କୋଣାର୍କ ସୂତାକଳରେ ନୂତନ ଏମ୍‌ଡି ନିଯୁକ୍ତି ଓ ରୂପାନ୍ତରୀକରଣ ନେଇ ଦାବିପତ୍ର

କେସିଙ୍ଗା,୧୬ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କୋଣାର୍କ ସୂତାକଳରେ ନୂତନ ପରିଚାଳକ ନିର୍ଦ୍ଦେଶକଙ୍କ ନିଯୁକ୍ତି ଓ ସୂତାକଳକୁ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସଭା ଏମ୍‌ପି ସୁଜିତ କୁମାର ଓ ଜିଲାପାଳଙ୍କୁ କୋଣାର୍କ ସୂତାକଳର କର୍ମଚାରୀ ଓ ଶ୍ରମିକ ସଂଘର ଉପସଭାପତି ସୁରେଶ ରାଓ ଭବାନୀପାଟଣାରେ ବୁଧବାର ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୧୩.୮.୨୩ରେ କୋଣାର୍କ ସୂତାକଳର ପରିଚାଳକ ନିର୍ଦ୍ଦେଶକ ଅନୀଲ କୁମାର ଦୋରାଙ୍କ ଅକାଳ ବିୟୋଗ ହୋଇଥିବାରୁ ସୂତାକଳର ପରିଚାଳନା କ୍ଷେତ୍ରରେ ବହୁ ଅସୁବିଧା ହେଉଥିବାରୁ ଏଠାରେ ଯଥାଶୀଘ୍ର ପରିଚାଳନା ନିର୍ଦ୍ଦେଶକଙ୍କ ନିଯୁକ୍ତି ପାଇଁ ଦାବି କରାଯାଇଛି।
କଳାହାଣ୍ଡି ଜିଲାର ଏକ ମାତ୍ର ସୂତାକଳ ସମଗ୍ର ବିଶ୍ୱ ଦରବାରରେ ପରିଚିତ। ଦୀର୍ଘ ୩୦ବର୍ଷରୁ ଊଦ୍ଧର୍‌ବ ହେଲା ଏହି ସୂତାକଳ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି। କପା ଫସଲ ଅମଳ ସମୟରେ ବହୁ ଅମଳ ହୋଇ ଏହି ମିଲ୍‌ରେ ଜିନିଙ୍ଗ ହୋଇ ବାହାର ରାଜ୍ୟକୁ ଯାଉଛି। କିନ୍ତୁ ସୂତାକଳ ସବୁ ପ୍ରକାର ଭିତ୍ତିଭୂମି ସୁବିଧା ଥାଇ ମଧ୍ୟ ଦୀର୍ଘ ୩୦ବର୍ଷ ହେଲା ସୂତାକୁଳ ବିକାଶ ହୋଇପାରୁନାହିଁ। ରାଜ୍ୟ ସରକାରଙ୍କ ଦୃଷ୍ଟି ଦେଲେ ଏଠାରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରମିକ ଓ କର୍ମଚାରୀ ନିଯୁକ୍ତି ପାଇଁ ପାରିବେ। ଏହି ଅଞ୍ଚଳରେ କପାକୁ ଜିନିଙ୍ଗ କରି ଅନ୍ୟ ରାଜ୍ୟକୁ ପଠାଯାଉଛି। ଅଥଚ ଏହି ଅଞ୍ଚଳରେ କୁଟୀର ଶିଳ୍ପ ନିର୍ମାଣ କଲେ ଘରେ ଘରେ ମହିଳା, ଯୁବକ/ଯୁବତୀ ଘରେ ବସି ରେଡି ମେଟ ପ୍ୟାଣ୍ଟ, ପ୍ୟାଣ୍ଟ ଶର୍ଟ, ଧୋତି, ବ୍ଲାଉଜ ଇତ୍ୟାଦି କାମ କରି ରୋଜଗାରକ୍ଷମ ହୋଇପାରିବେ। ଯୁବତୀ/ଯୁବକ ରୋଜଗାର ବୃଦ୍ଧି ପାଇପାରିବ। ଶିଳ୍ପର ବିକାଶ ହେବ। କଳାହାଣ୍ଡି ଜିଲା ତଥା ଏହି ଅଞ୍ଚଳର କୃଷକ, ଯୁବତୀ/ଯୁବକ ବ୍ୟବସାୟୀଙ୍କ ଆର୍ଥିକ ବିକାଶ ସଙ୍ଗେ କୁଟୀର ଶିଳ୍ପ ନିର୍ମାଣ ଓ ଅର୍ଦ୍ଧ ନିର୍ମିତ ସୂତାକଳର ରୂପାନ୍ତରିତ କରିବା ପାଇଁ ରାଜ୍ୟ ସଭା ଏମ୍‌ପି ସୁଜିତ କୁମାର ଓ କଳାହାଣ୍ଡି ଜିଲାପାଳଙ୍କ ନିକଟରେ କୋଣାର୍କ ସୂତାକଳ କର୍ମଚାରୀ ଶ୍ରମିକ ସଂଘର ଉପସଭାପତି ସୁରେଶ ରାଓ, ସାଧାରଣ ସଂପାଦକ ଜୋନାଥନ ନାଏକ, ଯୁଗ୍ମ ସମ୍ପାଦକ ଅମରେଶ ସେଠୀ, ପୂର୍ବତନ କର୍ମଚାରୀ ସଂଯୁକ୍ତା ନାଏକ, ପବିତ୍ର କୁମାର ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ଶୀତ: ପଡୁଛି ବରଫ..

ଫୁଲବାଣୀ,୧୧।୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଏବେ ଶୀତର ଲହରୀ ଜାରି ରହିଛି। ପର୍ଯ୍ୟଟକଙ୍କ ଆଗମନ ଧୀରେଧୀରେ ବଢୁଛି। ଗୁରୁବାର ଭୋର ସମୟରେ ଫୁଲବାଣୀରେ ବରଫର...

ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ...

ଖେଳିଗଲା ଆତଙ୍କ: ଏହି ଜିଲାରେ ୭୦୦୦ରୁ ଅଧିକ HIV ରୋଗୀ ଚିହ୍ନଟ: ୪୦୦ ଶିଶୁ ପଜିଟିଭ୍‌

ପାଟନା,୧୧।୧୨: ବିହାରର ସୀତାମାଢ଼ି ଜିଲାରୁ ଏକ ଚିନ୍ତାଜନକ ଖବର ଆସିଛି। ଏଚଆଇଭି ପଜିଟିଭ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହା ସ୍ବାସ୍ଥ୍ୟ ବିଭାଗ...

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

ଆମେରିକା ପରେ ଏବେ ଏହି ଦେଶ ଭାରତ ଉପରେ ଲଗାଇଲା ୫୦% ଟାରିଫ୍‌, ଜାଣନ୍ତୁ କେବେଠୁ ହେବ ଲାଗୁ…

ନୂଆଦିଲ୍ଲୀ,୧୧।୧୨: ଡିସେମ୍ବର ୧୦ ତାରିଖରେ, ମେକ୍ସିକୋ ସିନେଟ ଏକ ବଡ଼ ବିଲ ପାସ କରିଛି। ଯାହା ଚାଇନା ଭାରତ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ ଏବଂ ଇଣ୍ଡୋନେସିଆ...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

ପିଆଜ, ରସୁଣ ପାଇଁ ଭାଙ୍ଗିଲା ୨୨ ବର୍ଷର ସ୍ତ୍ରୀ-ସ୍ବାମୀ ସମ୍ପର୍କ: ପୂରା ଘଟଣା ଜାଣିଲେ…

ଅହମଦାବାଦ,୧୧ା୧୨:ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଏହାର କାରଣ ଅନେକଙ୍କୁ ବିସ୍ମିତ କରିଛି। ମହିଳା ଜଣକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri