Odisha Elections 2024

ରୂପସା(ବାଞ୍ଛାନିଧି ଦେ)/ବସ୍ତା(ହରିଶଙ୍କର ପାଢୀ)/ତିହିଡ଼ି/ଚାନ୍ଦବାଲି(ସଞ୍ଜିତ୍‌ ବଳ/କିଶାନ ପାତ୍ର/ଅଶୋକ ପଣ୍ଡା)/ବୈଶିଙ୍ଗା( ରତନ ଦାଶ), ୧୬ା୮- ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାରେ ବୁଧବାର ବଜ୍ରପାତ ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲାରେ ୪, ଭଦ୍ରକରେ ୩ ଓ ମୟୂରଭଞ୍ଜ ଜିଲାରେ ଜଣଙ୍କର ମୃତ୍ୟୁ ହୋଇଛି।
ବାଲେଶ୍ୱର ଜିଲା ବସ୍ତା ବ୍ଲକ ପୁରୁଷୋତ୍ତମପୁର ପଞ୍ଚାୟତ ପଣିସାପଡା ଗ୍ରାମର ମକରଧ୍ୱଜ ବେହେରା ନିଜ ଘର ଚାଳ ଉପରକୁ ଉଠିଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସନ୍ତୋଷପୁର ପଞ୍ଚାୟତ ଥେଙ୍ଗ ଗ୍ରାମର ଶମ୍ଭୁନାଥ ସାହୁ ବିଲ କାମ ପାଇଁ କୁଳିଦା ପଞ୍ଚାୟତ ବେଲଗାଁ ଗାଁପାଖ ମହାଜନିଆ ସାହିକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଥିଲେ। ପତ୍ରଝଡ଼ା ପଞ୍ଚାୟତ ମହାଦେବସରାଇ ଗ୍ରାମର ବିକାଶ ବିନ୍ଧାଣି ଓ କାହ୍ନୁ ମୁର୍ମୁ ବିଲରୁ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ମୃତକମାନଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଗୁରୁବାର ବ୍ୟବଚ୍ଛେଦ କରାଯିବ। ମହାଦେବସରାଇ ଗ୍ରାମର ୫ଜଣ ନିମାଇଁ ମାଝି, ସୂର୍ଯ୍ୟ ସୋରେନ, ଠେଲା ମୁର୍ମୁ, ନବ ସୋରେନ ଓ ସୁକୁଲ ସୋରେନ ଗୁରୁତର ଆହତ ହୋଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି।

ଭଦ୍ରକ ଜିଲା ତିହିଡ଼ି ଓ ଚାନ୍ଦବାଲି ବ୍ଲକରେ ଅପରାହ୍ନରେ ବଜ୍ରପାତ ଯୋଗୁ ୩ ପ୍ରାଣହାନୀ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି। ତିହିଡ଼ି ବ୍ଲକ ପୀରହାଟ ଥାନା ବାମନବିନ୍ଧା ପଞ୍ଚାୟତ ଅଧୀନ ସନ୍ଦକପୁର ଗ୍ରାମର ଯଦୁନାଥ ସେଠୀ(୫୫) ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ। ସୁରେନ୍ଦ୍ର ବାରିକ(୨୪)ଗୁରୁତର ହୋଇଛନ୍ତି। ସେହିପରି ଚାନ୍ଦବାଲି ବ୍ଲକର ପୃଥକ ସ୍ଥାନରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଉତୁକୁଡ଼ା ପଞ୍ଚାୟତର ସିଙ୍ଗିଟି ଗାଁରେ ମୟୂରଭଞ୍ଜ ଜିଲାରୁ କୃଷି କାର୍ଯ୍ୟ ପାଇଁ ଆସିଥିବା ମା’ ଘୁମୁନା ସିଂଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଝିଅ ସୀମା ଗୁରୁତର ହୋଇଛନ୍ତି। ଖେରଙ୍ଗ ପଞ୍ଚାୟତରେ ପ୍ରଫୁଲ୍ଲ ମାଝୀଙ୍କ ପୁଅ ପ୍ରତାପଙ୍କର ମୃତ୍ୟୁ ହୋଇଛି। ମୌସୁଧା ପଞ୍ଚାୟତ ଫାର୍ସିବନ୍ଧ ଗାଁରେ ବଜ୍ରପାତ ଯୋଗୁ ଧନେଶ୍ୱର ବାରିକ ଓ ସୁମନ୍ତ ସାହୁ ଗୁରୁତର ହୋଇଛନ୍ତି।

ସେହିପରି ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ହରିପୁର ଗ୍ରାମରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ହେଲେ କୁଆମରାସ୍ଥିତ ବଡକ୍ଷୀରପଦା ଗ୍ରାମର ସ୍ବର୍ଗତ ବାବୁଲା ସିଂଙ୍କ ସ୍ତ୍ରୀ ଟୁନି (୨୨।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଭବଙ୍କ ବଡ଼ ବୟାନ, ମୁଣ୍ଡ ବିକିନି…

ଭୁବନେଶ୍ୱର,୧୭।୫: ଅନୁଭବ ମହାନ୍ତି କରିଛନ୍ତି ପ୍ରେସମିଟ । ଯେଉଁଠି ବିଜେଡି ଉପରେ ବର୍ଷିଛନ୍ତି ଅନୁଭବ ମହାନ୍ତି । ଆଗରୁ ଯେଉଁ ବିଜେଡି ଥିଲା ଆଉ ଏବେର...

ନିର୍ବାଚନ ବେଳେ ଓଡ଼ିଶା ଆସନ୍ତି ପଲିଟିକାଲ ଟୁରିଷ୍ଟ: ନବୀନ

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): କେନ୍ଦ୍ରୀୟ ଭାଜପା ନେତାଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି। ଭାଜପାର କେନ୍ଦ୍ରୀୟ ନେତାଙ୍କୁ ପଲିଟିକାଲ...

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ। ଜଣେ...

ଖଲ୍ଲିକୋଟ ନିର୍ବାଚନୀ ହିଂସା: କଡ଼ା ନିର୍ଦ୍ଦେଶ ଦେଲେ ଡିଜିପି ଅରୁଣ ଷଡ଼ଙ୍ଗୀ

କଟକ,୧୭।୫(ଅସମାପିକା ସାହୁ): ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT)ଖଲ୍ଲିକୋଟ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri