୨୦୧୯ର ଦ୍ୱିତୀୟ ରନର୍ସ ଅପ୍‌ ଏଥରର ୱିନର୍‌

ଭୁବନେଶ୍ୱର,୭ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ‘ମେଟଲ୍‌ ମିଟ୍‌ ୨୦୨୩’ ରବିବାର ଶେଷ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍‌ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଜୁନିୟର ବର୍ଗରେ କଟକ ସିଡିଏ ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ବିଜେତା ହୋଇଥିବା ବେଳେ ସିନିୟର ଗ୍ରୁପ୍‌ରେ ଏମ୍ସ ଭୁବନେଶ୍ୱର ବାଜିମାତ କରିଛନ୍ତି।

କ’ଣ କୁହନ୍ତି ବିଜେତା ଟିମ୍‌

ଶେଷ ପ୍ରଶ୍ନରେ ହିଁ କମ୍‌ବ୍ୟାକ୍‌ କରି ଜିତିଲୁ
ପ୍ରଥମ ସ୍ଥାନ ଗ୍ରହଣ କରି ବହୁତ ଖୁସି ଲାଗୁଛି। ଏଥର ବହୁତ ଟଫ୍‌ କମ୍ପିଟିଶନ୍‌ ଥିଲା। ସବୁ ଟିମ୍‌ ବହୁତ ଭଲ ଉତ୍ତର ଦେଇଥିଲେ। ଆମେ ଶେଷ ପ୍ରଶ୍ନରେ ହିଁ କମ୍‌ବ୍ୟାକ୍‌ କରି ଜିତିଲୁ, ଯାହା ଖୁବ୍‌ ଏକ୍ସାଇଟିଙ୍ଗ୍‌ ଥିଲା। ପୂର୍ବ ସଂସ୍କରଣରେ ଆମେ ଭାଗ ନେଇଥିଲେ ମଧ୍ୟ ପ୍ରଥମ ହୋଇ ପାରି ନ ଥିଲୁ। ଟିମ୍‌ୱାର୍କ ଭଲ ଥିବାରୁ ସଫଳତା ମିଳିଛି।
– ଏମ୍ସ, ଭୁବନେଶ୍ୱର
ପ୍ରଥମ ଚେଷ୍ଟାରେ ପ୍ରଥମ ରନର୍ସ ଅପ୍‌
ପ୍ରଥମ ଚେଷ୍ଟାରେ ପ୍ରଥମ ରନର୍ସ ଅପ୍‌ ହେବା ବହୁତ ଖୁସି ଆଣି ଦେଇଛି। ସବୁକିିଛି ଏଥର ପ୍ରଥମ। ଲେଭଲ୍‌ ଅଫ୍‌ କମ୍ପିଟିଶନ ଯେମିତି ଥିଲା, ଟିମ୍‌ ସବୁ ଯେମିତି ଥିଲେ। ସେହି ହିସାବରେ ଆମ ପ୍ରସ୍ତୁତି ଅନୁସାରେ ବହୁତ ଖୁସି ଲାଗୁଛି। ଆଶା କରୁଛୁ ଆରବର୍ଷ ଆସିଲେ ବହୁତ ଭଲ କରିବୁ। ଟିମ୍‌ୱାର୍କ ବହୁତ ଭଲ କାମ ଦେଲା। ପ୍ରଶ୍ନ ବହୁତ ଟ୍ରିକି ଥିଲା। ପ୍ରଶ୍ମ ଭିତରେ ଉତ୍ତର ଲୁଚି ରହିଥିଲା। ତାକୁ ଖୋଜି ପାଇବାକୁ ମଧ୍ୟ ସେତିକି କଷ୍ଟ ଲାଗୁଥିଲା।
– ଭିମ୍‌ସାର୍‌,ବୁର୍ଲା
ମାଇନସ୍‌ରେ ରହି ଡିମୋରାଲାଇଜ୍ଡ ହୋଇଯାଇଥିଲୁ
ପ୍ରଥମ, ଦ୍ୱିତୀୟ ରାଉଣ୍ଡରେ ଆମେ ମାଇନସ୍‌ରେ ଥିଲୁ। ପରିସ୍ଥିତି ବହୁତ କଷ୍ଟକର ହୋଇ ପଡ଼ିଥିଲା। ଆମେ ପୂରା ଡିମୋରାଲାଇଜ୍ଡ ହୋଇ ଯାଇଥିଲୁ। କ’ଣ କେମିତି ହେବ। କୋଭିଡ ପରେ ଆସିଛୁ। ଏଥର ଜିତିବୁ ନ ଜିତିବୁ। ସେ ସବୁ ଭିତରେ ମିରାକିଲ୍‌ ହେଲା। ପଞ୍ଚମ ରାଉଣ୍ଡରେ କେମିତି କ’ଣ କରି, ଟିମ୍‌ ୱାର୍କ, ହାର୍ଡ ୱାର୍କ, ଭଗବାନଙ୍କ ଦୟାରୁ ଠିକ୍‌ ଉତ୍ତର ବାଜିଲା। ୨୦୧୯ରେ ୪ର୍ଥ ସ୍ଥାନରେ ଥିଲୁ। ଆରବର୍ଷ ବି ଆମ ପିଲାମାନେ ଆସି ବହୁତ ଭଲ କରିବେ।
– ଆଇଆଇଟି, ଭୁବନେଶ୍ୱର
ନଲେଜ୍‌, ଲକ୍‌, ଲଜିକ୍‌
ପ୍ରଥମ ସ୍ଥାନ ଗ୍ରହଣ କରି ବହୁତ ଖୁସି ଲାଗୁଛି। ଲଜିକ୍‌, ନଲେଜ୍‌, ଲକ୍‌ ଏହି ୩ ବଳରେ ଆମେ ଆଜି ଏହି ସଫଳତା ପାଇପାରିଛୁ। ପ୍ରଶ୍ନ ବହୁ କଷ୍ଟ ଥିଲା। ସମସ୍ତେ ନିଜ ନିଜର ବେଷ୍ଟ୍‌ ଦେବାକୁ ଚେଷ୍ଟା କରିଥିଲୁ। ପ୍ରିଲିମ୍ସରେ ଉତ୍ତର ଦେଇ ଆମେ ଗ୍ରାଣ୍ଡ ଫିନାଲେରେ ପହଞ୍ଚିପାରିଲୁ। ଲୟୋଲା ସ୍କୁଲ, ଡିଏଭି ପୋଖରୀପୁଟ, କଳିଙ୍ଗନଗରଙ୍କ ସହ କମ୍ପିଟିଶନ୍‌ ଟଫ୍‌ ଥିଲା।
– ଡିଏଭି, ସିଡିଏ, ଭୁବନେଶ୍ୱର
ଛୋଟ ଭୁଲ୍‌ ପାଇଁ ପଛକୁ ରହିଗଲୁ
ଖୁସି ତ ଅଲଗା କଥା, ନର୍ଭସ୍‌ନେସ୍‌ ଓ ଡର ଥିଲା। କାରଣ ଯେଉଁ ଜାଗାରେ ଆମେ ଜିତି ପାରିଥାନ୍ତୁ, ସେ ଜାଗାରେ ଛୋଟ ଭୁଲ ପାଇଁ ପଛକୁ ରହିଗଲୁ। ଆମେ ଭୁଲ୍‌ କରୁ ଆଉ ତା’ଠୁ ଶିଖୁ ମଧ୍ୟ। ଆଜିର ଭୁଲ୍‌ ବହୁତ କିଛି ଶିକ୍ଷା ଦେଲା। ଆଗକୁ କୌଣସି ପ୍ରତିଯୋଗିତାକୁ ଗଲେ ଯେତେବେଳେ ଆମେ ଜିତିବା ସ୍ଥାନରେ ରହିଥିବୁ, ସେତେବେଳେ କିଛି ବଡ ରିସ୍କ ନେବୁନୁ। କିନ୍ତୁ ପୁରା ଟିମ୍‌ର ଭଲ ଅନୁଭୁତି ରହିଲା।
– ଲୟୋଲା, ଭୁବନେଶ୍ୱର
ଲାଷ୍ଟ ମୋମେଣ୍ଟରେ ଛକା ମାରିଦେଲୁ
ପ୍ରଥମରୁ କଷ୍ଟ ଥିଲା। ପରେ ପଜଲ୍‌ ଆରମ୍ଭ ହେଲା। ଟିକେ କସରତ କରିଥିଲେ ଆହୁରି ଭଲ ହୋଇପାରିଥାନ୍ତା। ତଥାପି ବହୁତ ଖୁସି ଲାଗୁଛି। ପ୍ରଶ୍ନ ବହୁତ କଷ୍ଟ ଥିଲା। ଆମେ ଆଶା କରି ନ ଥିଲୁ ପାଇବୁ ବୋଲି। କିନ୍ତୁ ଲାଷ୍ଟ ମୋମେଣ୍ଟରେ ଆମେ ଛକା ମାରିଦେଲୁ। ଆରମ୍ଭରୁ ଯେତେବେଳେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇଦେଲୁ ତା’ ପରେ କନଫିଡେନ୍ସ ଆସିଗଲା।
-ବ୍ଲେସ୍‌ଡ ସାକ୍ରାମେଣ୍ଟ, ପୁରୀ

ରିଲାକ୍ସ ଦେଲା ଆୟୁଷଙ୍କ ବିଟ୍‌ ବକ୍ସିଂ

କୁଇଜ୍‌ର ଟେନ୍‌ସନ୍‌ ମାହୋଲରେ ରିଲାକ୍ସ ଆଣିଥିଲା ଆୟୁଷଙ୍କ ବିଟ୍‌ ବକ୍ସିଂ। ଓଡ଼ିଆ, ଇଂଲିଶ ଓ ହିପହପ୍‌ ଭଳି ଧ୍ୱନିରେ ସେ ଉପସ୍ଥିତ ଦର୍ଶକ ଓ ପ୍ରତିଯୋଗୀଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ କହିଥିଲେ, ପ୍ରଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ବହୁତ ଖୁସି ଲାଗୁଛି। ଆଶା କରୁଛି ପିଲାଙ୍କ ଚାପ କିଛି ମାତ୍ରାରେ ହାଲୁକା କରି ପାରିଛି। ଆଗକୁ କ’ଣ ହେବ ତା’ ନ ଭାବି ବର୍ତ୍ତମାନକୁ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri