ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀଙ୍କ ଜୀବନ ସହ ଖେଳ,ଚିକିତ୍ସା ନାମରେ ଶୋଷଣ ଅଭିଯୋଗ

ବଲାଙ୍ଗୀର,୨୮ା୯(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ଚିକିତ୍ସା ସେବା ଏବେ ପ୍ରହସନରେ ପରିଣତ ହୋଇଛି। ବିଶେଷକରି ହସ୍ପିଟାଲର ଡାଇଲିସିସ୍‌ ୱାର୍ଡରେ ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଛି ଓ ଚିକିତ୍ସା ନାମରେ ମାନସିକ ଏବଂ ଆର୍ଥିକ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଚିକିତ୍ସା ସେବାଜନିତ ଅସୁବିଧା ଓ ହସ୍ପିଟାଲ ଷ୍ଟାଫ୍‌ଙ୍କ ଦୁର୍ବ୍ୟବହାର ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ସମାଧାନ ବ୍ୟବସ୍ଥା କରା ନ ଯାଇ ରୋଗୀଙ୍କ ଚିକିତ୍ସା ବନ୍ଦ କରିଦିଆଯିବ ବୋଲି ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏଭଳି ଗୁରୁତର ଅଭିଯୋଗ ହେବା ପରେ ବୁଧବାର ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଡାଇଲିସିସ୍‌ ୱାର୍ଡର କେତେଜଣ ରୋଗୀଙ୍କ ଉପସ୍ଥିତିରେ ଜିଲାପାଳ ଚଞ୍ଚଳ ରାଣାଙ୍କ ସହ ଜିଲାପାଳଙ୍କ ଅଫିସରେ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ହସ୍ପିଟାଲ ଅଧୀକ୍ଷକ ଡା ମାନସୀ ପଣ୍ଡା ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ହସ୍ପିଟାଲ ଡାଇଲିସିସ୍‌ ୱାର୍ଡରେ କିଡନୀ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା କରାଯାଉନଥିବା, ଠିକ୍‌ ଭାବେ ଡାଇଲିସିସ୍‌ କରାଯାଉ, ରୋଗୀଙ୍କୁ ରକ୍ତ ଚଢ଼ାଇବା ବେଳେ ହଇରାଣ କରାଯାଉଥିବା ଏବଂ କିଛି କହିଲେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିବା ନେଇ ରୋଗୀମାନେ କିଛିଦିନ ପୂର୍ବରୁ ସିଂଦେଓଙ୍କଠାରେ ଅଭିଯୋଗ କରିଥିଲେ। ରୋଗୀମାନେ ସିଧାସଳଖ ହସ୍ପିଟାଲ ଅଧୀକ୍ଷକ ଡା ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ରୋଗୀମାନେ କୌଣସି ପ୍ରକାର ଅସୁବିଧାକୁ ନେଇ ଅଭିଯୋଗ କଲେ ସେ ରୋଗୀମାନଙ୍କୁ ଚିକିତ୍ସା ବନ୍ଦ କରିଦେବେ ବୋଲି ଧମକ ଦେଉଥିବା ଅଭିଯୋଗ କରିଥିଲେ। ହସ୍ପିଟାଲରେ ଡାଇଲିସିସ୍‌ ପରିଚାଳନା ଦାୟିତ୍ୱ ଦେଇଥିବା ରାହି କେୟାର ସଂସ୍ଥା ପକ୍ଷରୁ ଯେଭଳି ଅବହେଳା ଏବଂ ନିମ୍ନମାନର ଚିକିତ୍ସା ସେବା ଯୋଗାଯାଉଛି ସେଥିରେ ରୋଗୀଙ୍କ ଜୀବନ ଚାଲିଯିବା ବିପଦ ଦେଖାଯାଇଛି ବୋଲି କହିଥିଲେ। ଡାଇଲିସିସ୍‌ ମେଶିନ୍‌ର ଉପଯୁକ୍ତ ସର୍ଭିସିଂ କରାଯାଉ ନ ଥିବା, ନିର୍ଦ୍ଧାରିତ ବ୍ୟବଧାନରେ ଏଥିରେ ଉପକରଣ ପରିବର୍ତ୍ତନ କରାଯାଉନାହିଁ। ଏହାଫଳରେ ରୋଗୀମାନେ ଆରୋଗ୍ୟ ହେବା ପରିବର୍ତ୍ତେ ଅଧିକ ସଂକ୍ରମିତ ଏବଂ କଷ୍ଟ ପାଉଥିବା କହିଥିଲେ। ରାହି କେୟାର ସଂସ୍ଥାର କର୍ମଚାରୀ ଏବଂ ଅଧିକାରୀଙ୍କ ଦୁର୍ବ୍ୟବହାର ସମ୍ପର୍କରେ କହିଥିଲେ। ସମସ୍ତ ଅଭିଯୋଗ ଶୁଣିବା ପରେ ଏମ୍‌ପି ସିଂଦେଓ ଜିଲାପାଳ ରାଣାଙ୍କ ଉପସ୍ଥିତିରେ ଅଧୀକ୍ଷକଙ୍କୁ ରୋଗୀ ଓ ପରିଜନ କାହିଁକି ଗୁରୁତର ଅଭିଯୋଗ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଜିଲାପାଳଙ୍କୁ ସମାଧାନ ପନ୍ଥା କ’ଣ ବୋଲି ପଚାରିଥିଲେ। କେନ୍ଦ୍ର ଏବଂ ରାଜ୍ୟ ସରକାର ଲୋକଙ୍କ ଉତ୍ତମ ଚିକିତ୍ସା ସେବା ଏବଂ ହସ୍ପିଟାଲ ପରିଚାଳନା ପାଇଁ ଅନୁଦାନ, ଉନ୍ନତ ବୈଷୟିକ ଉପକରଣ ଯୋଗାଇ ଦେଉଥିଲେ ମଧ୍ୟ କାହିଁକି ଲୋକଙ୍କୁ ଚିକିତ୍ସାସେବା ଯୋଗାଇବା ପରିବର୍ତ୍ତେ ହଇରାଣ କରାଯାଉଛି ବୋଲି କହିଥିଲେ। ଜିଲାପାଳ ରାଣା ହସ୍ପିଟାଲ ଅଧୀକ୍ଷକ ଡା ପଣ୍ଡାଙ୍କ ସମେତ ଡାଇଲିସିସ ୱାର୍ଡର କର୍ମଚାରୀଙ୍କୁ ରୋଗୀଙ୍କ ପ୍ରତି ସଦୟ ହେବା, ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇବା ଉପରେ ଦୀର୍ଘ ସମୟ ଧରି କହିଥିଲେ। ଜିଲାପାଳ ରାଣାଙ୍କୁ ପଚରାଯିବାରୁ ରୋଗୀଙ୍କ ଅଭିଯୋଗକୁ ଶୁଣିବା ପରେ ଆଗାମୀ ୭ ଦିନ ମଧ୍ୟରେ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସ୍ଥାୟୀ ସମାଧାନ ବାଟ ବାରା କରାଯିବ। ଏଦିଗରେ ସରକାରଙ୍କୁ ମଧ୍ୟ ଜଣାଇବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri