Posted inଜାତୀୟ

ଆର୍ଥିକ ସଙ୍କଟ ଦେଇ ଗତି କରୁଛି କେରଳ: କରଜରେ ବୁଡିଛି ରାଜ୍ୟ

ଥିରୁଭାନନ୍ତପୁରମ,୧୯।୮: ସାକ୍ଷରତା ହାରରେ କେରଳ ଦେଶର ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ଏଠାରେ ଅଧିକ ସ୍ବଚ୍ଛଳ ଲୋକ ମଧ୍ୟ ବାସ କରୁଛନ୍ତି। କିନ୍ତୁ କେରଳର ଭାଜପା ନେତା କେ ଜେ ଆଲଫୋନ୍ସ ଦାବି କରିଛନ୍ତି ଯେ ରାଜ୍ୟର ଆର୍ଥିକ ଅବସ୍ଥା ର୍ଦୁବିସହ ହୋଇ ପଡିଛି। ରାଜ୍ୟ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଲୋକଙ୍କୁ ପେନସନ ଦେବାକୁ ଟଙ୍କା ନାହିଁ।

୨୦୧୯ ମସିହାରୁ, ୭୦ହଜାର ପେନସନଭୋଗୀଙ୍କୁ ଅତିରିକ୍ତ ଡିଏ ପ୍ରଦାନ କରାଯାଇ ନାହିଁ। ରାଜ୍ୟ ସର୍ବାଧିକ ଋଣ ରହିଛି। ସରକାର କ୍ରମାଗତ ଭାବରେ ଋଣ ନେଉଛନ୍ତି ଏବଂ ଏହା ଭବିଷ୍ୟତ ପିଢି ପାଇଁ ବୋଝ ପାଲଟିଯିବ।

ବିରୋଧୀ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ମଧ୍ୟ ରାଜ୍ୟର ବାମପନ୍ଥୀ ଡେମୋକ୍ରାଟିକ ଫ୍ରଣ୍ଟ ସରକାରଙ୍କ ଆର୍ଥିକ ଅବସ୍ଥା ଖରାପ ବୋଲି ଅଭିଯୋଗ କରିଛି। ବିରୋଧୀ ସରକାରଙ୍କୁ ବଡ ରକମର ଋଣ, ଅପାରଗତା ଏବଂ କର ସଂଗ୍ରହରେ ଅନିୟମିତତାକୁ ନେଇ ଅଭିଯୋଗ ଆଣିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜ୍ୟ ଉପରେ ତିନି ଲକ୍ଷ କୋଟିରୁ ଅଧିକ ଋଣ ଭାର ରହିଛି। ଏହି କାରଣରୁ, ପ୍ରତି ବ୍ୟକ୍ତିଙ୍କ ପାଇଁ ଋଣର ସୀମା ମଧ୍ୟ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ୮୦ ପ୍ରତିଶତ ଋଣ ବୃଦ୍ଧି ପାଇଛି। କେରଳ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୧୬-୧୭ରେ ରାଜ୍ୟ ୧,୮୩.୪୫୩ କୋଟି ଟଙ୍କା ଋଣ କରିଥିଲା, ଯାହା ୨୦୨୧-୨୨ ମସିହାରେ ଏହା ୩,୩୫,୬୪୧କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରାଜ୍ୟ ସରକାର କହିଛନ୍ତି ଯେ, ଗତ ବର୍ଷ ରାଜସ୍ବ ନିଅଣ୍ଟ ୬୭୧୬ କୋଟିରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଲୁଙ୍କୁ ହରାଇଥିବା ପ୍ରିୟ ବନ୍ଧୁ ୭୯ ବର୍ଷ ବୟସରେ ଫେରିଲେ ଦଳକୁ

ପାଟନା,୧୧।୫: ଏକଦା ଲାଲୁ ପ୍ରସାଦ ଯାଦବଙ୍କ ଡାହାଣ ହାତ କୁହାଯାଉଥିବା ରଂଜନ ଯାଦବ ୭୯ ବର୍ଷ ବୟସରେ ଆରଜେଡି ଫେରିଛନ୍ତି। ଲୋକ ସଭା ନିର୍ବାଚନ ମଧ୍ୟରେ...

ଆସନ୍ତା ବର୍ଷ ଅବସର ନେବେ ମୋଦି, ଅମିତ ଶାହାଙ୍କୁ ନେଇ ବଡ ଭବିଷ୍ୟବାଣୀ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୫: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ମୁଁ ତୁମ ସମସ୍ତଙ୍କ ମଧ୍ୟରେ ଫେରିଥିବାରୁ ବହୁତ ଖୁସି। ଆମ ଦେଶକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ...

ହନୁମାନ ମନ୍ଦିରରେ ପୂଜା କଲେ କେଜରିଓ୍ବାଲ, ସନ୍ଧ୍ୟାରେ କରିବେ ରୋଡ ଶୋ’

ନୂଆଦିଲ୍ଲୀ,୧୧।୫: ତିହାର ଜେଲରୁ ବାହାରିବା ପରେ କେଜରିୱାଲ ଶନିବାରଠାରୁ ଜୋରଦାର ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କେଜରିୱାଲ ତାଙ୍କ ପତ୍ନୀଙ୍କ ସହ...

ଜୀବନ ସାରା ଭୁଲିବି ନାହିଁ ଓଡ଼ିଶାବାସୀଙ୍କ ଆଶୀର୍ବାଦର ଋଣ: ମୋଦି

ନୂଆଦିଲ୍ଲୀ/କନ୍ଧମାଳ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ କନ୍ଧମାଳରେ ପହଞ୍ଚିଛନ୍ତି। ସେଠାରେ ସେ ଲୋକଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ଆଜି...

ପାକିସ୍ତାନର ପରମାଣୁ ବୋମା ବିକ୍ରି କରିବାର ପରିସ୍ଥିତି ଆସି ଗଲାଣି: ମୋଦି

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କଂଗ୍ରେସ ନେତା ମଣି ଶଙ୍କର ଆୟାରଙ୍କ ‘ପାକିସ୍ତାନରେ ଆଣବିକ ବୋମା ଅଛି’ ବୟାନକୁ ନେଇ କିଛି ପ୍ରତିକ୍ରିୟା ରଖିଛନ୍ତି।...

ବିନା କାରଣରେ ଭାରତୀୟଙ୍କ ମାମଲାରେ ମୁଣ୍ଡ ପୁରାଉଛି ପାକିସ୍ତାନ, କେଜରିଓ୍ବାଲଙ୍କ ଜାମିନକୁ ନେଇ ପୂର୍ବତନ ମନ୍ତ୍ରୀ କହିଲେ…

ଇସଲାମାବାଦ/ନୂଆଦିଲ୍ଲୀ,୧୧।୫: ଶୁକ୍ରବାର ସାରେ ତିହାର ଜେଲରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବାହାରିଥିଲେ। କେଜରିୱାଲ ଜେଲରୁ ମୁକୁଳିବା ପରେ ଏଏପି କର୍ମୀଙ୍କ ମଧ୍ୟରେ ବହୁତ ଉତ୍ସାହ...

କେଜରିଓ୍ବାଲ, ସଞ୍ଜୟ ସିଂଙ୍କ ପାଇଁ ଦେବଦୂତ ସାଜିଲେ କଂଗ୍ରେସର ଏହି ନେତା

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି। ସେହିଭଳି ସଞ୍ଜୟ ସିଂଙ୍କୁ ଦିଲ୍ଲୀ ଲିକର୍‌ ପଲିସି ମାମଲାରେ ମଧ୍ୟ ଜାମିନ ମିଳିଛି।...

ହାତ ମିଳାଇବାକୁ ଅଫର ଦେଲେ ମୋଦି, ଜବାବରେ ଶରଦ ପାଓ୍ବାର କହିଲେ…

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏନସିପି (ଏସପି) ନେତା ଶରଦ ପାୱାର ଦେଇଥିବା ବୟାନକୁ ଟାର୍ଗେଟ କରି ତାଙ୍କୁ ଭାଜପା ସହ ହାତ ମିଳାଇବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri