Posted inଖେଳ

ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌: ବଜରଙ୍ଗ ଶ୍ରେଷ୍ଠ ଭାରତୀୟ

୨୦୧୮ରୁ ଆରମ୍ଭ ହୋଇଥିଲା ଭାରତୀୟ ରେସ୍‌ଲିଂର ସ୍ବର୍ଣ୍ଣିମ ଯୁଗ। ବଜରଙ୍ଗ ପୁନିଆ ରୌପ୍ୟ ପଦକ ବିଜୟୀ ହୋଇ ଇତିହାସ ରଚିଥିଲେ। ପ୍ରଥମ ଭାରତୀୟ ରେସ୍‌ଲର ଭାବରେ ବଜରଙ୍ଗ ବିଶ୍ୱ ଚାମ୍ପିୟନଶିପରେ ଦୁଇଟି ପଦକ ହାସଲ କରିଥିଲେ। ପରବର୍ଷ ଅର୍ଥାତ୍‌ ୨୦୧୯ରେ ଭାରତ ଜିତିଥିଲା ୫ ପଦକ….

ସର୍ବିୟାର ବେଲ୍‌ଗ୍ରେଡଠାରେ ନିକଟରେ ସମାପ୍ତ ହୋଇଛି ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌। ବିଶ୍ୱ କୁସ୍ତି ମହାସଂଘ (ୟୁଡବ୍ଲ୍ୟୁଏଲ୍‌) ଦ୍ୱାରା ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ) ବାସନ୍ଦ ଥିବାରୁ ଭାରତୀୟ କୁସ୍ତିଯୋଦ୍ଧାମାନେ ନ୍ୟୁଟ୍ରାଲ ଆଥଲେଟ ଭାବରେ ଲଢେଇ କରିଥିଲେ। ଭାରତୀୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲେ ମଧ୍ୟ ଆଶାର କିରଣ ଭାବରେ ଉଭା ହୋଇଥିଲେ ଅନ୍ତିମ ପଙ୍ଘାଲ। ୧୯ ବର୍ଷୀୟ ଅନ୍ତିମ ପୂର୍ବତନ ବିଶ୍ୱ ଚାମ୍ପିୟନଙ୍କୁ ପରାସ୍ତ କରିଥିବା ବେଳେ ଏକମାତ୍ର ଭାରତୀୟ ଖେଳାଳି ଭାବରେ ବ୍ରୋଞ୍ଜ ପଦକ ଜିତି ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। କିଛି ମାସ ପୂର୍ବରୁ ଭିନେଶ ଫୋଗଟଙ୍କ ସିଲେକ୍ସନକୁ ଚ୍ୟାଲେଞ୍ଜ କରିଥିବା ଅନ୍ତିମ ବର୍ତ୍ତମାନ ଭାରତୀୟ ରେସ୍‌ଲିଂରେ ନୂତନ ସମ୍ଭାବନା ସୃଷ୍ଟି କରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ରେ ଏହା ଭାରତର ୨୩ ତମ ପଦକ। ଷଷ୍ଠ ମହିଳା ଖେଳାଳି ଭାବରେ ଅନ୍ତିମ ବିଶ୍ୱ ଚାମ୍ପିୟନଶିପରେ ପଦକ ହାସଲ କରିଥିଲେ। ୧୭ ଜଣ ପୁରୁଷ ଏହି ତାଲିକାରେ ସାମିଲ ଅଛନ୍ତି। ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତା ବଜରଙ୍ଗ ପୁନିଆ ସଫଳତମ ଭାରତୀୟ ଆଥଲେଟ ଭାବରେ ସର୍ବାଧିକ ୪ଟି ପଦକ ଜିତିଛନ୍ତି। ପଦକ ବିଜେତା ସମସ୍ତ ଭାରତୀୟ ଆଥଲେଟଙ୍କ ଉପରେ ଏକ ଆଲେଖ୍ୟ…..
୧୯୦୪ରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌। ତେବେ ଭାରତ ସ୍ବାଧୀନତା ହାସଲ କରିବାର ୧୪ ବର୍ଷ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ନ ଥିଲା। ୧୯୬୧ରେ ଭାରତ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲା। ପ୍ରଥମ ବର୍ଷରେ ହିଁ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ ଉଦୟ ଚାନ୍ଦ। ଜାପାନର ୟୋକୋହାମାରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟର ୬୭ କିଗ୍ରା ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ଉଦୟ ବ୍ରୋଞ୍ଜ ପଦକ ଜିତିଥିଲେ। ପରବର୍ତ୍ତୀ ୬ ବର୍ଷ ଭାରତ ପଦକ ଶୂନ୍ୟ ରହିବା ପରେ ୧୯୬୭ରେ ବିଶାମ୍ବର ସିଂ ଜିତିଥିଲେ ଦ୍ୱିତୀୟ ପଦକ। ବିଶାମ୍ବର ଭାରତ ପାଇଁ ପ୍ରଥମ ରୌପ୍ୟ ପଦକ ହାସଲ କରିଥିଲେ। ଭାରତ ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟ ଆୟୋଜନ କରିଥିବା ବେଳେ ୫୭ କିଗ୍ରା ଓଜନ ବର୍ଗରେ ବିଶାମ୍ବର ରୌପ୍ୟ ପଦକ ଜିତିଥିଲେ। ପରବର୍ତ୍ତୀ ୩୯ ବର୍ଷ ଭାରତ ପଦକଶୂନ୍ୟ ରହିଥିଲା। ଚାଇନାର ଗୁଆଙ୍ଗଝୋରେ ଆୟୋଜିତ ଏହି ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ମହିଳା ପଦକ ବିଜୟୀ ହୋଇଥିଲେ। ୨୦୦୬ ମସିହାରେ ଅଳକା ତୋମର ଏକ ବ୍ରୋଞ୍ଜ ପଦକ ସହିତ ରଚିଥିଲେ ଇତିହାସ।
୨୦୧୦ରେ ରୁଷିଆର ମସ୍କୋରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ ସୁଶୀଲ କୁମାର। ପରବର୍ତ୍ତୀ ସମୟରେ ଅଲିମ୍ପିକ୍ସରେ ଦୁଇ ଦୁଇଟି ପଦକ ଜିତିଥିବା ସୁଶୀଲ ବର୍ତ୍ତମାନ ସୁଦ୍ଧା ଏକମାତ୍ର ଭାରତୀୟ ଭାବରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୦୧୨ ରହିଥିଲା ଭାରତର ସଫଳତମ ସଂସ୍କରଣ। ଫୋଗାଟ ସିଷ୍ଟର ଭାବରେ ପରିଚିତ ଗୀତା ଓ ବବିତା ପ୍ରଥମ ଥର ପାଇଁ ଜିତିଥିଲେ ଦୁଇଟି ପଦକ। ଗୀତା ଫୋଗଟ(୫୧ କିଗ୍ରା) ଓ ବବିତା (୫୫ କିଗ୍ରା) ବର୍ଗରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ।
୨୦୧୩ ବୁଦାପେଷ୍ଟ ବିଶ୍ୱ ଚାମ୍ପିୟନଶିପରେ ଭାରତ ୩ଟି ପଦକ ବିଜୟୀ ହୋଇଥିଲା। ଗ୍ରୀକୋ ରୋମାନ ବର୍ଗରେ ଭାରତ ନିଜର ପ୍ରଥମ ତଥା ଏକମାତ୍ର ପଦକ ବିଜୟୀ ହେବାର ରେକର୍ଡ କରିଥିଲା। ୬୬ କିଗ୍ରା ଓଜନ ବର୍ଗରେ ସନ୍ଦୀପ ତୁଳସୀ ଯାଦବ ଭାରତ ପାଇଁ ଏହି ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ବ୍ୟତୀତ ୫୫ କିଗ୍ରା ଫ୍ରି ଷ୍ଟାଇଲରେ ଅମିତ୍‌ ଦହିୟା ଓ ୬୦ କିଗ୍ରା ଓଜନ ବର୍ଗରେ ବଜରଙ୍ଗ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ଜିତିଥିଲେ।
ପରବର୍ତ୍ତୀ ୪ ବର୍ଷ ଭାରତୀୟ ରେସ୍‌ଲରମାନେ ଗୋଟିଏ ବି ପଦକ ହାସଲ କରିବାରେ ସମର୍ଥ ହୋଇ ନ ଥିବା ବେଳେ ୨୦୧୮ରୁ ଆରମ୍ଭ ହୋଇଥିଲା ଭାରତୀୟ ରେସ୍‌ଲିଂର ସ୍ବର୍ଣ୍ଣିମ ଯୁଗ। ବଜରଙ୍ଗ ପୁନିଆ ଏକ ରୌପ୍ୟ ପଦକ ବିଜୟୀ ହୋଇ ଇତିହାସ ରଚିଥିଲେ। ପ୍ରଥମ ଭାରତୀୟ ରେସ୍‌ଲର ଭାବରେ ବଜରଙ୍ଗ ବିଶ୍ୱ ଚାମ୍ପିୟନଶିପରେ ଦୁଇଟି ପଦକ ହାସଲ କରିଥିଲେ। ପରବର୍ଷ ଅର୍ଥାତ ୨୦୧୯ରେ ଭାରତ ଜିତିଥିଲା ୫ ପଦକ। ବଜରଙ୍ଗ ୬୫ କିଗ୍ରା ଓଜନରେ ବ୍ୟକ୍ତିଗତ ତୃତୀୟ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ରାହୁଲ ଆଓ୍ବାରେ(୫୫ କିଗ୍ରା), ରବି କୁମାର ଦହିୟା(୫୭ କିଗ୍ରା), ଦୀପକ ପୁନିଆ(୮୬ କିଗ୍ରା) ଗୋଟିଏ ଲେଖାଏ ବ୍ରୋଞ୍ଜ ଜିତିଥିଲେ। ୫୦ କିଗ୍ରା ଓଜନ ବର୍ଗରେ ଭିନେଶ ଫୋଗଟ ଏକ ବ୍ରୋଞ୍ଜ ଜିତିବା ସହିତ ଭାରତର ୫ମ ପଦକ ହାସଲ କରିଥିଲେ। ୨୦୨୧ ମହିଳା କୁସ୍ତିରେ ଭାରତ ଦୁଇଟି ପଦକ ବିଜୟୀ ହୋଇଥିଲା। ଅଂଶୁ ମଲିକ(୫୭ କିଗ୍ରା) ପ୍ରଥମ ଭାରତୀୟ ମହିଳା ଭାବରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ସରିତା ମୋର(୫୯ କିଗ୍ରା) ଏକ ବ୍ରୋଞ୍ଜ ବିଜୟୀ ହୋଇଥିଲେ। ସର୍ବିୟାର ବେଲଗ୍ରେଡରେ ୨୦୨୨ ବିଶ୍ୱ ଚାମ୍ପିୟନଶିପ୍‌ ହୋଇଥିବା ବେଳେ ଭାରତ ପାଇଁ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ଜିତିଥିଲେ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ। ୨୦୨୩ରେ ଭାରତୀୟମାନେ ଜାତୀୟ ପତାକା ଅଧୀନରେ ଲଢ଼ି ନ ଥିବା ବେଳେ କେବଳ ଅନ୍ତିମ ପଙ୍ଘାଲ ଜିତିଥିଲେ ବ୍ରୋଞ୍ଜ ପଦକ।
-ପ୍ରସ୍ତୁତି: ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri