Posted inଜାତୀୟ

ମୋଦିଙ୍କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ,୨ା୮: ଦିଲ୍ଲୀ ସେବା ଅଧ୍ୟାଦେଶ ସମ୍ପର୍କିତ କେନ୍ଦ୍ର ସରକାର ଆଣିଥିବା ଗଭର୍ନମେଣ୍ଟ ଅଫ୍‌ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ (ସଂଶୋଧନ) ବିଲ୍‌, ୨୦୨୩କୁ ବିଜେଡି ସମର୍ଥନ କରିଥିବା ମଙ୍ଗଳବାର ଘୋଷଣା କରିଛି। ସେହିପରି ବିରୋଧୀ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ପକ୍ଷରୁ କେନ୍ଦ୍ର ବିରୋଧେରେ ଆଗତ ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଦେବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ସିପି ଦିଲ୍ଲୀ ଅମଲାତନ୍ତ୍ରୀଙ୍କ ନିଯୁକ୍ତି ଓ ବଦଳି ପ୍ରସଙ୍ଗରେ କେନ୍ଦ୍ର ସରକାର ଆଣିଥିବା ଏହି ବିଲ୍‌କୁ ସମର୍ଥନ ଘୋଷଣା କରିବା ପରେ ବିଜେଡି ହେଉଛି ଏହି କ୍ଷେତ୍ରରେ ଦ୍ୱିତୀୟ ଦଳ। ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ ଘୋଷଣା ଫଳରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରକୁ ଆଶ୍ୱସ୍ତି ମିଳିଛି। ବିଶେଷକରି ରାଜ୍ୟ ସଭାରେ ଶାସକ ପକ୍ଷର ସଂଖ୍ୟାଗରିଷ୍ଠତା ନ ଥିବାବେଳେ ବିଜେଡିର ଉକ୍ତ ନିଷ୍ପତ୍ତି ସରକାରଙ୍କୁ ସୁହାଇବ। ରାଜ୍ୟ ସଭାରେ ବିଜେଡି ନେତା ସସ୍ମିତ ପାତ୍ର କହିଛନ୍ତି, ଆମ ଦଳ ଏହି ବିଲ୍‌କୁ ସମର୍ଥନ କରିବ। ଅନାସ୍ଥା ପ୍ରସ୍ତାବ ବିରୋଧରେ ମଧ୍ୟ
ଭୋଟ ଦେବୁ। ଏଥିଲାଗି ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ବିଜେଡି ପକ୍ଷରୁ ଏମ୍‌ପିମାନଙ୍କ ପାଇଁ ୩ ଧାଡ଼ିଆ ହୁଇପ୍‌ ଜାରି କରାଯାଇଛି। ରାଜ୍ୟ ସଭାରେ ବିଜେଡିର ୯ ଏମ୍‌ପି ଅଛନ୍ତି। ଓ୍ବାଇଏସ୍‌ଆର୍‌ କଂଗ୍ରେସର ମଧ୍ୟ ଉଚ୍ଚ ସଦନରେ ୯ ସଦସ୍ୟ ରହିଛନ୍ତି। ଦୁଇଦଳର ଏମ୍‌ପିଙ୍କୁ ମିଶାଇଲେ ୧୮ ହେଉଥିବାରୁ ଦିଲ୍ଲୀ ଅମଲାତନ୍ତ୍ରୀ ନିୟନ୍ତ୍ରଣ ସମ୍ପର୍କିତ କେନ୍ଦ୍ରର ବିଲ୍‌କୁ ଗୃହୀତ କରାଇବାରେ ଅସୁବିଧା ହୋଇ ନ ପାରେ। ଏନ୍‌ଡିଏ ଅଂଶିଦାର ନ ହୋଇ ମଧ୍ୟ ଏହି ଦୁଇ ଦଳ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦି ସରକାରଙ୍କୁ ସମର୍ଥନ କରିଆସିଛନ୍ତି।
୨୩୮ ଆସନ ବିଶିଷ୍ଟ ରାଜ୍ୟ ସଭାରେ ଶାସକ ଏନ୍‌ଡିଏର ଏମ୍‌ପିଙ୍କ ସଂଖ୍ୟା ୧୦୦ରୁ ଅଧିକ। ମନୋନୀତ, ସରକାରଙ୍କୁ ସମର୍ଥନ କରିଆସୁଥିବା ସ୍ବାଧୀନ ଏମ୍‌ପି ଏବଂ ବିଜେଡି-ଓ୍ବାଇଏସ୍‌ଆର୍‌ସିପି ସଦସ୍ୟଙ୍କ ସମର୍ଥନ ମିଳିଲେ ସରକାର ସଂଖ୍ୟାଗରିଷ୍ଠତା ହାସଲ କରି ଅନାୟାସରେ ବିଲ୍‌କୁ ଗୃହୀତ କରାଇନେବେ। ଅନ୍ୟପକ୍ଷେ ରାଜ୍ୟ ସଭାରେ ‘ଇଣ୍ଡିଆ’ର ପ୍ରାୟ ୧୦୯, ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏବଂ କପିଲ ସିବଲଙ୍କ ଭଳି କେତେଜଣ ସ୍ବାଧୀନ ଏମ୍‌ପି ଉକ୍ତ ବିଲ୍‌ ବିରୋଧରେ ଭୋଟ ଦେଇପାରନ୍ତି ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି। ରାଜ୍ୟ ସଭାର ମୋଟ ଆସନ ସଂଖ୍ୟା ୨୪୩। କିନ୍ତୁ କେତୋଟି ଆସନ ଖାଲି ପଡ଼ିଛି। ଇଣ୍ଡିଆର ୨୬ ଦଳ ମଧ୍ୟରୁ ୧୮ ଦଳର ମୋଟ ସଦସ୍ୟ ସଂଖ୍ୟା ୧୦୧। ଏହି ବ୍ଲକ୍‌ ସହ ବିଆର୍‌ଏସ୍‌ର ୭ ଏମ୍‌ପି ବିଲ୍‌କୁ ବିରୋଧ କରିପାରନ୍ତି। ଲୋକ ସଭାରେ ମୋଟ ଆସନ ସଂଖ୍ୟା ୫୪୩ ହୋଇଥିବାବେଳେ ୬ ଆସନ ଖାଲିପଡ଼ିଛି। ନିମ୍ନ ସଦନରେ କେବଳ ଭାଜପାର ସଦସ୍ୟ ସଂଖ୍ୟା ୩୦୫ ହୋଇଥିବାରୁ ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇବା ନିଶ୍ଚିତ। ଏଭଳି ସ୍ଥିତିରେ ବିଜେଡିର ୧୨ ସଦସ୍ୟ ଏହି ପ୍ରସ୍ତାବ ବିରୋଧରେ ଭୋଟ ଦେବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଇତିହାସ ରଚିଲା Dhurandhar: ଟିକସ ଛାଡ଼ ଘୋଷଣା କଲେ…

ମୁମ୍ବାଇ,୨।୧: ଫିଲ୍ମ “ଧୁରନ୍ଧର” ଡିସେମ୍ବର ୫, ୨୦୨୫ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ସାରା ବିଶ୍ୱରେ ହିଟ ହୋଇଥିଲା ଏବଂ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ନୂଆବର୍ଷରେ ମାଙ୍କଡ଼ କିଣିବା ପାଇଁ ମାଡ଼ପିଟ୍‌, ଗୋଟିକର ଦାମ୍‌…

ବେଜିଂ,୨ା୧: ନୂଆବର୍ଷ ପାଇଁ ଚାଇନାରେ ମାଙ୍କଡ଼ର ପ୍ରବଳ ଚାହିଦା ବଢ଼ିଛି। ପୂର୍ବରୁ କିଛି ହଜାର ଟଙ୍କାରେ ବିକ୍ରି ହେଉଥିବା ମାଙ୍କଡ଼ଗୁଡ଼ିକ ଏବେ ବେଜିଂରେ ୨୫ ଲକ୍ଷ...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri