ନାବାଳିକା ବଧୂଙ୍କୁ ମାରିଦେଲେ ଶାଶୁଘର ଲୋକେ! ସ୍ବାମୀ-ଶ୍ୱଶୁର ଅଟକ

ନନ୍ଦପୁର, ୧୧/୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖିର୍ଜୀ ପଞ୍ଚାୟତର ନନ୍ଦୀଗାଁ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକା ବଧୂର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଶାଶୁ ଘର ଲୋକେ ବୋହୂ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା କହୁଥିବାବେଳେ ଝିଅର ବାପ ଘର ଲୋକେ ଝିଅକୁ ଯୌତୁକଜନିତ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରି ନନ୍ଦପୁର ଥାନାରେ ଏତଲା ଦେଇଥିଲେ।

ନନ୍ଦପୁର ପୋଲିସ ଏସଡିପିଓ ଦେବେନ୍ଦ୍ର ମାଲିକ, ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ମାଧବ ପାଙ୍ଗି, ସୁଶୀଳା ଖରାଙ୍କ ନେତୃତ୍ୱଧୀନ କୋରାପୁଟ ପୋଲିସର ବୈଷୟିକ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛନ୍ତି। ଧାରା ୮୫, ୧୦୩ (୧), ୮୦(୨) ୩(୫) ବିଏନଏସ ଓ ଆରଡବ୍ଲୁ ସେକ୍ସନ ୪ ଡିପି ନନ୍ଦପୁର ଥାନା କେସ ନ ୬୬/୨୦୨୬ ପ୍ରକାରେ ମାମଲା ରୁଜୁ କରାଯାଇଛି। ମୃତକ ନାବାଳିକାଙ୍କ ସ୍ବାମୀ ଶାଶୁ ଶ୍ୱଶୁରଙ୍କୁ ଅଟକ ରଖି ଥାନାଧିକାରୀ ତ୍ରିନାଥ ତୋଟାପାଡିଆ ତଦନ୍ତ କରୁଥିବା ଏସଡିପିଓ ଦେବେନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ନନ୍ଦିଗାଁ ଗ୍ରାମର ମନୋଜ ଚମ୍ପି (୨୦) ବର୍ଷକ ତଳେ ବାଲଡ଼ା ଗ୍ରାମର ୧୬ ବର୍ଷୀୟ ନାବାଳିକା ଝିଅ (ଈଶ୍ୱରୀ)ଙ୍କୁ ଭଲ ପାଉଥିବା ଓ ବିବାହ କରିବାକୁ କହି ଉଦୁଲିଆ ନେଇ ଯାଇଥିଲେ। ପରିବାର ଲୋକେ ସେତେବେଳେ ଝିଅର ଇଚ୍ଛାକୁ ସମ୍ମାନ ଦେଇ ନୀରବ ରହିଥିଲେ। କିନ୍ତୁ କିଛିଦିନ ପରେ ଝିଅ ଯୌତୁକ ବାବଦକୁ କିଛି ଆଣି ନ ଥିବାରୁ ଶାଶୁ ଘର ଲୋକେ ନିର୍ଯାତନା ଦେଉଥିବା ଓ ଝିଅକୁ ମାରି ଆତ୍ମହତ୍ୟାର ରୂପ ଦେଉଥିବା ପରିବାର ଲୋକେ ଏତଲାରେ ଉଲ୍ଲେଖ କରିଥିଲେ। ଯାହା ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୈଷୟିକ ଦଳ ଓ ତଦନ୍ତ କରୁଥିବା ନନ୍ଦପୁର ପୋଲିସ ଦଳ ତଦନ୍ତ କରୁଛି।
ସ୍ବାମୀ ମନୋଜ ଚମ୍ପୀ, ଶାଶୁ ଜମ୍ବୁବତୀ ଚମ୍ପୀ ଓ ଶ୍ୱଶୁର କୁଶ ଚମ୍ପୀ ତିନିଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ତଦନ୍ତରେ ନନ୍ଦପୁର ଥାନାଧିକାରୀଙ୍କୁ ଏସଆଇ ବେଦୋବର୍‌ ସାହୁ, ଏସଆଇ ଜ୍ୟୋର୍ତିମୟୀ ଶବର, ଏଏସଆଇ ଗୁପ୍ତେଶ୍ୱର ଗୌଡ ପ୍ରମୁଖ ସହଯୋଗ କରୁଥିବା ଏସଡିପିଓ ମଲ୍ଲିକ ସୂଚନା ଦେଇଛନ୍ତି।

ଅନ୍ୟପଟେ ରାଜ୍ୟ ଓ କେନ୍ଦ୍ର ସରକାର ବାଲ୍ୟବିବାହ ରୋକିବାକୁ ଏକାଧିକ ଯୋଜନା, ବ୍ଲକ ଓ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ, ସଚେତନାବର୍ତ୍ତୀ କାର୍ଯ୍ୟକ୍ରମ, ଧାରା ଓ ଆଇନ ପ୍ରଣୟନ କରିଥିବା ବେଳେ ଜଣେ ୧୬ ବର୍ଷୀୟ ନାବାଳିକା ଝିଅ କିଭଳି ବିବାହ କରିଥିଲେ ଓ ଯୌତୁକ ଜନିତ ର୍ନିଯାତନାର ଶିକାର ହେଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri