ମାନବାଧିକାର, ପ୍ରେସ୍‌ ସ୍ବାଧୀନତା ପ୍ରସଙ୍ଗ ଉଠାଇଥିଲେ ବାଇଡେନ୍‌

ହାନୋଇ,୧୨ା୯: ନୂଆଦିଲ୍ଲୀରେ ଜି୨୦ ସମିଟ୍‌ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭାରତ-ଆମେରିକା ସହଭାଗୀତାକୁ ମଜଭୁତ୍‌ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ବୋଲି ଭିଏଟ୍‌ନାମ ରାଜଧାନୀ ହାନୋଇଠାରେ ଖବରଦାତାମାନଙ୍କୁ କହିଛନ୍ତି। ଏଥିସହିତ ମାନବାଧିକାରକୁ ସମ୍ମାନ ଦେବା, ସିଭିଲ ସୋସାଇଟିର ଭୂମିକା ଏବଂ ପ୍ରେସ୍‌ ସ୍ବାଧୀନତା ପ୍ରସଙ୍ଗରେ ସେ ମୋଦିଙ୍କ ସହ ଆଲୋଚନା କରିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସାମରିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ଜି୨୦ର ଆୟୋଜନ ଓ ଆତିଥେୟତା ପାଇଁ ବାଇଡେନ୍‌ ମୋଦିଙ୍କ ନେତୃତ୍ୱକୁ ପୁନର୍ବାର ଧନ୍ୟବାଦ ଜଣାଇଛନ୍ତି।
ଆମେରିକା ରାଷ୍ଟ୍ରପତି କହିଛନ୍ତି, ସେ ସବୁଥର ଭଳି ଏଥର ମଧ୍ୟ ବାଇଡେନ୍‌ଙ୍କ ସହ ଆଲୋଚନା ବେଳେ ମାନବାଧିକାରକୁ ସମ୍ମାନ ଦେବାର ଗୁରୁତ୍ୱ ପ୍ରସଙ୍ଗ ଉଠାଇଥିଲେ। ଏଥିସହିତ ଏକ ସୁଦୃଢ଼ ଓ ସମୃଦ୍ଧ ଦେଶ ନିର୍ମାଣରେ ସିଭିଲ୍‌ ସୋସାଇଟି ଏବଂ ପ୍ରେସ୍‌ ସ୍ବାଧୀନତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ନେଇ ବାଇଡେନ୍‌ ମୋଦିଙ୍କୁ ଅବଗତ କରାଇଥିଲେ ବୋଲି କହିଛନ୍ତି। ଶୁକ୍ରବାର ମୋଦି-ବାଇଡେନ୍‌ ଦ୍ୱିପାକ୍ଷିକ ଆଲୋଚନା ପରେ ଜାରି ମିଳିତ ବିବୃତିରେ ସ୍ବାଧୀନତା, ଗଣତନ୍ତ୍ର, ମାନବାଧିକାର, ସମାବେଶୀ, ବହୁଳବାଦ ଏବଂ ସମସ୍ତ ନାଗରିକଙ୍କୁ ସମାନ ସୁଯୋଗ ଉଭୟ ଦେଶର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଏବଂ ଏହାର ମୂଲ୍ୟବୋଧ ଆମ ସମ୍ପର୍କକୁ ମଜଭୁତ କରିଥିବା କଥା କୁହାଯାଇଥିଲା। ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ଉପରେ ବାଇଡେନ୍‌ କହିଛନ୍ତି, ପରିବର୍ତ୍ତନକାରୀ ଆର୍ଥିକ ନିବେଶ ପାଇଁ ଏହା ବିପୁଳ ସୁଯୋଗ ସୃଷ୍ଟି କରିବ। ୟୁକ୍ରେନ୍‌ରେ ବେଆଇନ ଯୁଦ୍ଧକୁ ନେଇ ମଧ୍ୟ ଜି୨୦ ସମିଟ୍‌ରେ ଆଲୋଚନା ହୋଇଥିଲା। ଦୀର୍ଘମିଆଦୀ ଶାନ୍ତି ସ୍ଥାପନର ଆବଶ୍ୟକତା ଉପରେ ଯଥେଷ୍ଟ ସହମତି ମିଳିଥିଲା ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଭିଏଟ୍‌ନାମ ସମେତ ଅନ୍ୟ ଏସୀୟ ଦେଶଗୁଡ଼ିକ ସହ ସମ୍ପର୍କକୁ ମଜଭୁତ କରି ବିଶ୍ୱରେ ସ୍ଥିରତା ବଜାୟ ରଖିବା ତାଙ୍କର ଲକ୍ଷ୍ୟ ବୋଲି ବାଇଡେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri