ଶିମିଳିପାଳ, ବାଘ ସୁରକ୍ଷା ପାଇଁ ଜଏଣ୍ଟ ଟାସ୍କଫୋର୍ସ

ଭୁବନେଶ୍ୱର/ବାରିପଦା,୩।୮(ଅସମାପିକା ସାହୁ/ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ୍‌) ଗଠନ କରାଯାଇଛି। ଏନେଇ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ୨ ବନ କର୍ମଚାରୀଙ୍କୁ ଶିକାରୀମାନେ ଗୁଳିକରି ହତ୍ୟା କରିବା ପରେ ବନ ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ସଶସ୍ତ୍ର ଶିକାରୀଙ୍କୁ ମୁକାବିଲା କରିବାରେ ଏହି ଟିମ୍‌ ବଡ଼ ଦାୟିତ୍ୱ ତୁଲାଇବ। ଟାସ୍କ ଫୋର୍ସରେ ୧୦୦ ସଶସ୍ତ୍ର ପୋଲିସ କନ୍‌ଷ୍ଟେବଲ, ୩ ରେଞ୍ଜ ଅଫିସର, ୬ ଫରେଷ୍ଟର ଓ ୮୧ଜଣ ଫରେଷ୍ଟ ଗାର୍ଡଙ୍କୁ ସାମିଲ କରାଯାଇଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆର୍‌ସିସିଏଫ୍‌) ଟାସ୍କ ଫୋର୍ସର ଅଧ୍ୟକ୍ଷ ରହିଛନ୍ତି। ସେହିପରି ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ସମେତ ଶିମିଳିପାଳ ଉତ୍ତର ବନଖଣ୍ଡର ଉପନିର୍ଦ୍ଦେଶକ, ମୟୂରଭଞ୍ଜର ଅତିରିକ୍ତ ଏସ୍‌ପି କିମ୍ବା ଡିଏସ୍‌ପି ର଼୍ୟାଙ୍କ୍‌ର ପୋଲିସ ଅଧିକାରୀ ଓ ଶିମିଳିପାଳ ସାଉଥ୍‌ ଜୋନ୍‌ର ସହକାରୀ ବନ ସଂରକ୍ଷକ ଏଥିରେ ପ୍ରମୁଖ ସଦସ୍ୟ ରହିଛନ୍ତି।
ଶିମିଳିପାଳ ମହାବଳ ବାଘଙ୍କ ଉତ୍ତମ ପ୍ରଜନନ ସ୍ଥାନ ହୋଇଥିବାରୁ ଏଠାରେ ବାଘ ସଂଖ୍ୟା ବୃଦ୍ଧି ପାଉଛି। ଅନ୍ୟପକ୍ଷରେ କଲରାପତରିଆ ବାଘ ସଂଖ୍ୟା କମିବାରେ ଲାଗିଛି। ଅଭୟାରଣ୍ୟରେ ବାଘ ଶିକାର ବନ୍ଦ ହେଉ ନ ଥିବାରୁ ଯେଉଁ ଅନୁସାରେ ବାଘ ସଂଖ୍ୟା ବଢ଼ିବା କଥା ତାହା ହେଉନାହିଁ। ବିଶେଷକରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ମହାବଳ, କଲରାପତରିଆ ବାଘ ଓ ହାତୀ ଶିକାର ବର୍ଷ ତମାମ ଲାଗି ରହୁଛି। ଶିକାରୀମାନେ ଶକ୍ତିଶାଳୀ ହୋଇଉଠିବା ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଏହି ବେଆଇନ କାର୍ଯ୍ୟ ଚଳାଇଥିବାବେଳେ ସୁରକ୍ଷା ଦାୟିତ୍ୱରେ ଥିବା ବନ ଅଧିକାରୀ ଓ କର୍ମଚାରୀ ବିନା ଅସ୍ତ୍ରରେ ସେମାନଙ୍କୁ ମୁକାବିଲା କରିପାରୁ ନାହାନ୍ତି କି ଅଭୟାରଣ୍ୟ ଓ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ସକ୍ଷମ ହେଉନାହାନ୍ତି। ଅଭୟାରଣ୍ୟରେ ବାଘ ସଂଖ୍ୟା ବଢ଼ାଇବା ଓ ସଂରକ୍ଷଣ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ) ବାର୍ଷିକ ୧୨ ରୁ ୧୩ କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଗତ ୧୨ ବର୍ଷ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି। ହେଲେ ଶିକାରୀଙ୍କ ରାଜ୍‌ ଅଭୟାରଣ୍ୟ ଓ ବନ୍ୟପ୍ରାଣୀଙ୍କ ପାଇଁ ବଡ଼ ବିପଦ ସାଜିଛି। କିଛିଦିନ ତଳେ ପାଟ୍ରୋଲିଂବେଳେ ଶିକାରୀ ଗୁଳିରେ ଦୁଇ ବନପାଳଙ୍କ ମୃତ୍ୟୁ ହେବା ପରେ ଚିନ୍ତା ବଢ଼ିଛି। ପୂର୍ବରୁ ସରକାର ବହୁ ପଦକ୍ଷେପ ନେଇଥିଲେ ମଧ୍ୟ ଅଭୟାରଣ୍ୟ ଓ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ହୋଇଛି। ଏବେ ନବଗଠିତ ଜେଟିଏଫ୍‌ ଅଭୟାରଣ୍ୟକୁ କେତେ ସୁରକ୍ଷା ଦେବ ତାହାକୁ ନେଇ ମଧ୍ୟ ନାନା ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri