Odisha Elections 2024

ଅପମିଶ୍ରିତ ଖାଦ୍ୟ ବିକ୍ରି ଉପରେ କଟକଣା ନାହିଁ

ନୟାଗଡ଼,୭ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ବିଭିନ୍ନ ହୋଟେଲ, ଢ଼ାବା, ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନରେ ସୁଆଦିଆ ଖାଦ୍ୟ ନଁାରେ ବାସି, ଅପମିଶ୍ରିତ ଓ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି। ଗ୍ରାହକ ଆହାର ବଦଳରେ ଜହର ଖାଇ ରୋଗ କିଣିଛନ୍ତି। ପ୍ରଶାସନର ଧରପଗଡ଼, ନମୁନା ସଂଗ୍ରହ ହେଉ ନ ଥିବାରୁ ଅସାଧୁ ତଥା ଲାଭଖୋର ବ୍ୟବସାୟୀମାନେ ଗ୍ରାହକଙ୍କୁ ଏପରି ନିମ୍ନମାନର ଖାଦ୍ୟ ବିକ୍ରି କରୁଛନ୍ତି।
ଜିଲାରେ ପ୍ରତିଦିନ ନୂଆ ହୋଟେଲ, ଢ଼ାବା, ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନ ଖୋଲୁଛି ଓ ବନ୍ଦ ହେଉଛି। ସେଥି ମଧ୍ୟରୁ କିଏ ସ୍ବିକୃତୀପ୍ରାପ୍ତ ଓ କିଏ ଅଣସ୍ବିକୃତୀପ୍ରାପ୍ତ ଗ୍ରାହକ ଜାଣି ପାରୁନାହାନ୍ତି। ଜିଲାର ରଣପୁର, ରାଜସୁନଖଳା, ଦର୍ପନାରାୟଣପୁର, ଚାନ୍ଦପୁର, ଡମସାହି, ଖଣ୍ଡପଡ଼ା, ଖଳିସାହି, କଣ୍ଟିଲୋ, ଓଡ଼ଗଁା, ଶରଣକୁଳ, ଗୋଡିପଡ଼ା, କଜଳାଇପଲୀ, ମଗରବନ୍ଧ, ନୂଆଗଁା, ବାହାଡ଼ାଝୋଲା, ମହୀପୁର, ଦଶପଲ୍ଲା, ବାଣିଗୋଛା, ଗଣିଆ, ଛାମୁଣ୍ଡିଆ, ନୟାଗଡ଼, ଇଟାମାଟି, ପଣ୍ଡୁସର, ବାଲୁଗଁା, ଭାପୁର, ଫତେଗଡ଼, ବାଇଗୁଣିଆ, ବାହାଡ଼ା ଅଞ୍ଚଳରେ ରହିଥିବା ଅଧିକାଂଶ ହୋଟେଲ, ଢ଼ାବା ଓ ଜଳଖିଆ ଦୋକାନରେ ଅପମିଶ୍ରିତ ଓ କମ୍‌ ଦାମର ତେଲ, ଘିଅରେ ପ୍ରସ୍ତୁତ ଜଳଖିଆ ଏବଂ ଖାଦ୍ୟପଦାର୍ଥ ବିକ୍ରି ଚାଲିଛି। ସେହିପରି ଫାଷ୍ଟଫୁଡ୍‌ ଦୋକାନରେ ମଧ୍ୟ ଦୂଷିତ ଓ ଅପମିଶ୍ରିତ ଖାଦ୍ୟ ବିକ୍ରି ହେଉଛି। ନୟାଗଡ଼ ସହରରେ ୭ ବଡ଼ ହୋଟେଲ, ୬ ମଧ୍ୟମ ଧରଣର ହୋଟେଲ, ୯ରୁ ଊର୍ଦ୍ଧ୍ୱ ଛୋଟ ହୋଟେଲ, ୧୦ ରେଷ୍ଟୁରାଣ୍ଟ, ୧୬ରୁ ଊର୍ଦ୍ଧ୍ୱ ଫାଷ୍ଟଫୁଡ ଦୋକାନ ରହିଛି। ରାଜ୍ୟର ପ୍ରତ୍ୟେକ ଜିଲାରେ ନିଯୁକ୍ତ ଫୁଡ୍‌ ସେଫ୍ଟି ଅଫିସର ସେମାନଙ୍କ ଅଞ୍ଚଳରେ ବିକ୍ରି ହେଉଥିବା ଖାଦ୍ୟର ପ୍ରକୃତମାନ ନିରୂପଣ ପାଇଁ ଏହାକୁ ପରୀକ୍ଷାଗାରକୁ ପଠାଇବା ପରେ ୪୦ଦିନ ମଧ୍ୟରେ ରିପୋର୍ଟ ମିଳିବାର ନିୟମ ରହିଛି। ଯଦି କୌଣସି ଜରିଆରେ ଅପମିଶ୍ରଣ ଅଥବା ଦୂଷିତ ଖାଦ୍ୟ ବିକ୍ରି ହେଉଥିବା ପ୍ରମାଣଯୋଗ୍ୟ ରିପୋର୍ଟ ମିଳେ ତେବେ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି। କିନ୍ତୁ ଜିଲାରେ ଏହି ଆଇନ ଫାଇଲ ଭିତରେ ରହିଯାଇଛି। ଅନେକସ୍ଥାନରେ ଦୂଷିତ ଜଳ ପିଇବାକୁ ଦିଆଯାଉଥିବା ଲକ୍ଷ୍ୟ କରାଯାଉଛି। ବୁଲା ବିକାଳୀମାନେ ଦହିବରା, ଗୁପଚୁପ ଆଦି ନିମ୍ନମାନର ଖାଦ୍ୟପଦାର୍ଥ ଗଁା ଓ ସହରର ବିଭିନ୍ନ ୱାର୍ଡରେ ବିକ୍ରି କରୁଛନ୍ତି। କାର୍ଯ୍ୟାନୁଷ୍ଠାନ ନ ଥିବାରୁ ବଢ଼ି ଚାଲିଛି ଏପରି ଖାଦ୍ୟ ସାମଗ୍ରୀ ବିକ୍ରି।
ଏନେଇ ନୟାଗଡ଼ର ଗ୍ରାହକ ସଦାଶିବ ସାହୁ, ଭାପୁରର ଗୋଲାପ ଦଳେଇ, ନୂଆଗଁାର ସୀତା ପ୍ରଧାନ କୁହନ୍ତି, ବିଭିନ୍ନ କାମ ନେଇ ଲୋକମାନେ ଜିଲା ସଦର ମହକୁମା, ବ୍ଳକ ସଦର ମହକୁମା, ଏନଏସି, ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସହ ବିଭିନ୍ନ ଅଫିସକୁ ଆସୁଛନ୍ତି। ସେହି ଲୋକମାନେ ଖାଉଥିବା ଖାଦ୍ୟ କେତେ ନିରାପଦ ତାହା ଜାଣିବାକୁ ଚେଷ୍ଟା କରି ନ ଥାନ୍ତି। ପୁଣି ରୋଷେଇ ହେଉଥିବା ସ୍ଥାନକୁ ଯିବାକୁ ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ରୋଷେଇ ଘରକୁ ହୋଟେଲ, ଢ଼ାବା, ଜଳଖିଆ ଦୋକାନୀ ଛାଡି ନ ଥାନ୍ତି। ଏଭଳି ସ୍ଥଳେ ଫୁଡ୍‌ ସେପ୍ଟି ଅଫିସର ଅଚାନକ ପରିଦର୍ଶନ, ଚଢ଼ାଉ ଜାରି ରଖିଲେ ବ୍ୟବସାୟୀମାନେ ଭୟଭୀତ ହୁଅନ୍ତେ। ତେବେ ସେପରି କିଛି ନ ଥିବାରୁ ଅପମିଶ୍ରଣ, ନିମ୍ନମାନର ଓ ବାସି ଖାଦ୍ୟ ଖାଇଲେ କିଛି କରି ହେଉନି। ଖାଦ୍ୟର ମାନ ସମ୍ପର୍କରେ ପାଟିତୁଣ୍ଡ କଲେ ସୁଫଳ ମିଳୁନି। ବରଂ ଗଣ୍ଡଗୋଳ ଓ ଉତ୍ତେଜନା ସୃଷ୍ଟି ହେଉଛି। ଗ୍ରାହକ ଖାଦ୍ୟର ମାନ ଭଲ ନୁହେଁ ଅଭିଯୋଗ କଲାବେଳକୁ ତାଙ୍କର ଅଭିଯୋଗ ଶୁଣିବାକୁ କେହି ନାହାନ୍ତି। କେଉଁଠି ସେ ଅଭିଯୋଗ କରିବ ସେ ଜାଣି ନ ଥାଆନ୍ତି। ଫୁଡ ସେଫ୍ଟି ଅଫିସର ନବ ସାହୁ କୁହନ୍ତି, ଧରପଗଡ଼ ନମୁନା ସଂଗ୍ରହ ଜାରି ରହିଛି। ଏକାଧିକ ହୋଟେଲ ବିରୋଧରେ ମକଦ୍ଦମା କରାଯାଇଛି। ଆଗାମୀ ଦିନରେ ଚଢ଼ାଉକୁ ତ୍ୱରାନ୍ବିତ କରାଯିବ ବୋଲି କହିଛନ୍ତି। ଜିଲା ଜନ ସ୍ବାସ୍ଥ୍ୟ ଅଧିକାରୀ ପୁଷ୍ପା ନୀଳିମା ଲାକ୍ରା କୁହନ୍ତି ବାସି, ଅପମିଶ୍ରିତ ଓ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବାର ଅଭିଯୋଗ ଆସୁଥିବାରୁ ଖୁବ ଶୀଘ୍ର ଚଢ଼ାଉ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ସୁନ୍ଦରଗଡ଼ରୁ ଜବତ ହେଲା ୨ ଲକ୍ଷ ୪୨ ହଜାର ଟଙ୍କା

ସୁନ୍ଦରଗଡ଼,୧୮।୫: ସୁନ୍ଦରଗଡ଼ ଜିଲା ଭଷ୍ମା ଥାନା ଅଧୀନ କଇଁସରା ଗ୍ରାମରୁ ପୋଲିସ ୨ ଲକ୍ଷ ୪୨ ହଜାର ଟଙ୍କା ଜବତ କରିଛି। ଜବତ ଟଙ୍କା ସମ୍ପର୍କରେ...

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ...

ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା

ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି।...

ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ...

ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ

ଡେରାବିଶ, ୧୮ା୫(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ। ୨୦୨୨ ମସିହାରେ...

ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା

ରଘୁନାଥପୁର,୧୮ା୫(ରାଜେନ୍ଦ୍ର ନାରାୟଣ ସିଂହ):ପାଇଥିବା ମନିପର୍ସ ଫେରାଇ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି ଜଣେ ମହିଳା। ସେ ହେଲେ ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମର ଅହମ୍ମଦ ରାଜା...

୮୬୭ ବୁଥ୍‌ରେ ହେବ ୱେବ୍‌କାଷ୍ଟିଂ

କେନ୍ଦ୍ରାପଡ଼ା,୧୮ା୫(ଜଗନ୍ନାଥ ଧଳ): ଜୁନ୍‌ ୧ରେ ସାଧାରଣ ନିର୍ବାଚନର ମତଦାନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୪୪୫ ମଧ୍ୟରୁ...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri