ଭୁବନେଶ୍ୱର,୧୭ା୮(ଅନିଲ ଦାସ)ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଡିଟେଲ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର) ଦିଲ୍ଲୀ ମେଟ୍ରୋ ରେଳ କର୍ପୋରଶନ(ଡିଏମ୍ଆର୍ସି) ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି। ଲୋକସେବା ଭବନଠାରେ ମେଟ୍ରୋ ରେଳ ପ୍ରକଳ୍ପ ବୈଠକରେ ଡିଏମ୍ଆର୍ସି ଏହି ଡିପିଆର୍ ପ୍ରଦାନ କରିଛି । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଗତ କିଛିଦିନ ଧରି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଡିଏମ୍ଆର୍ସି ପକ୍ଷରୁ ଟ୍ରାଫିକ୍, ଜିଓ ଟେକ୍ନିକାଲ ଇନ୍ଭେଷ୍ଟିଗେଶନ, ପୋପୋଗ୍ରାଫିକ୍ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଉପରେ ସର୍ଭେ କରାଯାଇଥିଲା। ଏହା ପରେ ଡିଏମ୍ଆର୍ସି ପକ୍ଷରୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି।
ଡିପିଆର ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ରେଳ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେଶନ, ରାମ ମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନବିହାର, ରଘୁନାଥପୁର, ନନ୍ଦନକାନନ ଜୁଲୋଜିକାଲ ପାର୍କ, ଫୁଲପୋଖରୀ, ତ୍ରିଶୂଳିଆ ଛକ ଏବଂ କଟକ ଯାଏ ଚଳାଚଳ କରିବ। ମେଟ୍ରୋ ରେଳ ୨୦ଟି ଷ୍ଟେଶନ ଦେଇ ୨୬ କିଲୋମିଟର ଯାଏ ଚାଲିବ ବୋଲି ଡିପିଆର୍ରେ ଉଲ୍ଲେଖ କରାଯାଇଛି।
ଏଥିସହିତ ପରବର୍ତ୍ତୀ ସମୟରେ ମେଟ୍ରୋ ରେଳକୁ ଖୋର୍ଦ୍ଧା, ପୁରୀ ଏବଂ କଟକ-ଭୁବନେଶ୍ୱର ସହରର ଅନ୍ୟାନ୍ୟ ସ୍ଥାନକୁ ସଂଯୋଗ କରାଯିବ। ୨୦୨୩ ଏପ୍ରିଲ ପହିଲା ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିମାନବନ୍ଦରରୁ କଟକର ତ୍ରିଶୂଳିଆ ଯାଏ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ଏହାର ଡିପିଆର୍ ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ଡିଏମ୍ଆର୍ସିକୁ ଦାୟିତ୍ୱ ଦେଇଥିଲେ। ଇତିମଧ୍ୟରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅଗଷ୍ଟ ୩ ତାରିଖରେ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେଶନ ଲିମିଟେଡ(ବିଏମ୍ଆରସିଏଲ୍) ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ସହ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ଜେନେରାଲ ମ୍ୟାନେଜର (ପ୍ରଶାସନ) ନିଯୁକ୍ତ କରିଛନ୍ତି।
ଡିଏମ୍ଆର୍ସି ପ୍ରାରମ୍ଭିକ ପର୍ଯ୍ୟାୟରେ ତ୍ରିଶୂଳିଆରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ପ୍ରତି ୧ କିଲୋମିଟର ଦୂରତାରେ ମାଟି ପରୀକ୍ଷା କରିଛି। ମୃତ୍ତିକାର କେଉଁ ସ୍ତରରେ ପଥର ଅଛି ଓ ଏହାର ସମ୍ଭାଳିବା କ୍ଷମତା କେତେ ଅଛି ସେନେଇ ସର୍ଭେ କରାଯାଇଛି। ମେଟ୍ରୋ ରେଳର ଭୂତଳ ପଥ ପାଇଁ ଯେଉଁ ପିଲାର ହେବ ତା’ର ଫାଉଣ୍ଡେଶନ ଡିଜାଇନ କିଭଳି ହେବ ସେ ସମସ୍ତ ତଥ୍ୟ ଡିପିଆର୍ରେ ଉଲ୍ଲେଖ କରାଯାଇଛି।
ବର୍ତ୍ତମାନ ଯୋଜନା ଅନୁଯାୟୀ ବିମାନବନ୍ଦରରୁ ତ୍ରିଶୂଳିଆ ଯାଏ ୨୬ କିମି ଟ୍ରଙ୍କ୍ ରୁଟ୍ରେ ୪୫୦ ସ୍ପାନ୍ ତିଆରି କରାଯିବ। ପ୍ରତି ୫୦ ମିଟର ଦୂରତାରେ ଗୋଟିଏ ଲେଖାଏ ସ୍ପାନ୍ ଛିଡ଼ା ହେବ। ସମସ୍ତ ପ୍ରକଳ୍ପରେ ପ୍ରାୟ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ପ୍ରତି ୧ କିମି ମେଟ୍ରୋ ରେଳ ରାସ୍ତା ତିଆରି ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।
ଗତ ଦୁଇଦିନ ତଳେ ଭୁବନେଶ୍ୱର ରେଳ ଷ୍ଟେଶନରେ ତେଜସ୍ ରେକଯୁକ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ର ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ । ସେ କହିଥିଲେ, ୪-୫ ଜଣ ବାବୁ ସକାଳୁ ସକାଳୁ ଉଠି ବୁଲୁଛନ୍ତି ଆଉ ଫଟୋ ଉଠାଇ ଘୋଷଣା କରିଦେଉଛନ୍ତି ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ହେବ । ମୁଁ ଯେତିକି ଜାଣିଛି କେନ୍ଦ୍ର-ରାଜ୍ୟ ମିଳିତ ଉଦ୍ୟମରେ ଏହି ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ହୁଏ । ଖାଲି ୪-୫ ବାବୁ ଯାଇ ସକାଳୁ ସକାଳୁ ବୁଲି ଫଟୋ ଉଠେଇ ଦେଲେ ମେଟ୍ରୋ ହୋଇଯାଏନି ବୋଲି କହିଥିଲେ । ଧର୍ମେନ୍ଦ୍ରଙ୍କ ଏପରି ମନ୍ତବ୍ୟର ୪୮ ଘଣ୍ଟା ପରେ ଡିଏମ୍ଆର୍ସି ରାଜ୍ୟ ସରକାରଙ୍କୁ ଡିପିଆର୍ ପ୍ରଦାନ କରିଛି।
ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ
ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍ଫେକ୍ର...
ଇନ୍ଦୋରରେ ବିଷାକ୍ତ ପାଣି ଯୋଗୁ ୧୫ ଜଣଙ୍କ ମୃତ୍ୟୁ, ବାନ୍ତି -ଝାଡ଼ାରେ ୩୩୮ ଆକ୍ରାନ୍ତ, ଆଇସିୟୁରେ ୩୨ ରୋଗୀ
ଇନ୍ଦୋର,୨।୧: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୩୩୮ ଜଣ ନୂଆ ରୋଗୀ...
ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍, ତା’ ପରେ ଆଉ କେବେ ଜାଣନ୍ତୁ…
ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍ ଶନିବାର ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ। ସେହିପରି ୨୦୨୬ର ଦ୍ବିତୀୟ...
ଟିମ୍ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...
EVM: କର୍ନାଟକରେ ନିର୍ବାଚନ ଆୟୋଗଙ୍କ ସର୍ଭେରେ ପାସ୍ କଲା ଇଭିଏମ୍, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା
ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତୃତ୍ୱାଧୀନ କର୍ନାଟକ ସରକାର ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ସର୍ଭେରେ ଇଭିଏମ ଉପରେ ଜନସାଧାରଣଙ୍କ ଦୃଢ଼ ଆସ୍ଥା ପାଇଛନ୍ତି। ଏହି...
କଳିଯୁଗର ପୁଅ: ନିଜ ବାପାଙ୍କୁ ହତ୍ୟା କରିବାକୁ ଦେଇଥିଲେ ୫ ଲକ୍ଷ ଟଙ୍କା ସୁପାରି, କାହିଁକି ଜାଣନ୍ତୁ…
ନୂଆଦିଲ୍ଲୀ,୨।୧: ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା (IAF) ଅଧିକାରୀଙ୍କ ଗୁଳିମାଡ଼ ଘଟଣାରେ ଗାଜିଆବାଦ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସ ଦାବି କରିଛି ଯେ...
ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍ଲାଇନ୍, ମନ୍ତ୍ରୀ କହିଲେ ସତ ଜଣାପଡ଼ିଲେ…
ଭୁବନେଶ୍ୱର,୨ା୧: ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ...
ନୂଆବର୍ଷରେ ପ୍ରେମିକଙ୍କୁ ଘରକୁ ଡାକିଲେ ପ୍ରେମିକା, ଶାରୀରିକ ସମ୍ପର୍କ ରଖି ସାରିବା ପରେ କାଟିଦେଲେ ପ୍ରାଇଭେଟ୍ ପାର୍ଟ, କାରଣ ଜାଣିଲେ…
ମୁମ୍ବାଇ,୨।୧: ନୂଆବର୍ଷ ଦିନ ମୁମ୍ବାଇର ସାନ୍ତାକ୍ରୁଜରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ୨୫ ବର୍ଷୀୟ ମହିଳା ତାଙ୍କ ପ୍ରେମିକଙ୍କୁ ନୂଆବର୍ଷ ପାଇଁ ଘରକୁ ନିମନ୍ତ୍ରଣ...
Archives


