ନୂଆଦିଲ୍ଲୀ,୨୧।୮: ଗୁଜରାଟ ହାଇକୋର୍ଟଙ୍କ ସଂପର୍କରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏକ ତୀବ୍ର ମନ୍ତବ୍ୟ ଦିଆଯାଇଛି, ଯେଉଁଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ଅଦାଲତ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆଦେଶ ଦିଅନ୍ତି, ତେବେ ଏହା ସାମ୍ବିଧାନିକ ସିଦ୍ଧାନ୍ତର ବିରୋଧୀ ଅଟେ। ଗୁଜୁରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ସୁପ୍ରିମକୋର୍ଟ ଏହି ଦୃଢ ମନ୍ତବ୍ୟ ଦେଇଛନ୍ତି।
ସୂଚନାଯୋଗ୍ୟ, ଗୁଜୁରାଟ ହାଇକୋର୍ଟ ଜଣେ ବଳାତ୍କାର ପୀଡିତାଙ୍କ ଆବେଦନ ଶୁଣାଣି ବେଳେ ଏହି ରାୟ ଦେଇଛନ୍ତି ଯେଉଁଥିରେ ସେ ଗର୍ଭପାତ ପାଇଁ କୋର୍ଟଙ୍କ ଅନୁମତି ମାଗିଥିଲେ। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି କରାଯିବାକୁ ଥିବାବେଳେ ଗୁଜୁରାଟ ହାଇକୋର୍ଟ ଏହି ମାମଲାରେ ନିଜର ରାୟ ଦେଇଛନ୍ତି। ଅଗଷ୍ଟ ୨୧ ପାଇଁ ଏହା ତାଲିକାଭୁକ୍ତ ହୋଇଥିଲା ।
ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରିବା ମାତ୍ରେ ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ଉଲ୍ଲେଖ କରାଯାଇଥିଲା। ଗୁଜୁରାଟ ହାଇକୋର୍ଟ ଉପରେ ମନ୍ତବ୍ୟ ଦେଇ ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ୱଳ ଭୁୟାଁ ପ୍ରଶ୍ନ କରିଛନ୍ତି ଯେ ଗୁଜୁରାଟ ହାଇକୋର୍ଟରେ କ’ଣ ଘଟୁଛି। ଭାରତର କୌଣସି କୋର୍ଟ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ କୌଣସି ନିଷ୍ପତ୍ତି ଘୋଷଣା କରିପାରିବେ ନାହିଁ। ଏହା ସାମ୍ବିଧାନିକ ନୀତି ବିରୁଦ୍ଧ ଅଟେ।