Odisha Elections 2024

ରେଲୱେ ସର୍ଭେ ଶେଷ ନେଇ ମିଛ ପ୍ରଚାର

ଦେବଗଡ଼,୭।୯(ଶଶାଙ୍କ ଶେଖର ଝାଙ୍କର)ଝାରସୁଗୁଡ଼ାରୁ କୁଚିଣ୍ଡା ଦେଇ ଦେବଗଡ଼କୁ ରେଳଲାଇନ୍‌ କରିବା ପାଇଁ ସର୍ଭେ ଶେଷ ସମ୍ପର୍କରେ ଦେବଗଡ଼ ଜିଲାରେ ଏକ ମିଛ ପ୍ରଚାର କରାଯାଉଛି। ସୋସିଆଲ ମିଡିଆରେ ମିଛ ପୋଷ୍ଟ କରି ବାଃବାଃ ନେଉଛନ୍ତି ନେତା ଜିଲାର କେତେଜଣ ନେତା। ଘଟଣାରୁ ଜଣାଯାଇଛି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁଲାଇ ମାସରେ ଦେବଗଡ଼ ଜିଲା ଗସ୍ତରେ ଆସିଥିଲେ। ସେତେବେଳେ ଦେବଗଡ଼ ଜିଲାର ଜନସାଧାରଣ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ କେତେଜଣ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ସେହି ଦାବିପତ୍ରରେ ଝାରସୁଗୁଡ଼ାରୁ କୁଚିଣ୍ଡା ଦେଇ ଦେବଗଡ଼କୁ ରେଳଲାଇନ୍‌ କରିବା ପାଇଁ ଦାବି କରିଥିଲେ। ଏହି ରେଳଲାଇନ ବାରକୋଟ ପର୍ଯ୍ୟନ୍ତ କରାଯାଇ ନିର୍ମାଣାଧୀନ ଥିବା ତାଳଚେର ବିମଳାଗଡ଼ ରେଳଲାଇନ ସହ ଯୋଗ କରିବାକୁ ଦାବି କରାଯାଇଥିଲା। ଏହି ଦାବିପତ୍ର ଦେବାର କିଛି ଦିନ ପରେ ଅଗଷ୍ଟ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲାବାସୀ ବୁଦ୍ଧିଜୀବୀ ଜନସାଧାରଣଙ୍କର ଦାବିପତ୍ର ଓ ଅନୁରୋଧକୁ ସମ୍ମାନ ଜଣାଇ ଝାରସୁଗୁଡ଼ାରୁ କୁଚିଣ୍ଡା ଦେଇ ଦେବଗଡ଼କୁ ରେଳଲାଇନ୍‌ କରିବା ପାଇଁ ସର୍ଭେ ହେବ ବୋଲି କହିଥିଲେ। ଏହି ରେଳ ଲାଇନ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତିକୁ ମଞ୍ଜୁରୀ ମିଳିଛି। ଏନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୪ରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ସର୍ଭେ ପାଇଁ ଅର୍ଥ ମଞ୍ଜୁରୀ ହୋଇଥିବା କୁହାଯାଇଥିଲା। ଏହି ଘୋଷଣା ପରେ ଦେବଗଡ଼ରେ ଆରମ୍ଭ ହୋଇଛି ରାଜନୀତି। କେଉଁ ନେତା କହୁଛନ୍ତି ତାଙ୍କର ଉଦ୍ୟମ ଯୋଗୁ ରେଳ ଲାଇନ ହେବ ତ ଆଉ କିଏ କହୁଛନ୍ତି ତାଙ୍କର ଉଦ୍ୟମ ରହିଛି। ସମସ୍ତେ ବାଃବାଃ ନେବା ପାଇଁ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ପୋଷ୍ଟ କରୁଛନ୍ତି। ଜଣେ ଯୁବ ନେତା ରେଳଲାଇନ ସର୍ଭେ କାମ ଶେଷ ହୋଇଗଲାଣି ବୋଲି ମିଛ ପ୍ରଚାର କରି ମିଛ ପୋଷ୍ଟ କରୁଛନ୍ତି। ରେଳଲାଇନ୍‌ ସର୍ଭେ ମଧ୍ୟ ଆରମ୍ଭ ହୋଇନାହିଁ କିନ୍ତୁ କେତେଜଣ ନେତା ଆମେ ରେଳଲାଇନ୍‌ଟା କରିଦେଲୁ, ଆମର ଦାବି ପାଇଁ ଏସବୁ ହେଲା। ଏପରି ଅନେକ କଥା ସୋସିଆଲ ମିଡିଆରେ ଛାଡ଼ୁଛନ୍ତି। ଦେବଗଡ଼ରେ କେତେଜଣ ନେତା, କୁଜି ନେତା ନିଜର ପ୍ରଚାର ପ୍ରସାର ପାଇଁ ନିଜେ କେତେ ତଳକୁ ଖସି ପାରିବେ ତାହା ଏବେ ସହରରେ ଚର୍ଚ୍ଚାର ବିଷୟ ସାଜିଛି। ଉକ୍ତ ପୋଷ୍ଟରେ ଲୋକେ କମେଣ୍ଟ କରୁଛନ୍ତି ଯେ ଏମାନଙ୍କୁ ଯାହା ବି ହେଉ କିଛି ସୋସିଆଲ ମିଡିଆ ପୋଷ୍ଟ ଦରକାର।
ଏପରି ମିଛ କଥା ପୋଷ୍ଟ କରି ଜିଲାବାସୀଙ୍କୁ ବିଭ୍ରାନ୍ତ କରି କଣ ଲାଭ ମିଳୁଛି ବୋଲି ଚାରିଆଡେ ଚାଲିଛି ଚର୍ଚ୍ଚା। ଯେଉଁ ବ୍ୟକ୍ତି ସର୍ଭେ ସରିଛି ବୋଲି ପୋଷ୍ଟ କରିଛନ୍ତି ତାଙ୍କୁ ଲୋକେ କମେଣ୍ଟରେ ପଚାରୁଛନ୍ତି ଯେ ସର୍ଭେ ରିପୋର୍ଟ ଦିଅନ୍ତୁ। ଏପଟେ କିଛି ଲୋକେ କହୁଛନ୍ତି ଯେ, ସର୍ଭେ ହୋଇଥିଲେ ସିନା ରିପୋର୍ଟ ଦେବେ। ଶସ୍ତାରେ ବାଃବାଃ ନେବାକୁ ଉଦ୍ୟମ କରୁଥିବା ନେତାଙ୍କଠାରୁ ଦୂରେଇ କି ରହିବାଟା ଠିକ୍‌ ବୋଲି ସବୁଆଡ଼େ ଆଲୋଚନା ହେଉଛି। ପୂର୍ବରୁ କଂଗ୍ରେସ, ଭାଜପା ସମେତ ସମ୍ବଲପୁର ଲୋକସଭା ସଦସ୍ୟ, ଦେବଗଡ଼ ବିଧାୟକ, ଜିଲା ନାଗରିକ କମିଟି, ବୁଦ୍ଧିଜିବୀ, ରେଳ ବିକାଶ ମଞ୍ଚ ଓ ଅନ୍ୟ ବିଭିନ୍ନ ସଂଘ ପକ୍ଷରୁ ବିଭିନ୍ନ ସମୟରେ ରେଳଲାଇନ୍‌ ପାଇଁ ଦାବି ହୋଇଆସୁଛି। ତେଣୁ ଏହାକୁ ନେଇ ରାଜନୀତି କରିବା ଠିକ୍‌ ନୁହେଁ ବୋଲି ବୁଦ୍ଧୀଜୀବୀମାନେ କହିଛନ୍ତି। ଯେମିତି ବି ହେଉ ଜିଲାକୁ ରେଳଲାଇନ୍‌ ଆସିଲେ ସମସ୍ତେ ଉପକୃତ ହେବେ। ଅନ୍ୟପକ୍ଷରେ ଦୀର୍ଘଦିନ ହେବ କୁହାଯାଉଛି ତାଳଚେର ବିମଳାଗଡ଼ ବାରକୋଟ ଦେଇ ରେଳ ଲାଇନ୍‌ ଯିବ କିନ୍ତୁ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ସେଥିପାଇଁ କେହି ଆନ୍ଦୋଳନ, ଦାବି କରୁନାହାନ୍ତି। ଏପଟେ ନୂତନ ରେଳଲାଇନ୍‌ ପାଇଁ ସମସ୍ତଙ୍କ ଚିନ୍ତା। ନୂତନ ରେଳଲାଇନ ପାଇଁ କିଛି ବି ଘୋଷଣା ହେଲେ ନିଜେ ବାଃବାଃ ନେବା ପାଇଁ ଅଧିକାଂଶ ଲାଗିପଡ଼ୁଛନ୍ତି। ଝାରସୁଗୁଡା କୁଚିଣ୍ଡା ଦେବଗଡ଼ ବାରକୋଟ ଲାଇନ ସର୍ଭେକୁ ତ୍ୱରାନ୍ବୀତ କରିବା ପାଇଁ ସୋମବାର ଜିଲା ନାଗରିକ କମିଟିଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ରେଳ ସଦନରେ ମୁଖ୍ୟଯନ୍ତ୍ରୀ (ନିର୍ମାଣ) ଇଂ ରାଧାମୋହନ ସିଂଙ୍କ ସହିତ ଆଲୋଚନା କରିଥିଲେ। ଉକ୍ତ ରେଳପଥର ଫାଇନାଲ ଲୋକେସନ ସର୍ଭେ ଓ ଡ଼ିପିଆର. ପ୍ରସ୍ତୁତିକୁ ତ୍ୱରାନ୍ବୀତ କରିବା ପାଇଁ ଅନୁରୋଧ କରିବା ସହିତ ଆଲୋଚନା କରିଥିଲେ। ଆଗାମୀ ଚାରି ମାସ ମଧ୍ୟରେ ସର୍ଭେ ଓ ଡ଼ିପିଆର କାର୍ଯ୍ୟ ସମାପ୍ତ ହେବ ବୋଲି ଇଞ୍ଜିନିୟର ସିଂ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri