ଥମିଯାଇଛି ସ୍ଥାନୀୟ ନିଯୁକ୍ତି, ଦୁର୍ନୀତି ପ୍ରସଙ୍ଗ

ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ରାଜନୀତିରେ ବିରୋଧୀଙ୍କ ଭୂମିକା ଅତି ନଗଣ୍ୟ। ତୃଣମୂଳସ୍ତରରେ ବିରୋଧୀଙ୍କ ସଂଗଠନ ଅତି ଦୁର୍ବଳ ରହିଥିବାବେଳେ ସବୁଠି ପ୍ରାୟ ଫାଳ ଫାଳ। ଶାସକ ବିଜେଡିର ସଂଗଠନ ଆଗରେ ବିରୋଧୀ ସମ୍ପୂର୍ଣ୍ଣ ଭାବେ ହାତ ଟେକିଦେଇଥିବା ମନେହେଉଛି। ସାଧାରଣ ନିର୍ବାଚନ ପାଇଁ ପ୍ରାୟ ସମସ୍ତ ଦଳ ଏବେଠୁ ସଜବାଜ ହେଉଛନ୍ତି। କିନ୍ତୁ ଜିଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଭୁଲିଯାଇ କିଛି ହାଲୁକା ଘଟଣାକୁ ଧରି ବିରୋଧୀ ନିଜର ବଳ ପ୍ରଦର୍ଶନ କରିବାରେ ମଗ୍ନ ରହିଛନ୍ତି। ବିରୋଧୀଙ୍କ ଏଭଳି କାର୍ଯ୍ୟ ଜିଲାର ନିଷ୍ପେଷିତ, ଅସହାୟ, ଗରିବ ଲୋକଙ୍କ ଆସ୍ଥାଭାଜନ ହେବାରେ ଯଥେଷ୍ଟ ହେଉନାହିଁ। ସ୍ଥାନୀୟ ନିଯୁକ୍ତି, ଶିକ୍ଷା, ଗମନାଗମନ, ସ୍ବାସ୍ଥ୍ୟ ଭଳି ମୌଳିକ ସମସ୍ୟାଗୁଡ଼ିକର ସମାଧାନ କରିବାରେ ଶାସକ ବିଜେଡି ଆଜି ବି ସମ୍ପୂର୍ଣ୍ଣ ଭାବେ ସଫଳ ହୋଇପାରିନାହିଁ। ବିରୋଧୀ ଦଳଗୁଡ଼ିକ ଏହାର ସୁଯୋଗ ନେବାରେ ବିଫଳ ହୋଇଛନ୍ତି। ଏହିସବୁ ବିରୋଧରେ କୌଣସି ଏକ ବଡ଼ଧରଣର ଆନ୍ଦୋଳନ କିମ୍ବା ଶୋଭାଯାତ୍ରା ହେଉଥିବା ଦେଖିବାକୁ ମିଳୁନାହିଁ। ଜିଲା ବିଜେଡିର ସଂଗଠନ ଗ୍ରାମାଞ୍ଚଳସ୍ତରରେ ଏକକ ସୈନିକ ଭଳି ଆଧିପତ୍ୟ ବିସ୍ତାର କରି ଚାଲିଛି। କିନ୍ତୁ ବିରୋଧୀ ଦଳର ନେତୃବର୍ଗ ଗଣମାଧ୍ୟମରେ ମନ୍ତବ୍ୟ ଦେବାରେ ସିଦ୍ଧହସ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମନୋବଳର ଅଭାବ ଏବଂ କେନ୍ଦ୍ର ସରକାରଙ୍କ ହାୱା ଉପରେ କେବଳ ଭରସା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି।
କେନ୍ଦ୍ର ଓ ରାଜ୍ୟସ୍ତରରେ ପ୍ରଣୀତ ହେଉଥିବା ବିଭିନ୍ନ ଯୋଜନା ତଥା ରାଶନ କାର୍ଡ, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାଇଖାନା, ଏମ୍‌ଜିଏନ୍‌ଆରଇଜିଏସ୍‌, ଗ୍ରାମାଞ୍ଚଳକୁ ରାସ୍ତା ନିର୍ମାଣ, ଧାନକିଣା ଆଦି ସରକାରୀ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଆଉ ଲୁଚି ଛପି ରହିନାହିଁ। କୌଣସି ଏକ ଦୁର୍ନୀତି କିମ୍ବା ଅବହେଳା ବିରୋଧରେ ବିରୋଧୀ ଭାଜପା ଓ କଂଗ୍ରେସ ସଫଳ ହେବା ଦେଖିବାକୁ ମିଳୁନାହିଁ। ଜିଲାର ଶତାଧିକ ଗ୍ରାମକୁ ସଡ଼କ ସଂଯୋଗ ବାକି ରହିଛି। ଯେଉଁମାନେ ବାସ୍ତବ ହିତାଧିକାରୀ ସେମାନଙ୍କୁ ଆବାସ ଯୋଜନା ଏବଂ ରାଶନ କାର୍ଡ ପ୍ରଦାନ କରାଯାଇ ପାରିନାହିଁ। ଠିକାଦାରି ରାଜନୀତିକୁ ଗୁରୁତ୍ୱ ଦିଆଯାଉଥିବାବେଳେ କଳିଙ୍ଗନଗର ଶିଳ୍ପ ଓ ସୁକିନ୍ଦା ଖଣି ଅଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଛି। ଅଣଓଡ଼ିଆଙ୍କୁ ଉଚ୍ଚସ୍ତରରେ ନିଯୁକ୍ତି ଦିଆଯାଉଥିବାବେଳେ ସମାନ ଶିକ୍ଷାଗତ ଯୋଗ୍ୟତା ଥିବା ଓଡ଼ିଆ ଯୁବତୀଯୁବକଙ୍କୁ ସାମାନ୍ୟ ପଦପଦବୀରେ ନିଯୁକ୍ତି ମିଳୁଛି। ଆବଶ୍ୟକସ୍ଥଳେ ସେମାନଙ୍କୁ ବହୁ ନିର୍ଯାତନା ଦେଇ ଚାକିରି ଛାଡ଼ିବାକୁ ପରୋକ୍ଷରେ ବାଧ୍ୟ କରାଯାଉଛି। ଜମିବାଡି ହରାଇଥିବା ପ୍ରଭାବିତ ଲୋକେ ନିଯୁକ୍ତି ପାଇଁ ଯେତେ ଆନ୍ଦୋଳନ କଲେ ବି କିଛି ସୁଫଳ ମିଳିପାରୁନାହିଁ। ସେମାନଙ୍କ ସପକ୍ଷରେ କୌଣସି ବିରୋଧୀ ଦଳ ନେତୃବର୍ଗ ଠିଆହେବାର ଉଦାହରଣ ଦେଖିବାକୁ ମିଳୁନାହିଁ। ପ୍ରାୟ ସମସ୍ତ ମେଗା ଉଠା ଜଳସେଚନ ଏବଂ ପାନୀୟ ଜଳ ପ୍ରକଳ୍ପରେ ଅଣଓଡ଼ିଆ ଠିକାସଂସ୍ଥା ନିୟୋଜିତ ହୋଇ ଲୁଟିବାରେ ଲାଗିଛନ୍ତି। ଏହିସବୁ ପ୍ରକଳ୍ପରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ସମ୍ପୃକ୍ତ ଅଞ୍ଚଳବାସୀ ପାଣି ପାଇଁ ଡହଳବିକଳ ହେଉଛନ୍ତି। କିନ୍ତୁ ବିରୋଧୀ ଦଳଗୁଡ଼ିକ କ’ଣ ପାଇଁ ନୀରବ ରହୁଛନ୍ତି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଏହିସବୁ ମୂଳକୁ ଛାଡ଼ି ଅମୂଳକ ବିଷୟକୁ ନେଇ ଦାବି ଓ ଆନ୍ଦୋଳନ ବିରୋଧୀଙ୍କ ପାଇଁ କାଳ ହେଉଥିବାବେଳେ ବିଜେଡି ଏଥିରେ ଆହୁରି ଶକ୍ତିଶାଳୀ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ଭାଜପାର ଭୋଟହାର ବୃଦ୍ଧି କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାୱା ବୋଲି କୁହାଯାଉଛି। ଏହିସବୁ କାରଣରୁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମସ୍ତ ଜିଲା ପରିଷଦ ଆସନକୁ ହାତେଇପାରିଛି ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ହାତ ଟେକିଥିବା ମନେହେଉଛି। କଁା ଭଁା କାର୍ଯ୍ୟକ୍ରମକୁ ବାଦ୍‌ ଦେଲେ ଉଭୟ ବିରୋଧୀ ଦଳ ଭାଜପା ଓ କଂଗ୍ରେସ ଏକପ୍ରକାର ଅସହାୟ ବୋଲି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri