ଇସଲାମାବାଦ,୨୭ା୯: ପାକିସ୍ତାନର ସିନ୍ଧ ପ୍ରଦେଶର ଏକ ଘରେ ରକେଟ ଲଞ୍ଚର ସେଲ୍ ବିସ୍ଫୋରଣ ହୋଇଥିବା ବେଳେ ଗୋଟିଏ ପରିବାରର ୪ ପିଲାଙ୍କ ସମେତ ଅତି କମ୍ରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ଏନେଇ ପୋଲିସ ସୂଚନା ଦେଇଛି। ଏସ୍ଏସ୍ପି କହିଛି, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ କାନ୍ଧକୋଟ ସିଭିଲ ହସ୍ପିଟାଲରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି।
କାଶ୍ମୋର-କନ୍ଧାକୋଟ ସିନିୟର ପୋଲିସ ଅଧୀକ୍ଷକ ରୋହିଲ ଖୋସା କହିଛନ୍ତି, ପିଲାମାନେ ପଡ଼ିଆରେ ଖେଳୁଥିବା ସମୟରେ ଏକ ରକେଟ ସେଲ୍ ପାଇଥିଲେ ଏବଂ ଏହାକୁ ସେମାନେ ଘରକୁ ଆଣିଥିଲେ। ଯେଉଁଠାରେ ବିସ୍ଫୋରଣ ହୋଇଥିଲା ସେଠାରେ ଗୋଟିଏ ପରିବାରର ୪ଜଣ ଶିଶୁ, ଦୁଇ ମହିଳା ଏବଂ ଜଣେ ପୁରୁଷ ପ୍ରାଣ ହରାଇଥିଲେ।