଣିଥରେ ନିଜ ନିୟନ୍ତ୍ରଣକୁ ନେଇଥିବା ସୋମବାର ଦାବି କରିଛି। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ହମାସ୍‌ ଆତଙ୍କବାଦୀ ସଂଗଠନ ବିରୋଧରେ ଯୁଦ୍ଧ ଘୋଷଣା କରିଥିବାବେଳେ ସେମାନଙ୍କ ଆଡ୍ଡାସ୍ଥଳକୁ ସମ୍ପୂର୍ଣ୍ଣ ଧୂଳିସାତ୍‌ କରିଦେବାକୁ ସଂକଳ୍ପ କରିଛନ୍ତି। ଯୁଦ୍ଧ ତୃତୀୟ ଦିନରେ ପହଞ୍ଚତ୍ଥିବାବେଳେ ଇସ୍ରାଏଲୀ ସେନାର ବୋମାମାଡ଼ ଯୋଗୁ ଗାଜା ଷ୍ଟ୍ରିପ୍‌ରୁ ୧,୨୩,୦୦୦ ଲୋକ ଘରଦ୍ୱାର ଛାଡ଼ି ପଳାଇଗଲେଣି। ୧୫୯ଟି ଘର ଭାଙ୍ଗିଥବାବେଳେ ୧,୨୧୦ ଘର ସମ୍ପୂର୍ଣ୍ଣ ଧୂଳିସାତ୍‌ ହୋଇଯାଇଛି।
ଇସ୍ରାଏଲ୍‌ ଓ ପାଲେଷ୍ଟାଇନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ତୁର୍କୀ ରାଷ୍ଟ୍ରପତି ରେସିପ ତାୟିପ୍‌ ଏର୍ଡୋଗାନ ଏବଂ ଲେବାନନ ପ୍ରଧାନମନ୍ତ୍ରୀ ନଜିବ ମିକାଟି ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି। ଯୁଦ୍ଧ ବନ୍ଦ ଲାଗି ଉଦ୍ୟମ ଜାରି ରଖିବେ ବୋଲି ଏର୍ଡୋଗାନ କହିଛନ୍ତି। ଇସ୍ରାଏଲ୍‌ ଆକ୍ରମଣରେ ଲେବାନନ୍‌ର ଜଣେ ହେଜବୋଲ୍ଲା ସଦସ୍ୟ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ହେଜବୋଲ୍ଲା ସଦସ୍ୟମାନେ ଇସ୍ରାଏଲ୍‌ରେ ଅନୁପ୍ରବେଶ ଉଦ୍ୟମ କରିଥିଲେ ବୋଲି ଜେରୁଜେଲମ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ହମାସ ବିଦ୍ରୋହୀମାନେ ଜଣେ ଚାଇନିଜ୍‌-ଇସ୍ରାଏଲୀ ମହିଳାଙ୍କୁ ଅପହରଣ କରିନେଇ ବନ୍ଦୀ ରଖିଥିବା ତେଲ୍‌ ଆଭିଭ୍‌ସ୍ଥିତ ଚାଇନା ଦୂତାବାସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri