ତେନ୍ତୁଳିଖୁଣ୍ଟି, ୧୩।୮(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ୧୯୯୦ରେ ଖୋଲିଥିଲା ଇନ୍ଦ୍ରାବତୀ ପ୍ରକଳ୍ପ କଲେଜ। ଯୁକ୍ତ ୨ ବିଜ୍ଞାନ ଓ କଳା ଖୋଲିଲା ବେଳେ ଜଳ ସମ୍ପଦ ବିଭାଗର ପ୍ରତ୍ୟକ୍ଷ ପରିଚାଳନା ଓ ଅନୁଦାନରେ ୧୯୯୩ ପର୍ଯ୍ୟନ୍ତ ଚାଲିଲା। ସେତେବେଳେ ଜଳ ସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ହେଉଥିବାରୁ ସମସ୍ତ ବିଷୟ ଅଧ୍ୟାପକ ପୂର୍ବରୁ ଚାକିରି କରୁଥିବା ଘରୋଇ କଲେଜ ଛାଡ଼ି ଏଠାରେ ଯୋଗଦେଲେ। କେତେଜଣ କର୍ମଚାରୀ ଶିକ୍ଷାକର୍ମୀ ଚାକିରି ଛାଡ଼ି ଏହି କଲେଜରେ ଯୋଗଦେଇଥିଲେ। ଜଳ ସମ୍ପଦ ବିଭାଗ ଜଳସେଚନ ଓ ଶକ୍ତି ବିଭାଗ ୨ ଭାଗ ହେବା ପରେ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନ ଓ ମେଡିକାଲ ଆଦି ଶକ୍ତି ବିଭାଗ ଅଧୀନକୁ ଗଲା। ଖରାପ ସମୟ ଆସିଲା ଚତୁର୍ଥ ବେତନ କମିଶନ ଲାଗୁ ପରେ। ଓଡ଼ିଶା ଜଳବିଦ୍ୟୁତ୍ ନିଗମ ଆଉ ଦରମା ବେତନ କମିଶନ ରିପୋର୍ଟ ଆଧାରରେ ବୃଦ୍ଧି ନ କରି କଲେଜ ସମସ୍ତ ଟିଚିଂ ଓ ନନ୍ ଟିଚିଂ କର୍ମଚାରୀଙ୍କ ଦରମା ଫ୍ରିଜ୍ କରିଦେଲା। କଲେଜର ସମସ୍ତ ଷ୍ଟାଫ୍ଙ୍କ ଦରମା ଓ ପରିଚାଳନା ପାଇଁ ଏକ ନିର୍ଦ୍ଦିଷ୍ଟ ଆର୍ଥିକ ଅନୁଦାନ ଦେଇ ନିଜକୁ ପରିଚାଳନାରୁ ଦୂରେଇ ଦେଲା। ଏହା ପରଠାରୁ ଷ୍ଟାଫ୍ମାନେ କଲେଜ ଛାଡ଼ିବା ଆରମ୍ଭ କଲେ। ସେମାନଙ୍କ ପ୍ରତି ବଦଳରେ ନିଯୁକ୍ତ ଷ୍ଟାଫ୍ଙ୍କୁ ପ୍ରକଳ୍ପ କର୍ତ୍ତୃପକ୍ଷ ଭିନ୍ନ ନଜରରେ ଦେଖିଲେ। ସେମାନଙ୍କ ଚାକିରି ସର୍ତ୍ତାବଳୀରେ ଅନେକ କେଁ ରଖିଲେ।
କଲେଜରେ ୨ଜଣ ଇଂରାଜୀ ଅଧ୍ୟାପକଙ୍କ ମଧ୍ୟରୁ ଜଣେ ଚାକିରି ଛାଡ଼ିବା ପରେ ଉକ୍ତ ପଦବୀ ଏବେ ବି ପୂରଣ ହୋଇନାହିଁ। ଜଣେ ଅଧ୍ୟାପକ ବିଜ୍ଞାନ ଓ କଳାର ସମସ୍ତ ଛାତ୍ରୀଛାତ୍ରଙ୍କୁ ପଢ଼ାଇବାକୁ ବାଧ୍ୟ। ୨ ଓଡ଼ିଆ ଅଧ୍ୟାପକଙ୍କ ମଧ୍ୟରୁ ଜଣଙ୍କୁ ଚୁକ୍ତିଭିତ୍ତିରେ ନିଯୁକ୍ତି ଦିଆଯାଇଛି। ନିରବଚ୍ଛିନ୍ନ ଡ୍ୟୁଟି କଲେ ୬ ବର୍ଷ ପରେ ନିୟମିତ କରିବାକୁ ଦାବି କରିବେ ଭାବି ସେଥିପାଇଁ ଗଳାବାଟ କାଢ଼ି ଗୋଟିଏ ଦିନ ବାଦ୍ ଦେଇ ଚୁକ୍ତି ନବୀକରଣ କରାଯାଉଛି। ୨୦୧୫ରୁ ଓଡ଼ିଆ ଅଧ୍ୟାପିକା ଆଜିଯାଏ ଚୁକ୍ତିଭିତ୍ତିରେ ରହିଛନ୍ତି। ଉଦ୍ଭିଦ ବିଜ୍ଞାନରେ ୨୦୧୪ରୁ ଜଣେ ଚୁକ୍ତିଭିତ୍ତିରେ ଅଛନ୍ତି। ୨୦୧୯ରେ କଲେଜ ବହୁ ସଂଘର୍ଷ ପରେ ବ୍ଲକ୍ ଗ୍ରାଣ୍ଟ ମାନ୍ୟତା ପାଇଛି। କିନ୍ତୁ ବ୍ଲକ୍ ଗ୍ରାଣ୍ଟ ସର୍ତ୍ତାବଳୀ ବିଷୟରେ କାହା ପାଖରେ କିଛି ତଥ୍ୟ ନ ଥିବାରୁ ଏବେ ଯାଏ ଷ୍ଟାଫ୍ଙ୍କ ଇପିଏଫ୍ ଅର୍ଥ, କର୍ମଚାରୀଙ୍କ ଶେୟାର, ନିଯୁକ୍ତିଦାତାଙ୍କ ଶେୟାର ଜମା ହୋଇନାହିଁ। ଚୁକ୍ତିଭିତ୍ତିରେ ନିଯୁକ୍ତି ରେ ମଧ୍ୟ ଦୁଇଭାଗ। କିଏ ଗେଷ୍ଟ ଫାକଲ୍ଟିଭାବେ ୨୦ ହଜାର ଟଙ୍କା ଦରମା ପାଉଛନ୍ତି ତ କିଏ ଚୁକ୍ତିଭିତ୍ତିରେ ୧୩,୯୦୦ ଟଙ୍କା ଦରମା ପାଉଛି। ୧୯୯୦ରୁ ନିଯୁକ୍ତି ପାଇ ୨୦୦୯ ରେ ଚାକିରି ଛାଡ଼ି ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଗ୍ରାଚୁଇଟି ପାଇଥିବାବେଳେ ସମକାଳୀନ ନିଯୁକ୍ତ ଅଧ୍ୟାପକ ଅବସର ପରେ ଗ୍ରାଚୁଇଟିରୁ ବଞ୍ଚିତ। ୨୦୨୫ ସୁଦ୍ଧା ପ୍ରାୟତଃ ସମସ୍ତ ବିଭାଗ ଅଧ୍ୟାପିକା ଅଧ୍ୟାପକ ଅବସର ନେଇଯିବା ପରେ ସେତେବେଳେ ବି କ’ଣ ଏଭଳି ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନେଇ ପଢ଼ାଯିବ କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ସେହିଭଳି ହେଲେ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗୁଣବତ୍ତା ରହିବନାହିଁ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟିକୁ ସ୍ଥାୟୀ ଅଧ୍ୟକ୍ଷ ଦିଆଯାଇନାହିଁ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ଡାଟା ଏଣ୍ଟ୍ରି ଅପରେଟରଙ୍କ ଦରମାରେ ଅସଂଗତି ରହୁଛି। ଝରିଗୁମ୍ମା ବ୍ଲକ୍ ଗ୍ରାଣ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୮ ହଜାର ଟଙ୍କା ମିଳୁଥିବାବେଳେ ଏଠାରେ ୭ ହଜାର ଟଙ୍କାରେ ସୀମିତ ରଖାଯାଇଛି। ପ୍ରକଳ୍ପରୁ ବ୍ଲକ୍ ଗ୍ରାଣ୍ଟ ହେବା ପରେ ଯେଉଁଠି ବିଦ୍ୟାଳୟ ଅଛି ସେହି ଜମି ଏ ଯାଏ ବିଦ୍ୟାଳୟ ନାମରେ କରାଯାଇନାହିଁ। ଏ ନେଇ ଉପଜିଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କୁ ପଚାରିବାରୁ ମୁଁ ଠିକ୍ଭାବେ ଏସବୁ ବିଷୟରେ ଅବଗତ ନାହିଁ। ଏ ସମ୍ପର୍କିତ ଅଭିଯୋଗ ଏ ଯାଏ ଆସିନାହିଁ ବୋଲି କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, ନବରଙ୍ଗପୁର View All
ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ
ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...
୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ
ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...
ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଏନେଇ ଦୁଇ ଦଳର...
ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…
ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...
ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..
ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...
ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...
ଗାଁକୁ ଫେରିବା ବେଳେ ବାଇକ୍କୁ ଧକ୍କାଦେଲା ବୁଲେଟ୍, ଚାଲିଗଲା ସଳିତା ବିକାଳିଙ୍କ ଜୀବନ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...
ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ
କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...
Archives


